Turmeric Milk Side Effects: ଏହି ରୋଗୀଙ୍କ ପାଇଁ ହଳଦି ମିଶା କ୍ଷୀର ହୋଇଥାଏ ବିଷ ସଦୃଶ, ପିଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା
Advertisement

Turmeric Milk Side Effects: ଏହି ରୋଗୀଙ୍କ ପାଇଁ ହଳଦି ମିଶା କ୍ଷୀର ହୋଇଥାଏ ବିଷ ସଦୃଶ, ପିଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା

Turmeric Milk Side Effects: ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ନଖ ଉଷୁମ କ୍ଷୀର ପିଇବା ଏକ ଭଲ ଅଭ୍ୟାସ । କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ ଉସୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ ତେବେ ଏହା ଶରୀର ପ୍ରତି ବେଶ ହିତକର ହୋଇଥାଏ । ଖାଲି କ୍ଷୀର ଠାରୁ ବି ଅଧିକ ହିତକର ହୋଇଥାଏ । ତେଣୁ ପ୍ରତିଦିନ ରାତିରେ ଶୋଇବା ବେଳେ ଉସୁମ କ୍ଷୀରରେ ହଳଦି ମିଶାଇ ପିଇବା ଆବଶ୍ୟକ । ଏହାକୁ ପିଇଲେ ଶରୀର ଏକଦମ୍ ସୁସ୍ଥ ରହିଥାଏ। ସର୍ଦ୍ଦି ସାଙ୍ଗେ ସାଙ୍ଗେ ଛୁମନ୍ତର ହୋଇଥାଏ।

ସୌଜନ୍ୟ- ସୋସିଆଲ ମିଡିଆ

Turmeric Milk Side Effects: ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ନଖ ଉଷୁମ କ୍ଷୀର ପିଇବା ଏକ ଭଲ ଅଭ୍ୟାସ ।  କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । କିନ୍ତୁ ଉସୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ ତେବେ ଏହା ଶରୀର ପ୍ରତି ବେଶ ହିତକର ହୋଇଥାଏ । ଖାଲି କ୍ଷୀର ଠାରୁ ବି ଅଧିକ ହିତକର ହୋଇଥାଏ । ତେଣୁ ପ୍ରତିଦିନ ରାତିରେ ଶୋଇବା ବେଳେ ଉସୁମ କ୍ଷୀରରେ ହଳଦି ମିଶାଇ ପିଇବା ଆବଶ୍ୟକ । ଏହାକୁ ପିଇଲେ ଶରୀର ଏକଦମ୍ ସୁସ୍ଥ ରହିଥାଏ। ସର୍ଦ୍ଦି ସାଙ୍ଗେ ସାଙ୍ଗେ ଛୁମନ୍ତର ହୋଇଥାଏ। ଶରୀରକୁ ଗରମ ରଖିବା ପାଇଁ ହଲଦି ମିଶା କ୍ଷୀର ସେବନ କଲେ ଭଲ। ଏଥିରେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ହଳଦୀ ମିଶା କ୍ଷୀର ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍ ହୋଇ ନ ଥାଏ । କେତେକଙ୍କ ଶରୀରରେ ଏହା କ୍ଷତି ପହଞ୍ଚାଇ ଥାଏ।  

ହଳଦି ମିଶା କ୍ଷୀରର ପାର୍ଶ୍ୱ ପ୍ରତିକ୍ରିୟା :
ଯେଉଁମାନେ ସାଧାରଣତଃ ଅଧିକ ହଳଦୀ ମିଶା କ୍ଷୀର ରାତିରେ ସେବନ କରନ୍ତି । ସେମାନଙ୍କୁ ଡାଇରିଆ, ଏସିଡିଟି ଭଳି ସମସ୍ୟା ଦେଖାଦେଇପାରେ । ହଳଦି ମିଶା କ୍ଷୀର ପିଇବା ଦ୍ବାରା  ପେଟରେ ଜଳାପୋଡା ଭଳି ମଧ୍ୟ ଅନୁଭବ ହୋଇଥାଏ । ଆପଣଙ୍କର ଗ୍ୟାସ ବା ଏସିଡିଟି ସମସ୍ୟା ଥିଲେ , ଆପଣ ହଳଦୀ ମିଶା କ୍ଷୀର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ସମସ୍ୟାକୁ ବଢାଇବା ସହ ବାନ୍ତି ମଧ୍ୟ କରାଇଥାଏ ।  

Also Read : Diabetes: ସାବଧାନ୍! ଭୁଲରେ ଖାଆନ୍ତୁ ନାହିଁ ଏହି ତିନୋଟି ଖାଦ୍ୟ, ନଚେତ ମଧୁମେହରେ ହେବେ ପୀଡ଼ିତ

Also Read : Diabetes: ମଧୁମେହ ରୋଗୀଙ୍କ ପାଇଁ ଏହି ଡିଙ୍କସ୍ ହେଉଛି ରାମବାଣ, ଚୁଟକିରେ ଦୂର ହେବ ରୋଗ!

