ରାଜ୍ୟରେ କୋରୋନା ବିସ୍ଫୋରଣ: ରେଡ୍ ଜୋନରେ ୪ ଜିଲ୍ଲା, ଖୋଜା ପଡ଼ିଲା ଅକ୍ସିଜେନ୍
Advertisement

ରାଜ୍ୟରେ କୋରୋନା ବିସ୍ଫୋରଣ: ରେଡ୍ ଜୋନରେ ୪ ଜିଲ୍ଲା, ଖୋଜା ପଡ଼ିଲା ଅକ୍ସିଜେନ୍

ରାଜ୍ୟରେ ଦିନକରେ ୧୭୦୦ରୁ ଊର୍ଦ୍ଧ୍ୱ ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୫୦୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ଜଣ ପଜିଟିଭ୍ ବାହାରିଛନ୍ତି। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଜାନୁଆରୀ ଏକ ତାରିଖରୁ ନିୟମିତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏବେ ରାଜ୍ୟରେ କୋରୋନା ସଂକ୍ରମଣ ୯ ହଜାର ମୁହାଁ ହୋଇଛି। ମହାମାରୀର ଅସମ୍ଭାଳ ସ୍ଥିତିକୁ ଦେଖି ରାଜ୍ୟ ସରକାର ମେଡିକାଲ ଅକ୍ସିଜେନ ଖୋଜିବା ଆରମ୍ଭ କଲେଣି।

ରାଜ୍ୟରେ ଦିନକରେ ୧୭୦୦ରୁ ଊର୍ଦ୍ଧ୍ୱ ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନରୁ ୫୦୯୬ ଓ ସ୍ଥାନୀୟ ଅଞ୍ଚଳରୁ ୩୬୮୨ ଜଣ ପଜିଟିଭ୍ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୭୯୨ ପିଲା ଅଛନ୍ତି। ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଥିବା ବେଳେ ୩୫୨୪୨ ଜଣ ଆରୋଗ୍ୟ ହୋଇ ଫେରିଛନ୍ତି।

Also Read: ଏହି ଟ୍ରେନରେ ସମସ୍ତଙ୍କୁ ମାଗଣା ଯାତ୍ରା ସହ ମିଳୁଛି ଅନେକ ସୁବିଧା

କୋରୋନାର ସକ୍ରୀୟ ମାମଲାରେ ବୁଧବାର ସୁଦ୍ଧା ରାଜ୍ୟର ୪ ଜିଲ୍ଲା ରେଡ୍ ଜୋନକୁ ଯାଇଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୧୧୦୪୯, ସୁନ୍ଦରଗଡରେ ୫୨୨୬, ସମ୍ବଲପୁରରେ ୩୦୬୫ ଓ କଟକରେ ୨୬୭୯ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ୧୦୨୩ ସକ୍ରୀୟ ମାମଲା ସହ ବାଲେଶ୍ୱର ୟେଲୋ ଜୋନରେ ପ୍ରବେଶ କରିଛି। ଯଦି ଏମିତି ସଂକ୍ରମଣ ସଂଖ୍ୟା ବଢେ ତେବେ ଖୁବଶୀଘ୍ର ସୁନ୍ଦରଗଡ, ମୟୂରଭଞ୍ଜ, ପୁରୀ ଓ ଯାଜପୁର ଜିଲ୍ଲା ୟେଲୋ ଜୋନରେ ପ୍ରବେଶ କରିବ। 

କୋରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢିବା ଅବସ୍ଥାରେ ରହିବ। ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର୍ ଅଧତ୍କ ରହିଛି। ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ୍ ସଂଖ୍ୟା ବୃଦ୍ଧି ହେବ। ଅନ୍ୟ ଦେଶରେ ବି ସଂକ୍ରମଣ ବଢୁଛି, ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି।
ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ, ICUର ଆବଶ୍ୟକତା କମ୍ ରହୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Also Read: ରେଜଲ୍ଟର ଦୁଇ ମାସ ପରେ ଆଜିଠୁ ମେଡିକାଲ ନାମଲେଖା

ସେପଟେ କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ତପ୍ତରତା ଦେଖାଇଛନ୍ତି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ହସ୍ପିଟାଲାଇଜେସନର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଚିଠିରେ ପର୍ଯ୍ୟାପ୍ତ ପରିମାଣର ମେଡିକାଲ ଅକ୍ସିଜେନ ମହଜୁଦ ରଖିବାକୁ କୁହାଯାଇଛି। ଅକ୍ସିଜେନ୍‌ ପାଇଁ ନିରନ୍ତର ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ୪୮ ଘଣ୍ଟା ଯାଏଁ  ସଂରକ୍ଷିତ ରଖିବାକୁ ଚିଠି ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଦେଶରେ ଦିନକରେ ୧ ଲକ୍ଷ ୯୪ ହଜାର ୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୪୪୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଦିନକରେ ୨୬ ହଜାର ୬୫୭ ଅଧିକ ସଂକ୍ରମିତ ବାହାରିଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୪ ହଜାର ୬୫୫କୁ ବୃଦ୍ଧି ପାଇଥିବା ବେଳେ ୩ କୋଟି ୪୬ ଲକ୍ଷ ୩୦ ହଜାର ୫୩୬ ଜଣେ ସୁସ୍ଥ ହୋଇ ଫେରିଛନ୍ତି। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଓଡିଶାରେ ପଞ୍ଚାୟତ ନିର୍ବାଚନ ଅଛି। ସେପଟେ ଗୁରୁତର ଲକ୍ଷଣ ନଥିଲେ କୋରୋନା ପରୀକ୍ଷା ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ପରାମର୍ଶ ଦେଇଛି।