National Youth Day: ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ୧୨ ବାର୍ତ୍ତା
Advertisement

National Youth Day: ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ୧୨ ବାର୍ତ୍ତା

ବିବେକାନନ୍ଦ ନିଜର ବିଚାରଧାରା ଏବଂ ଜ୍ଞାନ ମାଧ୍ୟମରେ ଲୋକଙ୍କର ଜୀବନ ଉଜ୍ଜ୍ବଳ କରିଛନ୍ତି। ସେ ୧୨ ଜାନୁୟାରୀ ୧୮୬୩ ମସିହାରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରତିବର୍ଷ ୧୨ ଜାନୁୟାରୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ। ବିବେକାନନ୍ଦ ନିଜର ବିଚାରଧାରା ଏବଂ ଜ୍ଞାନ ମାଧ୍ୟମରେ ଲୋକଙ୍କର ଜୀବନ ଉଜ୍ଜ୍ବଳ କରିଛନ୍ତି। ସେ ୧୨ ଜାନୁୟାରୀ ୧୮୬୩ ମସିହାରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ପ୍ରେରଣାଦାୟୀ ବାର୍ତ୍ତା ଏବଂ ଜୀବନର କିଛି ମନ୍ତ୍ର ବିଷୟରେ, ଯାହା ମଣିଷର ଜୀବନକୁ ଆଲୋକମୟ କରିବ । 

୧. ଯେଉଁ ସମୟରେ ଯେଉଁ କାମ ପାଇଁ ସଂକଳ୍ପ କରୁଛନ୍ତି, ସେହି କାମକୁ ସେହି ସମୟରେ ପୁରା କରନ୍ତୁ, ନଚେତ ଲୋକେ ଆପଣଙ୍କ ଉପରେ ବିଶ୍ବସ କରିବେ ନାହିଁ।

୨. ଜୀବନରେ ଏକାଧିକ ସମ୍ପର୍କ ରହିବା ଜରୁରୀ ନୁହେଁ। କିନ୍ତୁ  ଯେଉଁ କିଛି ଜଣଙ୍କ ସହ ସମ୍ପର୍କ ରହିଛି ସେଥିରେ ଜୀବନ ରହିବା ଆବଶ୍ୟକ।

୩. ଦିନକୁ ଥରେ ନିଜ ସହ କଥା ହୁଅ, ନଚେତ୍ ତୁମେ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ କଥା ହେବାର ସୁଯୋଗ ହରାଇବ।

୪. ହୃଦୟ ଏବଂ ମନର ଦ୍ୱନ୍ଦ୍ୱ ମଧ୍ୟରୁ ସବୁବେଳେ ତୁମର ହୃଦୟର କଥାକୁ ଶୁଣ।

Also Read: ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

୫. ନିଜକୁ କେବେ ବି ଅସହାୟ ଭାବନାହିଁ। କାରଣ ଏହା ସବୁଠାରୁ ବଡ ପାପ ଅଟେ।
 
୬. ଉଠ, ଜାଗ୍ରତ ହୁଅ ଏବଂ ସେ ପର୍ଯ୍ୟନ୍ତ ଅଟକ ନାହିଁ, ଯେ ପର୍ଯ୍ୟନ୍ତ ନିଜର ଲକ୍ଷ ହାସଲ  ନକରିଛ।
 
୭. ଯେତେ ବଡ଼ ସଂଘର୍ଷ ହେବ ଜିତିବା ସେତେ ହିଁ ଗୌରବମୟ ଆଉ ସାନଦାର ହେବ।

୮. ଲୋକ ତୁମର ପ୍ରଶଂସା କରନ୍ତୁ ଅବା ନିନ୍ଦା, ତୁମ ଉପରେ ଦୟା ମନୋଭବ ରଖନ୍ତୁ ଅବା ଟାର୍ଗେଟ କରନ୍ତୁ, ତୁମର ମୃତ୍ୟୁ ଆଜି ହେଉ ଅବା ବର୍ଷେ ପରେ, ତୁମେ ନ୍ୟାୟ ପଥରୁ କେବେ ତ୍ୟାଗ କରନାହିଁ। 

୯. ସତ୍ୟକୁ ହଜାରେ ଉପାୟରେ ଉପସ୍ଥାପନା କରାଯାଇପାରେ, ତଥାପି ପ୍ରତ୍ୟେକ ସତ୍ୟ ହିଁ ହେବ।

Also Read: ରାଜ୍ୟରେ କୋରୋନା ବିସ୍ଫୋରଣ: ରେଡ୍ ଜୋନରେ ୪ ଜିଲ୍ଲା, ଖୋଜା ପଡ଼ିଲା ଅକ୍ସିଜେନ୍

 

ଛାତ୍ରଙ୍କ ପାଇ ବିବେକାନନ୍ଦଙ୍କ କିଛି ଉପଦେଶ 

୧. ପଢିବା ପାଇଁ ଆବଶ୍ୟକ ଏକାଗ୍ରତା, ଆଉ ଏକାଗ୍ରତା ପାଇଁ  ଆବଶ୍ୟକ ଧ୍ୟାନ। ଧ୍ୟାନ ମାଧ୍ୟମରେ ହିଁ ଆମେ ଇନ୍ଦ୍ରିୟଗୁଡିକ ଉପରେ ନିୟନ୍ତ୍ରଣ ରଖି ଏକାଗ୍ରତା ହାସଲ କରିପାରିବା। 

୨. ଜ୍ଞାନ ନିଜ ଭିତରେ ସବୁ ବେଳେ ବିଦ୍ୟମାନ ଥାଏ। ମଣିଷ କେବଳ ତାର ଆବିଷ୍କାର କରିଥାଏ। 

୩. ଯେ ପର୍ଯ୍ୟନ୍ତ ବଞ୍ଚିଛେ, ସେ ପର୍ଯ୍ୟନ୍ତ ଅଧ୍ୟୟନ କର। ଅଭିଜ୍ଞତା ହିଁ ଦୁନିଆର ସର୍ବଶ୍ରେଷ୍ଠ ଶିକ୍ଷକ।