ପେଟ ଯନ୍ତ୍ରଣା: ପେଟ ଜନିତ କୌଣସି ସମସ୍ୟା ଥିଲେ । ଆପଣ ହଳଦୀ କ୍ଷୀର ପିଅନ୍ତୁ ନାହିଁ । ସାଧାରଣତଃ ହଳଦୀ ଗରମ୍ ଅଟେ। ଓ କ୍ଷୀର ସହିତ ଆପଣ ଏହାକୁ ପିଇଲେ  ପାଇଲ୍ସ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ । ଏବଂ ପେଟ ଜନିତ ସମସ୍ୟା ଆହୁରୀ ବଢିଯାଏ । 

ଆଲର୍ଜିର ହେବାର ସମ୍ଭାବନା : ସାଧାରଣତଃ କିଛି ଲୋକଙ୍କର ଆଲର୍ଜି ଭଳି ସମସ୍ୟା ଥାଏ । ଏପରି ରୋଗ ଥିବା ଲୋକେ ହଳଦୀ ମିଶା କ୍ଷୀର ପିଇବ ଉଚିତ୍ ନୁହେଁ । ଯଦି ଆପଣ ହଳଦୀ ମିଶା କ୍ଷୀର ପିଉଛନ୍ତି ,ତେବେ ଆପଣଙ୍କ ତ୍ବଚାରେ ପିମ୍ପଲସ୍ ଆସିବା ସହ ଆଲର୍ଜି ହେବାର ଆଶଙ୍କା ମଧ୍ୟ ବଢିଥାଏ ।

ହଳଦି ମିଶା କ୍ଷୀରର ଉପକାରିତା:

-ଏହି କ୍ଷୀର ହଳଦି ରାତିରେ ସେବନ କଲେ ବହୁତ ଉପାଦେୟ ମିଳିଥାଏ। କ୍ଷୀର ହଳଦିରେ ସମ୍ପୁର୍ଣ୍ଣ ଭାବେ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥାଏ। ହଳଦିରେ ଥିବା କରକ୍ୟୁମିନ ଆମ ଶରୀରକୁ ଉପକାର ଦେଇଥାଏ।

-କ୍ଷୀରରେ ହଳଦି ମିଶାଇ ପିଇଲେ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ହାର୍ଟ ଜନିତ ସମସ୍ୟା ମଧ୍ୟ ଦୁର କରିବାରେ ସହାୟକ ହୋଇଥାଏ।

-ଏହା ଶରୀରରେ ଥିବା ହାଡକୁ ମଜଭୁତ କରିଥାଏ। ଏହାକୁ ପ୍ରତିଦିନ ସେବନ କଲେ ଶରୀରରେ ଥିବା ପାଚନ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବଜାରରୁ ହଳୁଦୀ ନଆଣି ନିଜେ ଘରୋଇ ଉପାୟରେ ହଳଦୀ ଖଣ୍ଡକ ବାଟି ଏହାକୁ କ୍ଷୀରରେ ଗୋଳେଇ ପିଇଲେ ଅଧିକ ଲାଭଦାୟକ। କାରଣ ମାର୍କେଟରେ ଥିବା ହଳଦୀରେ ବିଭିନ୍ନ ପ୍ରକାର କେମିକାଲ ମିଶିଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।

-ହଳଦିରେ ଏତେ ଆକ୍ସିଡାଣ୍ଟ ଗୁଣ ଥାଏ ଯେ, କେଉଁଠି ଖଣ୍ଡିଆ ହୋଇ ରକ୍ତସ୍ରାବ ହେଉଥିଲେ ସେଥିରେ ହଳଦୀର ଲେପ ଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ। ହଳଦୀ ମସ୍ତିଷ୍କ ଶକ୍ତି ବିକାଶରେ ମଧ୍ୟ ବେଶ ସହାୟକ ହୋଇଥାଏ। ଆଉ ମଧ୍ୟ ହଳଦି ରୁପଚର୍ଯ୍ୟା ପାଇଁ ଏକଦମ ବେଷ୍ଟ ଫର୍ମୁଲା। ଏଥିରେ ଫେସରେ ଗ୍ଲୋ ଆସିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)