ସବିତା ବଜାଜଙ୍କ ଅବସ୍ଥା ଏପରି ଯେ ସେ ଆମ୍ବୁଲାନ୍ସର ଷ୍ଟ୍ରେଚରରେ ଶୋଇଥିବା ବେଳେ ସବିତା କହିଛନ୍ତି ମୋର ଗଳା କାଟି ହତ୍ୟା କରିଦିଅ । ମୁଁ ଏପରି ଜୀବନ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ମରିଯିବା ଭଲ ।
Trending Photos
ନୂଆଦିଲ୍ଲୀ: ଲକଡାଉନ ପରଠାରୁ ବଲିଉଡ ଓ ଟିଭି କଳାକାରଙ୍କ ଏଭଳି ଅନେକ କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ ଆର୍ଥିକ ଅବସ୍ଥା ଖରାପ ହେବା ବିଷୟରେ କହିଛନ୍ତି । ଅତୀତରେ ବଲିଉଡ ଅଭିନେତ୍ରୀ ସଗୁକ୍ତା (Shagufta Ali) ଅଲିଙ୍କ କାହାଣୀ ଲୋକଙ୍କୁ ଭାବପ୍ରବଣ କରିଥିଲା ଓ ବର୍ତ୍ତମାନ ଅଭିନେତ୍ରୀ ସବିତା ବଜାଜଙ୍କ (Savita Bajaj) ଯନ୍ତ୍ରଣାଦାୟକ କାହାଣୀ ଲୋକଙ୍କ ସାମ୍ନାକୁ ଆସିଛି ।
ମୃତ୍ୟୁ ପାଇଁ ଭିକ୍ଷା ମାଗୁଛନ୍ତି ସବିତା
ସବିତା ବଜାଜଙ୍କ (Savita Bajaj) ଅବସ୍ଥା ଏପରି ଯେ ଆମ୍ବୁଲାନ୍ସର ଷ୍ଟ୍ରେଚରରେ ଶୋଇଥିବା ବେଳେ ସବିତା (Savita Bajaj) କହିଥିଲେ ମୋର ଗଳା କାଟି ହତ୍ୟା କରିଦିଅ । ମୁଁ ଏପରି ଜୀବନ ବଞ୍ଚିବାକୁ ଚାହେଁ ନାହିଁ । ମୁଁ ମରିଯିବା ଭଲ । ଏହି ଦୁନିଆରେ ମୋର କେହି ନାହାଁନ୍ତି ଯିଏ ମୋର ଯତ୍ନ ନେଇ ପାରିବେ । ସବିତା (Savita Bajaj) ହସ୍ପିଟାଲ କର୍ମଚାରୀଙ୍କୁ ମୃତ୍ୟୁ ପାଇଁ ନିବେଦନ କରୁଛନ୍ତି ଓ ବୋଧହୁଏ ବର୍ତ୍ତମାନ ଆପଣ ମଧ୍ୟ ଭାବୁଥିବେ ଯେ ସବିତା (Savita Bajaj) କାହିଁକି ମୃତ୍ୟୁର ଭିକ୍ଷା କରୁଛନ୍ତି?
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପନ୍ତ ପରେ ଆଉ ଜଣ ସଦସ୍ୟ ହେଲେ କରୋନା ପଜିଟିଭ୍
ଚିକିତ୍ସା ପାଇଁ ଟଙ୍କା ନାହିଁ
ଆଜି ପର୍ଯ୍ୟନ୍ତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଶ୍ୱାସ ରୋଗ ଓ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସବିତା (Savita Bajaj) ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସବିତା ବଜାଜଙ୍କର କୌଣସି ବିକଳ୍ପ ବାକି ନାହିଁ । ରିପୋର୍ଟ ଅନୁଯାୟୀ ସବିତା ବଜାଜ (Savita Bajaj) କହିଛନ୍ତି, 'ମୋର ସ୍ୱାସ୍ଥ୍ୟବସ୍ଥା ଆଦୌ ଭଲ ନାହିଁ । ମୋର ଏଠାରେ କେହି ନାହାଁନ୍ତି । ମୁଁ ବହୁତ ଟଙ୍କା ରୋଜଗାର କରିଥିଲି କିନ୍ତୁ ସମସ୍ତ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ବ୍ୟାଙ୍କରେ କେବଳ ୩୫ ହଜାର ଟଙ୍କା ଥିଲା ଓ ତାହା ମଧ୍ୟ ଖର୍ଚ୍ଚ ହୋଇଗଲା ।
ଅଧିକ ପଢ଼ନ୍ତୁ: ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ଏହି ଫିଲ୍ମଗୁଡ଼ିକର କରିଥିଲେ କାମ
ସବିତା ବଜାଜ କହିଛନ୍ତି ଯେ ସେ କେବେ ବି କାହା ସାମ୍ନାରେ ହାତ ପତାଇ ନାହାଁନ୍ତି, କିନ୍ତୁ ବୟସର ଏହି ପର୍ଯ୍ୟାୟ ଆସିବା ପରେ କାହା ସାମ୍ନାରେ ହାତ ପତାଇବା ଅତ୍ୟନ୍ତ ଖରାପ ଲାଗେ। ଭଗବାନ ମୋତେ ଉଠାଇ ନେବା ଭଲ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସବିତା ବଜାଜ 'ନଦିୟା କା ପାର', ତର୍ପଣ, ବେଟା ହ ତୋ ଏସା ଓ ଚକ୍ର ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ସେ ଟିଭି ସୋ ବେତାଳରେ ମଧ୍ୟ ଅଭିନୟ କରିଛନ୍ତି ।