ଆପଣଙ୍କ ସାଥୀ WhatsApp ରେ କାହାକୁ ପଠାନ୍ତି ସର୍ବାଧିକ ଫଟୋ? ଏହିପରି ଜାଣନ୍ତୁ..
Advertisement

ଆପଣଙ୍କ ସାଥୀ WhatsApp ରେ କାହାକୁ ପଠାନ୍ତି ସର୍ବାଧିକ ଫଟୋ? ଏହିପରି ଜାଣନ୍ତୁ..

WhatsApp Tips And Tricks: ହ୍ବାଟସଆପ ଦ୍ୱାରା ଆପଣ ସହଜରେ ଜାଣିପାରିବେ ଯେ ଆପଣ କାହାକୁ ସବୁଠାରୁ ବଡ ଫାଇଲ୍ କିମ୍ବା ଫଟୋ ଓ ଭିଡିଓ ପଠାଇଛନ୍ତି । ଏଥିପାଇଁ ଆପଣଙ୍କୁ ଥାର୍ଡ଼ ପାର୍ଟିର ଆପ୍ ବ୍ୟବହାର କରିବାକୁ ମଧ୍ୟ ପଡିବ ନାହିଁ । ଜାଣନ୍ତୁ କିପରି ...

 

ପ୍ରତୀକାତ୍ମକ ଛବି

WhatsApp Tips And Tricks: ହ୍ବାଟସଆପର (WhatsApp) ବ୍ୟବହାର କୋଟି କୋଟି ଭାରତୀୟ କରନ୍ତି । ଫୋନରେ ସର୍ବାଧିକ ବ୍ୟବହୃତ ଆପ୍ ବିଷୟରେ କଥାବାର୍ତ୍ତା କଲେ ହ୍ବାଟସଆପର ନାମ ପ୍ରଥମେ ଆସେ । ଲୋକମାନେ ଏହି ଆପ୍ ମାଧ୍ୟମରେ ସହଜରେ ଚାଟ୍, ଅଡିଓ ଓ ଭିଡିଓ କଲ୍ କରିପାରନ୍ତି । ଏହି ଆପକୁ ଅଧିକ ମଜାଳିଆ କରିବା ପାଇଁ ଉପଭୋକ୍ତାମାନେ ଟିପ୍ସ ଓ ଟ୍ରିକ୍ସ (WhatsApp Tips and Tricks) ଖୋଜନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରିକ୍ କହିବାକୁ ଯାଉଛୁ । ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣ କିମ୍ବା ଆପଣଙ୍କ ବିଶେଷ ସାଥି କାହାକୁ ସର୍ବାଧିକ ଫଟୋ ଓ ଭିଡିଓ ପଠାନ୍ତି କିମ୍ବା ରିସିଭ୍ କରନ୍ତି ।

ସାଧାରଣତଃ ହ୍ବାଟସଆପରେ (WhatsApp) ସର୍ବାଧିକ ଡାଟା ଫଟୋ ଓ ଭିଡିଓ ମାଧ୍ୟମରେ ଖର୍ଚ୍ଚ ହୋଇଥାଏ । ଆପଣ ଏହି ଟ୍ରିକ୍ ମାଧ୍ୟମରେ ଜାଣିପାରିବେ ଯେ କାହାକୁ ଅଧିକ ଫଟୋ ଓ ଭିଡିଓ ପଠାଇଛନ୍ତି କିମ୍ବା ଗ୍ରହଣ କରିଛନ୍ତି । ଆପଣ ଏହାକୁ ନିଜ ହ୍ବାଟସଆପରୁ ପାଇପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଥାର୍ଡ଼ ପାର୍ଟିର ଆପ୍ (Third party app) ଦରକାର ନାହିଁ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ସାଥୀ କିମ୍ବା ବନ୍ଧୁ କାହାକୁ ଅଧିକ ଫଟୋ କିମ୍ବା ଭିଡିଓ ପଠାନ୍ତି । ତେବେ ଆପଣ ତାଙ୍କ ଫୋନକୁ କିଛି ମିନିଟ୍ ପାଇଁ ନିଜ ହାତକୁ ଆଣିବାକୁ ପଡିବ । 

ଅଧିକ ପଢ଼ନ୍ତୁ: ଭେକ୍ସିନର ଉଭୟ ଡୋଜ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି Delta Variant

ଏହିପରି ଜାଣନ୍ତୁ..

  • ପ୍ରଥମେ ଆପଣ ହ୍ବାଟସଆପ୍ ଖୋଲନ୍ତୁ ଓ ଉପରେ ଦେଖାଯାଉଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରନ୍ତୁ ।
  • ତା’ପରେ ସେଟିଂସ ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆପଣ ଅନେକ ଅପ୍ସନ୍ ଦେଖିବେ ।
  • ସେଠାରେ ଆପଣ ଷ୍ଟୋରେଜ୍ ଓ ଡାଟା ନାମକ ଅପ୍ସନ୍ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।
  • ଏହାକୁ ଖୋଲିବା ପରେ ମଧ୍ୟ ଅନେକ ଅପ୍ସନ୍ ଦେଖାଯିବ, ସେଠାରେ ଆପଣଙ୍କୁ ମେନେଜ ଷ୍ଟୋରେଜ୍ ଉପରେ କ୍ଲିକ୍ କରିବାକୁ ପଡିବ ।
  • କ୍ଲିକ୍ କରିବା ପରେ, ଆପଣ ସେହି ସମ୍ପୂର୍ଣ୍ଣ ଲିଷ୍ଟ ଦେଖିବେ ଯାହାର ସର୍ବ ପ୍ରଥମ ନାମ ଥିବ ତାଙ୍କୁ ଆପଣ ସର୍ବାଧିକ ଫଟୋ ଓ ଭିଡିଓ ପଠାଇଥିବେ ।