କଣ ଆପଣ ଅଧିକ ପିଜୁଳି ଖାଉଛନ୍ତି କି ? ସର୍ତକ ହୋଇଯାଆନ୍ତୁ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ ଅଧିକ ଖାଇବା
Advertisement
Article Detail0/zeeodisha/odisha1343638

କଣ ଆପଣ ଅଧିକ ପିଜୁଳି ଖାଉଛନ୍ତି କି ? ସର୍ତକ ହୋଇଯାଆନ୍ତୁ ସ୍ବାସ୍ଥ୍ୟ ପାଇଁ ଖରାପ ଅଟେ ଅଧିକ ଖାଇବା

ପିଜୁଳି ଏପରି ଏକ ଫଳ ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ତଥାପି ଏହାକୁ ଖାଇବାରେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ନ ଚେତ୍ ଆପଣଙ୍କୁ ଭୋଗିବାକୁ ପଡିପାରେ ସ୍ବାସ୍ଥ୍ୟଗତ ସମସ୍ୟା । 

ପ୍ରତିତ୍କାମକ ଫଟୋ

ପିଜୁଳି ଏକ ସ୍ବାଦିଷ୍ଟ ଫଳ ଅଟେ ଯାହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳ ଘରେ ଘରେ ଖାଇବାକୁ ପସନ୍ଦ କରନ୍ତି କାରଣ ଏହାର ସ୍ବାଦ ସମସ୍ତଙ୍କୁ ପସନ୍ଦ ଥାଏ । ଏଥିରେ ଫାଇବର,ପ୍ରୋଟିନ,ଭିଟାମିନ୍-C,ପୋଟାସିୟମ,ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ବ୍ୟତୀତ ଫୋଲେଟ ଏବଂ ବିଟା କାରୋଟିନ୍ ମଧ୍ୟ ଏହି ଫଳରେ ରହିଛି । ଡାଏଟିସିଆନଙ୍କ ମତରେ ପିଜୁଳିରେ ଅନେକ ପୋଷକ ତତ୍ତ୍ବ ରହିଛି କିନ୍ତୁ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ପିଜୁଳିକୁ ଅଧିକ ଖାଇବା ଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ । 

କେଉଁ ମାନେ ଅଧିକ ପିଜୁଳ ଖାଇବା ଉଚିତ୍ ନୁହେଁ -
୧- ଯେଉଁ ମାନେ ଥଣ୍ଡା,କାଶ ଏବଂ ଜ୍ବରରେ ପୀଡିତ, ସେମାନେ ପିଜୁଳି ଖାଇବା ଉଚିତ୍ ନୁହେଁ କାରଣ ପିଜୁଳିରେ ଥଣ୍ଡା ପ୍ରଭାବ ଅଧିକ ଥାଏ ଯାହା ଆପଣଙ୍କ ଥଣ୍ଡା କଷ୍ଟକୁ ଅଧିକ ବଢାଇ ପାରେ । ବିଶେଷ କରି ରାତି ସମୟରେ ଏହାକୁ ଖାଇବାରୁ ଦୂରରେ ରୁହନ୍ତୁ ନଚେତ୍ ଥଣ୍ଡାର ପ୍ରଭାବ ଅଧିକ ରହିବ । 
୨- ପିଜୁଳିରେ ପ୍ରଚୁର ଫ୍ରୁଟକୋଜ ଏବଂ ଭିଟାମିନ-C ମିଳିଥାଏ ଯେଉଁ କାରଣରୁ ଏହାକୁ ଅଧିକ ଖାଇବା ଦ୍ବାରା ଆପଣ ଅଧିକ ଫୁଲିବା ପରି ଅନୁଭବ କରିବେ । ସାଧାରଣତଃ ଶରୀର ପାଇଁ ଅଧିକ ଭିଟାମିନ୍-C  ଗ୍ରହଣ କରିବା କ୍ଷତି କରିଥାଏ । ତେଣୁ ବହୁ ପରିମାଣରେ ପିଜୁଳି ଖାଇବା ଉଚିତ୍ ନୁହେଁ । ଏଥିରେ ଥିବା ପ୍ରାକୃତିକ ସୁଗର ପରିମାଣ ଫୁଲିବା ସମସ୍ୟାକୁ ଅଧିକ କରିଥାଏ । ତେଣୁ ଧ୍ୟାନ ରଖନ୍ତୁ ପିଜୁଳି ତୁରନ୍ତ ଖାଇବା ପରେ ଶୁଅନ୍ତ ନାହିଁ । 

Also Read ; କଣ କ୍ଷୀରରେ ଦେଶୀ ଘିଅ ପକାଇ ପିଇଛନ୍ତି କି ? ଯଦି ନାଁ ଜାଣନ୍ତୁ ପୁରାତନ ଆୟୁର୍ବେଦିକ ଉପକାରିତାର ରହସ୍ୟ

୩- ପିଜୁଳି ଏକ ଗ୍ଲାଇସେମିକ ଇଣ୍ଡେକ୍ସ ଫଳ ଯାହା ଦ୍ବାରା ମଧୁମେହ ରୋଗୀ ଏହାକୁ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହା ସିମୀତ ପରିମାଣରେ ଖାଇଲେ ଲାଭଦାୟକ ଅଟେ । ଏହାକୁ ସେବନ କରିବା ପରେ ଆପଣ ନିଜ ଗ୍ଲୁକୋଜ ସ୍ତରକୁ ଯାଞ୍ଚ କରି ନେବା ଜରୁରୀ କାରଣ ପିଜୁଳି ଏକ ନ୍ୟାଚୁରାଲ ସୁଗର ବୋଲି କୁହାଯାଏ । 
୪- ଗୋଟିଏ ଦିନରେ କେତେ ପିଜୁଳି ଖାଇବେ । ଦିନରେ ଗୋଟିଏରୁ ଦୁଇଟି ପିଜୁଳି ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଆପଣ ଭୋଜନ ସମୟରେ  ଖାଇବା ଲାଭଦାୟକ । ବ୍ୟାୟାମ ପୂର୍ବରୁ ଏହାକୁ ଖାଇବା ଉତ୍ତମ ବୋଲି କୁହାଯାଏ । କିନ୍ତୁ କିଛି ବି କରିବା ପୂର୍ବରୁ କୌଣସି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ ।