Sensory Neural Nerve Hearing Loss : ଜାଣନ୍ତୁ ଆଲକା ୟାଗ୍ନିକଙ୍କ ବିରଳ ରୋଗର ଲକ୍ଷଣ ଏବଂ ଚିକିତ୍ସା
Advertisement
Article Detail0/zeeodisha/odisha2300403

Sensory Neural Nerve Hearing Loss : ଜାଣନ୍ତୁ ଆଲକା ୟାଗ୍ନିକଙ୍କ ବିରଳ ରୋଗର ଲକ୍ଷଣ ଏବଂ ଚିକିତ୍ସା

Sensory Neural Nerve Hearing Loss :  ବଲିଉଡ ସିଙ୍ଗର ଆଲକା ୟାଗ୍ନିକ ବର୍ତ୍ତମାନ ସ୍ନାୟୁ ଜନିତ ଏକ ବିରଳ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି।ଜାଣନ୍ତୁ ଏହି ରୋଗର ଲକ୍ଷଣ ଓ ଚିକିତ୍ସା ବିଷୟରେ..

Leading Bollywood singer Alka Yagnik

Sensory Neural Nerve Hearing Loss : ଭେଟେରାନ୍ ବଲିଉଡ ସିଙ୍ଗର ଆଲକା ୟାଗ୍ନିକ ବର୍ତ୍ତମାନ ସ୍ନାୟୁ ଜନିତ ଏକ ବିରଳ ରୋଗର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି।ଏକ ମେଡିକାଲ ଟେଷ୍ଟରୁ ଜଣାଯାଇଛି ଯେ, ଆଲକା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡ଼ିତ ହୋଇ ନିଜ ଶ୍ରବଣ ଶକ୍ତି ହରାଇଛନ୍ତି । ସୋସିଆଲ ମିଡିଆରେ ଆଲକା ପୋଷ୍ଟ କରି କହିଛନ୍ତି ଯେ, କିଛି ସପ୍ତାହ ପୂର୍ବରୁ ଏକ ଫ୍ଲାଇଟରୁ ଓହ୍ଲାଇବା ପରେ ଅଚାନକ ତାଙ୍କୁ କିଛି ଶୁଭି ନଥିଲା । ଏହି ସମସ୍ୟା ତାଙ୍କୁ ବ୍ୟଥିତ କରି ଦେଇଛି ।  ତେଣୁ ହାଇ ଭଲ୍ୟୁମରେ ଗୀତ ଶୁଣିବା କିମ୍ବା ବହୁଳ ଭାବରେ ହେଡଫୋନ୍ ବ୍ୟବହାର ନ କରିବା ସହ ସତର୍କ ରହିବା ପାଇଁ ଫ୍ୟାନ୍ସମାନଙ୍କୁ ପରାମର୍ଶ ଦେଇଛନ୍ତି ଆଲକା । 
ତେବେ ଆସନ୍ତୁ ଜାଣିବା ଏହି ବିରଳ ରୋଗ ବିଷୟରେ-:

କର୍ଣ୍ଣ ଭିତରେ ବା କାନରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟୁ ନଷ୍ଟ ହୋଇଗଲେ ଏହି Sensory Neural Hearing Loss(SNHL) ଭଳି ରୋଗ ଗ୍ରାସ କରିଥାଏ । ଏହା ଉଭୟ କାନ କିମ୍ବା ଗୋଟିଏ କାନ ଉପରେ ପ୍ରଭାବ ପକାଇପାରେ । ଯୁବାବସ୍ଥା ସମୟରେ ପ୍ରାୟତଃ ୯୦% ଲୋକଙ୍କ ମଧ୍ୟରେ ଏହି ଶ୍ରବଣ ଶକ୍ତି ହ୍ରାସ ଦେଖିବାକୁ ମିଳିଥାଏ । ଏହା ମୁଖ୍ୟତଃ ଜୋରରେ ଗୀତ ଶୁଣିବା, ବଂଶଗତ ସମସ୍ୟା କିମ୍ବା ବୟସ ଦୋଷ ଯୋଗୁଁ ଏହି ରୋଗ ଦେଖା ଦେଇପାରେ ।

