AC ରେ ଶୋଇଲେ ହୋଇଥାଏ ଏହି ସବୁ ରୋଗ!
Advertisement
Article Detail0/zeeodisha/odisha2272180

AC ରେ ଶୋଇଲେ ହୋଇଥାଏ ଏହି ସବୁ ରୋଗ!

AC Side Effects: ଏସିରେ ରହିବା କାରଣରୁ ଆମ ଦେହରୁ ଝାଳ ବାହାରି ନ ଥାଏ । ତେଣୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସି ପାରି ନ ଥାଏ । ଫଳରେ ଆପଣ ଅନ୍ୟାନ୍ୟ ରୋଗର ଶିକାର ହୋଇଥାନ୍ତି ଯେଉଁଥିରେ ତ୍ୱଚା ସମସ୍ୟା, କିଡନୀ ସମସ୍ୟା, ଯଏଣ୍ଟ ପେନ୍ ଇତ୍ୟାଦି ସାମିଲ ରହିଛି ।

 

Side Effects Of AC On Health

AC Side Effects: ଅସହ୍ୟ ଗରମରୁ ହେଉ କିମ୍ବା ବିଳାସବ୍ୟସନ ଜୀବନଶୈଳୀ ପାଇଁ ହେଉ, ଅଧିକାଂଶ ଲୋକ ଏସିର ବ୍ୟବହାର କରିଥାନ୍ତି । ତେବେ ଅତ୍ୟଧିକ ଏସିର ବ୍ୟବହାର ଆପଣଙ୍କୁ ରୋଗାକ୍ରାନ୍ତ କରିଦେଇପାରେ। ଅର୍ଥାତ୍ ଏସି ପାଇଁ ଜଣେ ରୋଗରେ ପଡିବାର ସମ୍ଭାବନା ଅଧିକ ରହିଛି।

ଶକ୍ତି ମନ୍ତ୍ରଣାଳୟର ବିଶେଷଜ୍ଞ କହିଛନ୍ତି ଏସିକୁ ୨୬ ଡିଗ୍ରୀ ସେଲସିୟସ କିମ୍ବା ଏହା ପାଖାପାଖି ତାପମାତ୍ରାରେ ଚଲାଇବା ଉଚିତ୍। ଏହା ସହିତ ଫ୍ୟାନ୍ ଚଲାଇ ପାରିବେ । ସେ କହିଛନ୍ତି କିଛି ଲୋକ ଏସିକୁ ୨୦ କିମ୍ବା ୨୨ ଡିଗ୍ରୀ ସେଲସିୟସରେ ଚଲାଇଥାନ୍ତି । ଏହାଦ୍ୱାରା ସେମାନଙ୍କୁ ଥଣ୍ଡା ଲାଗିଥାଏ ଓ ସେମାନେ କମ୍ବଳ ବ୍ୟବହାର କରିଥାନ୍ତି । ଏହାଦ୍ୱାରା ୨ ଗୁଣ କ୍ଷତି ହୋଇଥାଏ ।

ମଣିଷର ଶରୀର ୨୩ ଡିଗ୍ରୀରୁ ଆରମ୍ଭ କରି ୩୯ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ସହଜରେ ସହ୍ୟ କରିପାରେ। ଏହାକୁ ମାନବ ଶରୀରର ତାପମାନ ସହିଷ୍ଣୁତା କୁହାଯାଏ । ଆମେ ଏସିକୁ ଯେତେବେଳେ ୧୯-୨୦ କିମ୍ବା ୨୧ ଡିଗ୍ରୀରେ ଚଲାଇଥାଉ ସେତେବେଳେ ରୁମ୍‌ର ତାପମାତ୍ରା ବହୁତ କମ୍ ହୋଇଯାଇଥାଏ ଓ ଏହା ଫଳରେ ଶରୀରରେ ହାଇପୋଥର୍ମିଆ ନାମକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ ।

ହାଇପୋଥର୍ମିଆରେ ଶରୀରର କିଛି ଅଂଶକୁ ରକ୍ତ ପ୍ରବାହ ହୋଇପାରି ନ ଥାଏ। ଏହାର ପ୍ରଭାବ କିନ୍ତୁ ଦୀର୍ଘ ସମୟ ପରେ ନଜର ଆସିଥାଏ । ଏଥିରେ ଆଣ୍ଠୁ ଗଣ୍ଠି ରୋଗ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଥାଏ ।

ଏସିରେ ରହିବା କାରଣରୁ ଆମ ଦେହରୁ ଝାଳ ବାହାରି ନ ଥାଏ । ତେଣୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସି ପାରି ନ ଥାଏ । ଫଳରେ ଆପଣ ଅନ୍ୟାନ୍ୟ ରୋଗର ଶିକାର ହୋଇଥାନ୍ତି ଯେଉଁଥିରେ ତ୍ୱଚା ସମସ୍ୟା, କିଡନୀ ସମସ୍ୟା, ଯଏଣ୍ଟ ପେନ୍ ଇତ୍ୟାଦି ସାମିଲ ରହିଛି । ଏଥିରେ ରକ୍ତଚାପ ସମସ୍ୟା ବି ସାମିଲ ରହିଛି ।ତେଣୁ ଅତ୍ୟଧିକ ଏସି ଚଳାଇବା ଠାରୁ ଦୂରେଇ ରୁହନ୍ତୁ। ଅଳ୍ପ ଏସି ଚଳାଇ ଫ୍ୟାନ ପବନ ସହିତ ନିଜ ଶରୀରକୁ ଚଳାଇ ନିଅନ୍ତୁ।

(Written By- Tapasa Gyanadarshini)