honeymoonରେ ଯିବାକୁ ମନାକଲେ ବରୁଣ, କାହିଁକି ପଢନ୍ତୁ...
Advertisement

honeymoonରେ ଯିବାକୁ ମନାକଲେ ବରୁଣ, କାହିଁକି ପଢନ୍ତୁ...

ବିବାହ ପରେ ଦୁହେଁ ବହୁତ ଖୁସି ଅଛନ୍ତି। ଏହି ସମୟରେ ଉଭୟଙ୍କ ହନିମୁନ୍‌ (Honeymoon) ବିଷୟରେ ମଧ୍ୟ ଖବର ସାମ୍ନାକୁ ଆସିଛି ।

honeymoonରେ ଯିବାକୁ ମନାକଲେ ବରୁଣ, କାହିଁକି ପଢନ୍ତୁ...

ନୂଆଦିଲ୍ଲୀ: ବରୁଣ ଧାୱନ (Varun Dhawan) ଏବଂ ନତାଶା ଦଲାଲ (Natasha Dalal) ବିଶେଷ ଦିନକୁ ଅପେକ୍ଷା କରିଥିଲେ। ଗତକାଲି ଅର୍ଥାତ ଜାନୁଆରୀ ୨୪ ତାରିଖରେ ଏକ ସ୍ୱତନ୍ତ୍ର ମୁହୂର୍ତ୍ତରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରିବାର ଏବଂ କିଛି ବିଶେଷ ବନ୍ଧୁଙ୍କ ସାମ୍ନାରେ ଦୁହେଁ ଆଲିବାଗରେ ଥିବା ମାନସନ ହାଉସରେ (Mansion House) ବିବାହ କରିଥିଲେ। 

ଅଧିକ ପଢନ୍ତୁ: ଜାଣନ୍ତୁ ଏହିଦିନ ରିଲିଜ ହେବ ବାହୁବଳୀ ନିର୍ଦ୍ଦେଶକଙ୍କ RRR

ବିବାହ ପରେ ଦୁହେଁ ବହୁତ ଖୁସି ଅଛନ୍ତି। ଏହି ସମୟରେ ଉଭୟଙ୍କ ହନିମୁନ୍‌ (Honeymoon) ବିଷୟରେ ମଧ୍ୟ ଖବର ସାମ୍ନାକୁ ଆସିଛି । ବିବାହ ପରେ ମୁମ୍ବାଇରେ (Mumbai) ଏକ ଗ୍ରାଣ୍ଡ ରିସେପ୍ସନର (Grand Reception) ଆୟୋଜନ ରହିଛି । ତେବେ ବରୁଣ (Varun) ଏବଂ ନତାଶାଙ୍କ (Natasa) ହନିମୁନକୁ ନେଇ ତାଙ୍କର ଫ୍ୟାନ ଫଲୋୟର୍ସଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । 

ଅଧିକ ପଢନ୍ତୁ: KGFଚାପ୍ଟର ୨ର ହିନ୍ଦୀ ରାଇଟ୍ସ ପାଇଁ ଦେବାକୁ ପଡ଼ିଲା ମୋଟା ଅଙ୍କର ଟଙ୍କା...

ପୂର୍ବରୁ କୁହାଯାଇଥିଲା ଯେ ବରୁଣ-ନତାଶା (Varun-Natasa) ହନିମୁନ୍‌ରେ (Honeymoon) ଯାଇପାରିବେ ନାହିଁ। କାରଣ ବରୁଣଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ସୁଟିଂ କରିବାକୁ ପଡିବ। ତେବେ କୋରୋନାରୁ ସୁସ୍ଥ ହେବା ପରେ ସେ ହନିମୁନରେ (Honeymoon) ଯିବେ ବୋଲି ଏକ ବିଶ୍ୱସ୍ତ ସୂଚନା ରହିଛି । ଯେବେବି ସେ ହନିମୁନରେ ଯିବେ, ଉଭୟ ତୁର୍କୀରେ (Turkey) ହିଁ ହନିମୁନ୍‌ ପାଳନ କରିବେ ବୋଲି କୁହାଯାଉଛି। ଏପରିକି ତୁର୍କୀରେ ହନିମୁନ ପାଳନ କରିବା ନେଇ ପୂର୍ବରୁ ବରୁଣ ଓ ନତାଶା ସ୍ଥିର କରିଛନ୍ତି । ତୁର୍କିରେ ଏକ ଦାମୀ ଓ ପଞ୍ଚତାରକା ହୋଟେଲରେ ମଧ୍ୟ ରହିବେ ବୋଲି ସୂଚନା ରହିଛି । 

ବିଶ୍ୱସ୍ତ ସୂତ୍ରର ରିପୋର୍ଟ ଅନୁଯାୟୀ, ଉଭୟ ହନିମୁନ୍‌ ପାଇଁ ତୁର୍କୀ ଯିବେ। ଯେଉଁଠାରେ ଆମେ ହନିମୁନ୍ ପାଇଁ ସେହି ସୁନ୍ଦର ସ୍ଥାନରେ ଏହି ସୁନ୍ଦର ସମୟତୁ ବିତାଇବାକୁ ଯାଉଛୁ। ତେବେ ତୁର୍କି ବ୍ୟତୀତ ଅନ୍ୟ କେଉଁସ୍ଥାନକୁ ଯିବାକୁ ବରୁଣ ଓ ନତାଶା ସିଧାସଳଖ ମନା କରିଦେଇଛନ୍ତି । ତୁର୍କୀରେ ଥିବା ସିରାଗନ ପ୍ୟାଲେସରେ ସେମାନେ ହନିମୁନ ବିତାଇବେ ବୋଲି ସୂଚନା ରହିଛି । ସିରାଗନ ପ୍ୟାଲେସ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଦାମୀ ହୋଟେଲ ମଧ୍ୟରୁ ଅନ୍ୟତମ ।