 ଆମର କର୍ଣ୍ଣ ଭିତରେ ଏକ ସ୍ପାଇରାଲ-ସେପ୍ ଅର୍ଗାନ ରହିଛି । ଏହାକୁ କକ୍ଲି ମଧ୍ୟ କୁହାଯାଏ, ଯେଉଁଥିରେ ଷ୍ଟେରିଓସିଲିଆ ଛୋଟ ଛୋଟ କେଶ କରି ରୁମ ରହିଥାଏ । ଏହା ସାଉଣ୍ଡ ଭାଇବ୍ରେସନକୁ ସିଗନାଲରେ ପରିବର୍ତ୍ତନ କରିଥାଏ । ତେବେ ୮୫ ଡେସିବେଲରୁ ଅଧିକ ଜୋର ଶବ୍ଦ ଏହି କକ୍ଲିକୁ ନଷ୍ଟ କରିପାରେ । କିନ୍ତୁ ଏଥିରେ ଆପଣଙ୍କୁ ଶ୍ରବଣ ଶକ୍ତି ହ୍ରାସ ହେବାର ଅନୁଭବ ହୋଇ ନ ପାରେ। କକ୍ଲିର ୩୦-୫୦ ପ୍ରତିଶତ ନଷ୍ଟ ହୋଇଗଲେ ଆପଣ ଏହି ସମସ୍ୟାର ସମ୍ମୁଖୀନ ହେବେ।

ତେବେ ମିଲ୍ଡ ହିଅରିଙ୍ଗ ଲସ୍ ଅର୍ଥ ଜଣେ ବ୍ୟକ୍ତି ଏହି ରୋଗରେ ମାତ୍ର ୨୬-୪୦ ଡେସିବେଲରୁ ଅଧିକ ଶବ୍ଦ ଶୁଣିବାକୁ ଅସମର୍ଥ ହୋଇପାରନ୍ତି । ମଡରେଟ ହିଅରିଙ୍ଗ ଲସ୍ ସମସ୍ୟାରେ ପୀଡ଼ିତ ୪୧ ଡେସିବେଲରୁ ୫୫ ଡେସିବେଲ ମଧ୍ୟରେ ଶବ୍ଦକୁ ସହ୍ୟ କରିପାରିବେ। ତେବେ ସିଭିୟର ହିଅରିଙ୍ଗ ଲସ୍ ସମସ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୭୧ ଡେସିବେଲରୁ ଅଧିକ ଭଲ୍ୟୁମ୍ ସହ୍ୟ କରିବା କଷ୍ଟକର ହୋଇଥାଏ । ଏହା ଯୋଗୁଁ ଜୀବନ ପ୍ରତି ବିପଦ ନଥିଲେ ମଧ୍ୟ ସଠିକ ସମୟରେ ସଠିକ୍ ଉପଚାର ନ କରିଲେ ଏହା ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇପାରେ।

ଲକ୍ଷଣ: ଏହି ରୋଗର ପ୍ରମୁଖ ଲକ୍ଷଣ ହେଉଛି ଆଖପାଖରେ କୌଣସି କୋଳାହଳ ହେଉଥିଲେ, ପୀଡ଼ିତ ଅନ୍ୟ ଜଣଙ୍କ କଥା ଶୁଣିପାରନ୍ତି ନାହିଁ। ମୋବାଇଲ ଫୋନରେ କୌଣସି କଥା କିମ୍ବା ଉଚ୍ଚ ସ୍ୱରରେ ହେଉଥିବା ଶବ୍ଦ ବୁଝିବା କଷ୍ଟକର ହୋଇଥାଏ। ଏହାବ୍ୟତୀତ ଗୋଟିଏ କଥାର କିଛି ଅଂଶ ମଧ୍ୟ ଏମାନେ ବୁଝିବାରେ ଅସମର୍ଥ ହୋଇପାରନ୍ତି।ଅର୍ଥାତ୍ ସମ୍ପୂର୍ଣ କଥାକୁ ଥରକରେ ସୁଣିକି ବୁଝି ପାରାନ୍ତିନାହିଁ।

ଚିକିତ୍ସା: ତେବେ ଏହି ରୋଗ ମୁଖ୍ୟତଃ କୌଣସି ଔଷଧ କିମ୍ବା ସର୍ଜରୀ ଦ୍ୱାରା ଚିକିତ୍ସା ହୋଇ ପାରିବ ନାହିଁ । ଏହାର ଏକମାତ୍ର ସମାଧାନ ହେଉଛି, ଶିକାର ହୋଇଥିବା ବ୍ୟକ୍ତି ଶୁଣିବା ଯନ୍ତ୍ର ଏବଂ କକ୍ଲିୟାର ଇମ୍ପ୍ଲାଣ୍ଟ ବ୍ୟବହାର କରିପାରିବେ । ଏହି ସମସ୍ୟା ପାଇଁ ଜିନ୍ ଥେରାପୀ ବର୍ତ୍ତମାନ ରିସର୍ଚ୍ଚର ଏକ ବିକଶମୁଖୀ ଚିକିତ୍ସା ପାଲଟିଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଇ ନାହିଁ ।