ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ
Advertisement

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ

ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଲାଭ

ଆଜିକାଲି କୋରୋନା ମହାମାରୀ ବିପର୍ଯ୍ୟସ୍ତ ମଧ୍ୟ ଦେଇ ଜୀବନ ଜିଇବାକୁ ପଡୁଛି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍ଧିକାରୀ, ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । ଜାଣନ୍ତୁ ଅଙ୍କୁରିତ ବୁଟ ଖାଇବାର ଫାଇଦା…

1. ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।

ଅଧିକ ପଢ଼ନ୍ତୁ:-ଯିବାର ଥିଲା ୟୁପିର ହମିରପୁର, କିନ୍ତୁ ପହଞ୍ଚିଗଲେ ହିମାଚଳର ହମିରପୁରରେ...

2. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।

3. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ, ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।

4. ଯଦି ରକ୍ତଚାପ ଥାଏ । ତେବେ ଗଜା ବୁଟ ଖାଇବା ଉଚିତ । କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।