Family Problems Deal: ଘରେ ଲଢେଇ ଝଗଡା ହେଉଛି କି ? ପାରିବାରିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ ଏହି ଉପାୟ
Advertisement
Article Detail0/zeeodisha/odisha1434937

Family Problems Deal: ଘରେ ଲଢେଇ ଝଗଡା ହେଉଛି କି ? ପାରିବାରିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Family Problems Deal: ଗୋଟିଏ ପରିବାରରେ ବିଭିନ୍ନ ବ୍ୟକ୍ତିତ୍ୱର ଲୋକ ଅଛନ୍ତି । ଯାହାର ପସନ୍ଦ, ନାପସନ୍ଦ ଏବଂ ଜୀବନଶୈଳୀ ପରସ୍ପର ଠାରୁ ଭିନ୍ନ । ବେଳେବେଳେ ସେମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ମଧ୍ୟ ଦେଖାଯାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Family Problems Deal: ଗୋଟିଏ ପରିବାରରେ ବିଭିନ୍ନ ବ୍ୟକ୍ତିତ୍ୱର ଲୋକ ଅଛନ୍ତି  । ଯାହାର ପସନ୍ଦ, ନାପସନ୍ଦ ଏବଂ ଜୀବନଶୈଳୀ ପରସ୍ପର ଠାରୁ ଭିନ୍ନ । ବେଳେବେଳେ ସେମାନଙ୍କ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ମଧ୍ୟ ଦେଖାଯାଏ । ଏହି କାରଣରୁ, ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ରହିବା ସ୍ୱାଭାବିକ । ପରିବାର ମଧ୍ୟରେ ଝଗଡା ହେବା ସାଧାରଣ କଥା । କିନ୍ତୁ ଯେତେବେଳେ ପରିବାରରେ ଏ ଝଗଡା ସୀମା ଟପେ ଆଉ ମତଭେଦ ଦେଖାଯାଏ।  ସେତେବେଳେ ଏହାକୁ ଗୁରୁତର ସହ ନେବା ଉଚିତ୍ । ଘରେ ପିଲାମାନେ ପ୍ରାୟତଃ ନିଜ ଭାଇଭଉଣୀ କିମ୍ବା ଅନ୍ୟ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରନ୍ତି । ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ, ଯଦି ଅନ୍ୟ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଥାଏ, ତେବେ ଏହାର ସମାଧାନ ବିଷୟରେ ଚିନ୍ତା କରନ୍ତୁ । 

ବାରମ୍ବାର ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ଏବଂ ସମ୍ପର୍କକୁ ସୁଦୃଢ କରିବା ଏବଂ ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି କରିବା ଆବଶ୍ୟକ । ପରିବାରରେ ଥିବା ବିବାଦକୁ ସୁଧାରିବା ପାଇଁ ଏଠାରେ କିଛି ଉପାୟ ଅଛି । ପରିବାର ସଦସ୍ୟଙ୍କ ଚିନ୍ତାଧାରା ବୁଝିବାକୁ ଚେଷ୍ଟା କରନ୍ତୁ । ଯେଉଁମାନେ ପ୍ରାୟତ ଝଗଡା କରନ୍ତି । ସେ କ’ଣ ଭାବନ୍ତି ଏବଂ ଝଗଡା କରୁଥିବା ଲୋକ ଦୃଷ୍ଟିକୋଣ ଖୋଜିବାକୁ ଚେଷ୍ଟା କରନ୍ତୁ।  ଯଦି ଆପଣ ସେମାନଙ୍କ ଚିନ୍ତାଧାରାକୁ ବୁଝିପାରିବେ । ତେବେ, ଝଗଡା ହେବାର କାରଣ ଆପଣ ଜାଣି ପାରିବେ। ଏବଂ ଝଗଡାକୁ ଏଡାଇ ପାରିବେ। 

ଏହାବି ପଢନ୍ତୁ : Natural Hair Color: ପ୍ରାକୃତିକ ଉପାୟରେ ଧଳା କେଶକୁ କିପରି କରିବେ କଳା ? ଜାଣି ରଖନ୍ତୁ ଏହି ସବୁ ଘରୋଇ ଉପଚାର

ଏହାବି ପଢନ୍ତୁ : Health Tips: ଏହି ସବୁ ରୋଗ ପାଇଁ ରାମବାଣ ପାଣି ସିଙ୍ଗଡା,ଫାଇଦା ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସମାଧାନର ରାସ୍ତା ଖୋଜନ୍ତୁ :

ଯଦି ପରିବାର ସଦସ୍ୟଙ୍କ କୌଣସି ଅସୁବିଧା ଅଛନ୍ତି, ତେବେ ଏହାକୁ ଘରର ସମସ୍ତଙ୍କ ସହ ସେୟାର କରନ୍ତୁ । ଏହା କରିବା ଦ୍ୱାରା ପରିବାର ସଦସ୍ୟ ପରସ୍ପରର ସମସ୍ୟାକୁ ବୁଝି ପାରିବେ। ଏବଂ ସେମାନଙ୍କର ମନ ମଧ୍ୟ ହାଲୁକା ହୋଇଯିବ । ସଦସ୍ୟଙ୍କ ଅସୁବିଧା ଏବଂ ତାଙ୍କର ଝଗଡ଼ା ମନୋଭାବ ବୁଝିବା ଦ୍ବାରା ଅନ୍ୟମାନେ ଆକ୍ରମଣାତ୍ମକ ପ୍ରତିକ୍ରିୟାକୁ ଏଡ଼ାଇ ଯିବେ । ଏବଂ ଝଗଡା କମ୍ ହେବ । ଯେତେବେଳେ ମତଭେଦ ଥାଏ ସେତେବେଳେ ଲୋକମାନେ ସାଧାରଣତଃ ଚିତ୍କାର କରି ଝଗଡା ଆରମ୍ଭ କରିଥାନ୍ତି । ଏହା ଫଳରେ ଟେନସନ ବଢି ଯାଇ ଥାଏ । ଏବଂ ପରିବାର ସମାନ ପଟ ସଦସ୍ୟକୁ ଅପମାନ ଲାଗିଥାଏ ।  ଅପମାନଜନକ ଶବ୍ଦ ପରିବାର ସଦସ୍ୟଙ୍କୁ ଆଘାତ ଦେଇଥାଏ। ଯେଉଁ କାରଣରୁ ବିବାଦ ବଢିଥାଏ । ଏବଂ ଝଗଡା ଲାଗେ । ଝଗଡା ସମୟରେ ପାଟି କରି କଥାବାର୍ତ୍ତା କରନ୍ତୁ ନାହିଁ । ଝଗଡା ସମୟରେ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ।