Vitamin Deficiency: ଆପଣ ସର୍ବଦା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି କି? ଥାଇପାରେ ଏହି ଭିଟାମିନର ଅଭାବ
Advertisement
Article Detail0/zeeodisha/odisha2340200

Vitamin Deficiency: ଆପଣ ସର୍ବଦା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଛନ୍ତି କି? ଥାଇପାରେ ଏହି ଭିଟାମିନର ଅଭାବ

Vitamin Deficiency: ଶରୀରରେ ଯେତେବେଳେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ନଥାଏ, ସେତେବେଳେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯିବା ଆରମ୍ଭ କରେ। ଜାଣନ୍ତୁ କେଉଁ ଭିଟାମିନ୍ ଅଭାବରୁ ଶରୀରରେ ଦୁର୍ବଳତା ଓ ଥକାପଣ ସୃଷ୍ଟି ହୋଇଥାଏ।

 

Vitamin Deficiency

Vitamin Deficiency: ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ଶରୀରରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଓ ଭିଟାମିନ୍ ରହିବା ଆବଶ୍ୟକ। ଯଦି ଶରୀରରେ କୌଣସି ଭିଟାମିନ୍ ଅଭାବ ଥାଏ, ତେବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲକ୍ଷଣ ଦେଖାଯିବା ଆରମ୍ଭ କରେ। ଏଠାରେ ଏପରି କିଛି ଭିଟାମିନ୍ ଉଲ୍ଲେଖ କରୁଛୁ ଯାହାର ଅଭାବ ଥକ୍କାପଣ ସୃଷ୍ଟି କରିଥାଏ। ଆପଣ ଯଦି ସବୁବେଳେ କ୍ଳାନ୍ତ ଅନୁଭବ କରୁଛନ୍ତି, କାମ କରିବାକୁ ସାହସ କରି ପାରୁ ନାହାଁନ୍ତି ଓ ଶୋଇ ପଡିବା ଭଳି ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ଏହି ୩ ଭିଟାମିନର ଅଭାବ ରହିଥାଇପାରେ। ଆସନ୍ତୁ ଏହି ଭିଟାମିନ୍ ବିଷୟରେ ଜଣାଉଛୁ।

ଏହି ଭିଟାମିନ୍ ଅଭାବରେ ଶରୀରରେ ଦେଖାଯାଏ କ୍ଳାନ୍ତ ଓ ଥକ୍କାପଣ

ଭିଟାମିନ୍ B12 (Vitamin B12)
ଭିଟାମିନ୍ B12 ହେଉଛି ଏପରି ଏକ ଭିଟାମିନ୍ ଯାହା ଶରୀରରେ ଲାଲ ରକ୍ତ କଣିକା ଓ DNA ଉତ୍ପାଦନ ପାଇଁ ଜରୁରୀ। କେବଳ ଏହି ଭିଟାମିନ୍ ସହିତ ଶରୀରର ସ୍ନାୟୁ ପ୍ରଣାଳୀ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୁଏ। କିନ୍ତୁ ଯେତେବେଳେ ଶରୀରରେ ଭିଟାମିନ୍ B12 ର ବ୍ୟବହାର ସଂପୂର୍ଣ୍ଣ ହୋଇନଥାଏ ଏବଂ ଶରୀରରେ ଏହି ଭିଟାମିନ୍ ର ଅଭାବ ପୂରଣ ହୁଏ ନାହିଁ, ସେତେବେଳେ ଜଣେ କ୍ଳାନ୍ତ ଅନୁଭବ କରିବା ଆରମ୍ଭ କରେ। ଶରୀରରେ ଦୁର୍ବଳତା ଅନୁଭବ କରିବା ମଧ୍ୟ ଭିଟାମିନ୍ B12 ଅଭାବର ଲକ୍ଷଣ। ଏହି ଭିଟାମିନ୍ ର ଅଭାବକୁ ଦୂର କରିବା ପାଇଁ କିଛି ଫଳକୁ ଖାଦ୍ୟରେ ସାମିଲ କରିପାରିବେ।

ଭିଟାମିନ୍ ସି (Vitamin C) 
ଥକ୍କାପଣର କାରଣ ଭିଟାମିନ୍ ସି ପାଇଁ ମଧ୍ୟ ଦେଖାଯାଏ। ଶରୀରରେ ଭିଟାମିନ୍ ସି ର ଅଭାବ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇବାରେ ଲାଗେ। ଭିଟାମିନ୍ ସି ର ଅଭାବ ଯୋଗୁଁ ଜଣେ ବ୍ୟକ୍ତି ଦୁର୍ବଳ ହେବା ସମେତ ତାର ମୁଣ୍ଡ ବୁଲାଇପାରେ। ଏହି ଭିଟାମିନର ଅଭାବ ଦୂର କରିବା ପାଇଁ ଖାଦ୍ୟରେ କମଳା, ଅମୃତଭଣ୍ଡା, ଧଣିଆ ପତ୍ର, ପିଜୁଳି, ଷ୍ଟ୍ରବେରି, ତରଭୁଜ ଓ ଆମ୍ବ ସାମିଲ କରିପାରିବେ।

ଭିଟାମିନ୍ ଡି (Vitamin D)
ଭିଟାମିନ୍ ଡି କୁ ସୂର୍ଯ୍ୟକିରଣ ଭିଟାମିନ୍ କୁହାଯାଏ। ଏହି ଭିଟାମିନ୍ ର ଅଭାବ ଯୋଗୁଁ ହାଡ ଦୁର୍ବଳ ହୋଇଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହୁଏ ଓ ଶରୀର କ୍ୟାଲସିୟମ୍ ସଠିକ୍ ଭାବରେ ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ। ଭିଟାମିନ୍ ଡି ମୁଖ୍ୟତଃ ସୂର୍ଯ୍ୟ କିରଣରୁ ମିଳିଥାଏ। ତେଣୁ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ଗ୍ରହଣ କରି ଭିଟାମିନ୍ D ପାଇପାରିବେ। ଏଥିସହ ଭିଟାମିନ୍ ଡି ପାଇଁ ଖାଦ୍ୟରେ ଛତୁ, ଅଣ୍ଡା ଓ ମାଛ ଅନ୍ତର୍ଭୁକ୍ତ କରିପାରିବେ।

(ବିଶେଷ ଦ୍ରଷ୍ଟବ୍ୟ: ଏହି ଆର୍ଟିକିଲ୍ କେବଳ ସାଧାରଣ ସୂଚନା ପ୍ରଦାନ କରେ। ଏଗୁଡିକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ। ଏହିପରି କୌଣସି ସୂଚନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରିନିଅନ୍ତୁ।)

Also Read: Vitamin B12 ଅଭାବରୁ ଶରୀରରେ ଦେଖାଯାଏ ଏହି ସବୁ ପରିବର୍ତ୍ତନ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଅଣଦେଖା