କଣ ଅରୁଆ ଭାତ ଖାଇବାକୁ ଡରୁଛନ୍ତି କି ? ଏପରି ଖାଇଲେ ହେବନି ଓଜନ ବୃଦ୍ଧି
Advertisement
Article Detail0/zeeodisha/odisha1323380

କଣ ଅରୁଆ ଭାତ ଖାଇବାକୁ ଡରୁଛନ୍ତି କି ? ଏପରି ଖାଇଲେ ହେବନି ଓଜନ ବୃଦ୍ଧି

ଯଦି ଆପଣ ଭାବୁଛନ୍ତି ଯେ ଅରୁଆ ଭାତ ଖାଇବା ଦ୍ବାରା ଶୀଘ୍ର ଓଜନ ବୃଦ୍ଧି ହେଉଛି ତେବେ ଆପଣ ଭୁଲ ଭାବୁଛନ୍ତି । ଆସନ୍ତୁ ଜାଣିବା ଅରୁଆ ଭାତ, କିପରି ଓଜନ କମ କରିବାରେ ପ୍ରଭାବଶାଳୀ । 

ପ୍ରତିକାତ୍ମକ ଫଟୋ

ଜିମ କିମ୍ବା ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ଏକ ଭଲ ଡାଏଟ ଚାର୍ଟ ପ୍ରସ୍ତୁତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଦ୍ବାରା ଆପଣ ଶୀଘ୍ର ନିଜ ଓଜନ ହ୍ରାସ କରିପାରିବେ । ସାଧାରଣତଃ ଆମେ ଓଜନ ହ୍ରାସ କରିବା ପାଇଁ ଆମେ ସନ୍ତୁଳିତ ଖାଦ୍ୟ ଖାଇଥାଉ । ଏହାର ଅର୍ଥ ନୁହେଁ କି ତୁରନ୍ତ ଆପଣ ଖାଦ୍ୟ ପରିମାଣ କମ୍ କରି ନିଜ ଶରୀରକୁ କ୍ଷତି କରିବା ଆରମ୍ଭ କରିଦେଇଥାଆନ୍ତି । ଗୋଟେ ଭଲ ଡାଏଟ ଚାର୍ଟ ପ୍ରସ୍ତୁତ କରନ୍ତୁ ଯାହା ଦ୍ବାରା ଆପଣଙ୍କୁ ଜଣା କି ଆପଣ କେତେ କିଲୋ ଓଜନ କମ୍ କରିବେ । ଯେବେ ଡାଏଟ୍ ଚାର୍ଟ ପ୍ରସ୍ତୁତ କରାଯାଏ ସେବେ ଅରୁଆ ଭାତକୁ ବାଦ ଦିଆଯାଇଥାଏ କିନ୍ତୁ ଏମିତି କରିବା ଭୁଲ । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ କଣ। 

୧- ଭାରତରେ ସହଜ ଆଉ ସୁସ୍ବାଦ ଖାଦ୍ୟ ହେଉଛି ଭାତ ଡାଲି । ଓଜନ କମାଇବା ପାଇଁ ଉଭୟକୁ ଏକାଠି ଖାଇବା ଏକ ଭଲ ବିକଳ୍ପ କୁହାଯାଏ । କିଛି ଏମିତି ଡାଲି ଖାଆନ୍ତୁ ଯେମିତି କି ମୁଗଡାଲି, ବୁଟଡାଲି ବା ହରଡାଲିରେ ପ୍ରଚୁର ପରିମାଣର ପ୍ରୋଟିନ,ଫାଇବର ଏବଂ କାର୍ବସ ଭରପୂର ଥାଏ। ଏହାକୁ ଏକାଠି ଖାଇବା ଦ୍ବାରା ଓଜନ ଶୀଘ୍ର ହ୍ରାସ ହୋଇଥାଏ । 

୨- ଯଦି ଆପଣ ଶୀଘ୍ର ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ଆପଣ ଗୋଟିଏ ସମୟରେ ଅରୁଆ ଭାତ ଖାଇବାକୁ ସମୟ ନିର୍ଦ୍ଧାରଣ କରନ୍ତୁ ଯେମିତି କି ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ଭାବେ ବାଛନ୍ତୁ । ଖାଦ୍ୟ ଅନୁଯାୟୀ ଅରୁଆ ଭାତ ସହ ଆପଣ ଚିକେନ ବା ଅଣ୍ଡା ସେବନ କରିପାରିବେ । 

Also Read ; ମହଙ୍ଗା ପ୍ରଡକ୍ଟ ବ୍ୟବହାର କରି ଖୁସି ନାହାନ୍ତି କି, ଖାଆନ୍ତୁ ଏହି ସବୁ ଜିନିଷ ଚମକିବ ଆପଣଙ୍କ ଚେହେରା

୩ - ନିଜ ଡାଏଟରେ ସାଲାଡ, ପ୍ରଚୁର ପରିମାଣର ଡାଲି ଏବଂ ପନିପରିବା ମିଶାଇ ଖାଇଲେ ଆପଣ ଓଜନ ଶୀଘ୍ର କମ କରିପାରିବେ । ଆପଣ ଏମିତି ପନିପରିବା ଖାଇପାରିବେ ଯେଉଁ ଥିରେ ଅଧିକ ପ୍ରୋଟିନ୍,ଫାଇବର ଭରପୂର ଥିବ ଏବଂ ସେଗୁ଼ଡିକୁ ସିଝାଇ ମଧ୍ୟ ଖାଇପାରିବେ । 

୪ - ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ଯ୍ୟନ୍ତ ରାନ୍ଧିବା ଏବଂ ସଠିକ୍ ଉପାୟରେ ଖାଇବା ଜାଣିବା ଉଚିତ୍ । ଅରୁଆ ଭାତ ସହ ଓଜନ ବୃଦ୍ଧି ଏବଂ ହ୍ରାସ କରାଯାଇପାରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଭାତ ଖାଉଛନ୍ତି ତେବେ ଭାତ ରାନ୍ଧିବା ସମୟରେ ଆପଣ ସେଥିରେ ଥିବା ପେଜକୁ କାଢିବା ପରେ  ଖାଇପାରିବେ ଏହା ଦ୍ବାରା ଓଜନ ବୃଦ୍ଧି ହୋଇ ନ ଥାଏ ।