Live Now

Odisha News Live Updates: ଭାରତ ସାଉଥ ଆଫ୍ରିକା ମଧ୍ୟରେ ମହସଂଗ୍ରାମ ଜାରି, ପଢନ୍ତୁ ଆଉ କିଛି ଖବର

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଭାରତ ସାଉଥ ଆଫ୍ରିକା ମଧ୍ୟରେ ମହସଂଗ୍ରାମ ଜାରି, ପଢନ୍ତୁ ଆଉ କିଛି ଖବର
29 June 2024 10:02 PM (IST)

India vs South Africa T20 World Cup Final Live: ବିରାଟ କୋହଲିଙ୍କ ୫୯ ବଲରେ ୭୬ ରନ ସହାୟତାରେ ଶନିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ୭ ୱିକେଟ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଏହିପରି ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୭୭ ରନ୍ ସ୍କୋର କରିବାକୁ ପଡିବ। ଟସ୍ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଭାରତର ବହୁତ ଖରାପ ଆରମ୍ଭ ହୋଇଥିଲା। ଗୋଟିଏ ପରେ ଗୋଟିଏ ଲଗାତାର ତିନୋଟି ୱିକେଟ୍ ହରାଇବା ପରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏଠାରୁ ବିରାଟ କୋହଲି ଓ ଅକ୍ଷର ପଟେଲ ଇନିଂସ ସମ୍ଭାଳିଥିଲେ।

 

29 June 2024 08:32 PM (IST)

India vs South Africa T20 World Cup Final Live: ପାୱାରପ୍ଲେ ଓଭର ସମାପ୍ତ ହୋଇଛି। ୪୫ ରନ୍ କରି ଭାରତର ସ୍କୋର ତିନୋଟି ୱିକେଟ୍ ହରାଇଛି। ଗ୍ରାଉଣ୍ଡରେ ଅକଷାର ପଟେଲ ଓ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି।

 

29 June 2024 07:43 PM (IST)

India vs South Africa T20 World Cup Final Live: ଉଭୟ ଦଳ ଫାଇନାଲ ମ୍ୟାଚରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ଏହିପରି, ସେମିଫାଇନାଲ ମ୍ୟାଚରେ ଖେଳିଥିବା ସମାନ ଦଳ ସହିତ ଭାରତ ଓ ଦକ୍ଷିଣ ଆଫ୍ରିକା ପଡିଆକୁ ଓହ୍ଲାଇବେ।

29 June 2024 07:37 PM (IST)

India vs South Africa T20 World Cup Final: ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତିଛି। ଏହା ସମେତ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

29 June 2024 07:18 PM (IST)

Dharmendra Pradhan On Congress:  NEET ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। NEET ସମେତ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରଧାନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନ କହିଛନ୍ତି ଯେ କଂଗ୍ରେସ ଆଲୋଚନା ଚାହୁଁନାହିଁ। ସେ କେବଳ ବିଶୃଙ୍ଖଳା ଓ ଦ୍ୱନ୍ଦ୍ୱ ବିସ୍ତାର କରିବାକୁ ଚାହୁଁଛନ୍ତି। କଂଗ୍ରେସ ବିତର୍କ କରିବାକୁ ଚାହୁଁଥିବା ପ୍ରସଙ୍ଗକୁ ରାଷ୍ଟ୍ରପତି ନିଜେ ସମ୍ବୋଧିତ କରିଛନ୍ତି। ଏହି କ୍ଷେତ୍ରରେ ଥିବା ତ୍ରୁଟି ଓ ଆହ୍ୱାନଗୁଡିକ ତଦନ୍ତ ଚାଲିଛି। କିନ୍ତୁ ଏହାକୁ ବିରୋଧ କରି କିଛି ହାସଲ ହେବ ନାହିଁ।

 

29 June 2024 05:16 PM (IST)

Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ସିବିଆଇ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

 

29 June 2024 04:42 PM (IST)

Odisha Live news Updates: ଅନୁଗୁଳରେ କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା। ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ୬ ଲକ୍ଷ ଟଙ୍କା ସହାୟତା ଘୋଷଣା। ଅନୁଗୁଳ ଜିଲ୍ଲାର ଟିକରପଡା  ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣାରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ମୃତ ବାଳକର ପରିବାରର  ନିକଟତମ  ଆତ୍ମୀୟ ଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

 

29 June 2024 04:02 PM (IST)

LAccMI bus service to be renamed: ସରକାର ବଦଳିବା ପରେ ଧୀରେ ଧୀରେ ସବୁ ଯୋଜନା ବଦଳାଯାଉଛି। ଏହାରି ମଧ୍ୟରେ ଲକ୍ଷ୍ମୀ ବସ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ପଞ୍ଚାୟତ ସ୍ତରୀୟ ଚାଲୁଥିବା ଲକ୍ଷ୍ମୀ ବସ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ , ଲକ୍ଷ୍ମୀ ବସ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା କରାଯିବ। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

