ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ
Advertisement
Article Detail0/zeeodisha/odisha966133

ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅବରାର ମୁଲତାନି କହିଛନ୍ତି ଯେ, ରାତିରେ ନାଭି (Navel) ରେ ସୋରିଷ ତେଲ (Mustard Oil) ଲଗାଇବା ଅତ୍ୟନ୍ତ ଲାଭଦାୟକ ଅଟେ । 

ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଆୟୁର୍ବେଦ (Ayurveda) ରେ ଏହିପରି ଅନେକ ପ୍ରତିକାର କୁହାଯାଇଛି, ଯାହା ସ୍ୱାସ୍ଥ୍ୟ (Health) ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହିପରି ଏକ ଆୟୁର୍ବେଦିକ ପ୍ରତିକାର (Ayurvedic Remedy) ହେଉଛି ନାଭିରେ ତେଲ (Oil) ଲଗାଇବା । ଯଦି ଆପଣ ରାତିରେ ଶୋଇବା ସମୟରେ ନାଭିରେ ଦୁଇ ବୁନ୍ଦା ତେଲ ଲଗାନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ମଜଭୁତ ହୋଇଯିବ । ବିବାହିତ ପୁରୁଷମାନଙ୍କ ପାଇଁ ଏହି ଆୟୁର୍ବେଦିକ ପ୍ରତିକାର ଆଶ୍ଚର୍ଯ୍ୟଜନକ ହୋଇଥାଏ, ଯାହା ସେମାନଙ୍କର ଯୌନ ସ୍ୱାସ୍ଥ୍ୟ (Men's Sexual Health) ରେ ଉନ୍ନତି ଆଣିଥାଏ । ପୁରୁଷଙ୍କ ବ୍ୟତୀତ ମହିଳାଙ୍କୁ ମଧ୍ୟ ନାଭି (Navel) ରେ ତେଲ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ...

ନାଭିରେ ତେଲ ଲଗାଇବାର ଉପକାର (Benefits of Oil in Navel)

ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଅବରାର ମୁଲତାନି କହିଛନ୍ତି ଯେ, ରାତିରେ ନାଭି (Navel) ରେ ସୋରିଷ ତେଲ (Mustard Oil) ଲଗାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ନାଭି (Navel) ଆମ ଶରୀରର କେନ୍ଦ୍ର ଅଟେ, ଏହାକୁ ସୁସ୍ଥ ରଖିବା ଦ୍ୱାରା ଆପଣ ଶରୀରକୁ ସୁନ୍ଦର ଓ ସୁସ୍ଥ ରଖିପାରିବେ । ତଥାପି, ସୋରିଷ ତେଲ ବ୍ୟତୀତ ଆପଣ ନଡିଆ ତେଲ (Coconut Oil), ଅଲିଭ୍ ତେଲ (Olive Oil), ଲେମ୍ବୁ ତେଲ (Lemon Oil), ନିମ୍ ତେଲ (Neem Oil) ମଧ୍ୟ ଲଗାଇ ପାରିବେ । ଆସନ୍ତୁ ଜାଣିବା ନାଭିରେ ତେଲ ଲଗାଇବାର ଲାଭ ।

ପୁରୁଷମାନଙ୍କ ପାଇଁ ନାଭିରେ ତେଲ ଲଗାଇବାର ଲାଭ 

ନାଭି ଆମର ପ୍ରଜନନ ପ୍ରଣାଳୀ ସହିତ ଜଡିତ । ଯଦି ଆପଣଙ୍କ ନାଭିରେ ମଇଳା ଓ କ୍ଷତିକାରକ ଜୀବାଣୁ ଜମା ହୁଏ, ତେବେ ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ସମୟରେ ନାଭିରେ ଦୁଇ ବୁନ୍ଦା ସୋରିଷ ତେଲ ଲଗାନ୍ତୁ । ଏହା ଆପଣଙ୍କର ନାଭିକୁ ସଫା କରିବ । ଫଳସ୍ୱରୂପ ପ୍ରଜନନ କ୍ଷମତା ବଢ଼ିବ ଓ ଶୁକ୍ରାଣୁ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସର ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

ଅଧିକ ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପରେ ସବୁଠାରୁ ବଡ଼ ପ୍ରଶ୍ନ-କିଏ ହେବ ତାଲିବାନର ଚେହେରା? ରେସରେ ସବୁଠାରୁ ଆଗରେ ରହିଛି ଏହି ୫ ନାଁ

ନାଭିରେ ତେଲ ଲଗାଇବାର ଅନ୍ୟାନ୍ୟ ଲାଭ:

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ନାଭିରେ ତେଲ ଲଗାଇବା ମଧ୍ୟ ନିମ୍ନଲିଖିତ ଲାଭ ପ୍ରଦାନ କରିଥାଏ ।

୧. ନାଭିରେ ତେଲ ଲଗାଇବାରୁ ମହିଳାମାନେ ଋତୁସ୍ରାବ ଯନ୍ତ୍ରଣାରୁ କିଛି ମାତ୍ରାରେ ଆରାମ ପାଆନ୍ତି ।

୨. ଯଦି ଆପଣଙ୍କ ମୁହଁରେ ବ୍ରଣ ଥାଏ, ତେବେ ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାନ୍ତୁ ।

୩. ମହିଳାମାନଙ୍କରେ ହରମୋନ୍ ସନ୍ତୁଳିତ ରଖିବା ପାଇଁ ନଡ଼ିଆ ତେଲକୁ ନାଭିରେ ଲଗାଇବା ଉଚିତ୍ ।

୪. ପେଟ ଯନ୍ତ୍ରଣା, ପାଚନ କ୍ରିୟାରେ ସମସ୍ୟା, ଡାଇରିଆ ଇତ୍ୟାଦି ପାଇଁ ସୋରିଷ ତେଲ ନାଭିରେ ଲଗାଇପାରିବେ ।

୫. ନାଭିରେ ବାଦାମ ତେଲ ଲଗାଇବା ଦ୍ୱାରା ଚର୍ମର ରଙ୍ଗ ଭଲ ହୋଇଥାଏ ।

୬. ନାଭିରେ ସୋରିଷ ତେଲ ଲଗାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ ।

୭. ପ୍ରତିଦିନ ନାଭିରେ ତେଲ ଲଗାଇବା ଦ୍ୱାରା ଓଠ ନରମ ଓ ଗୋଲାପୀ ହୋଇଥାଏ ।