 

29 June 2024 03:45 PM (IST)

Odisha News live Update: ଗତ ରାତି ରେ ଲଦାଖରେ  ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବାରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ। ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀ ସହିଦ୍ ଯବାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

 

29 June 2024 01:45 PM (IST)

Odisha News: ପାରଳାଖେମୁଣ୍ଡି ରଥଯାତ୍ରା ପାଳନ କମିଟିର ଅଜବ ନୀତି । ଏହି ନୀତି ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରଥଯାତ୍ରା ପାଳନ ଅବସରରେ ଅନ୍ନଭୋଗ କମିଟିରେ ଜଣେ ମୃତ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ କିପରି ରଖାଗଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରଥଯାତ୍ରା କମିଟିର ଏକ ଉପ-କମିଟିରେ ଜଣେ ମୃତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ ରହିଛି । ଯେଉଁ ବ୍ୟକ୍ତିଙ୍କ ନାମ ରହିଛି ସେ ହେଉଛନ୍ତି ଜି.ଭେଙ୍କଟ ରମଣା ଯିଏକି ପାରଳାଖେମୁଣ୍ଡି ପୌରପରିଷଦର ୱାର୍ଡ ନମ୍ବର ୬ ର କାଉନସିଲର ଥିଲେ । ଗତ ତା.22.11.2023ରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

29 June 2024 01:42 PM (IST)

Cold Storage In Every Block:  ଚିନ୍ତା ବଢାଉଛି ଦରଦାମ ବୃଦ୍ଧି । ଦରଦାମ ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ । କଣ୍ଟ୍ରୋଲକୁ ଆସୁଛି ଦରଦାମ । ପିଆଜ ୪୦ ଟଙ୍କା ଭିତରେ ରହିଥିବା ବେଳେ ଆଳୁ ୩୫ ଟଙ୍କା ଭିତରେ ରହିଛି । ନାସିକରୁ ପିଆଜ ଓ ପଶ୍ଚିମବଙ୍ଗରୁ ଆଳୁ ଆସୁଛି । ସେଠି ବି ଦର ଅଧିକ ରହିଛି । ବର୍ତ୍ତମାନ ସବୁ ବେପାରୀଙ୍କ ବିଲ ଯାଞ୍ଚ କରାଯାଉଛି । ଖୁଚୁରା ବେପାରୀ ଯଦି ଅଧିକ ଦାମରେ ପନିପରିବା ବିକ୍ରି କରିବେ ତେବେ ତାଙ୍କ ଉପରେ ଆକ୍ସନ ନିଆଯିବ। ଏଥିସହିତ ରାଜ୍ଯର ସବୁ ବ୍ଲକରେ ଖୁବ୍ ଶୀଘ୍ର ଶୀତଳ ଭଣ୍ଡାର ଖୋଲାଯିବ ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

 

29 June 2024 01:16 PM (IST)

Srimandira Ratna Bhandar: ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦୁଆର ତୁରନ୍ତ ଖୋଲିବା ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ଏବେ ସଫଳ ହୋଇଛି। କାରଣ ବିଜେପି ନେତୃତ୍ବାଧୀନ ମୋହନ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦେଇଛନ୍ତି। ଏହା ସହ ରତ୍ନ ଭଣ୍ଡାର ଖୋଲି ଗଣତି ମଣତି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନୂତନ ସରକାର। ସେଥିପାଇଁ ମୋହନ ସରକାରଙ୍କୁ ସାଧୁବାଦ। ହେଲେ ଏହାର ଶ୍ରେୟ ନିଶ୍ଚିତ ଭାବେ ଯିବ ଖୋର୍ଦ୍ଧା ଜିଲ୍ଲା ବୀର ମାଟିର ଦାୟାଦଙ୍କୁ। ଏହି ନିଷ୍ପତ୍ତିରେ ବୀର ସନ୍ତାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ବିଜେଡି ସରକାର ଚାରି ଦୁଆରକୁ ବନ୍ଦ ରଖି ଭକ୍ତମାନଙ୍କୁ ଯେଉଁ ଭଳି ଭାବେ କଲବଲ କରୁଥିଲେ ତାହାର ଜବାବ ଓଡ଼ିଶାବାସୀ ବିଜେଡି ସରକାରକୁ ନିର୍ବାଚନରେ ଦେଲେ।

29 June 2024 12:45 PM (IST)

Road Accident: ଗତକାଲି ରାତିରେ ମୁମ୍ବାଇଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିବା ଜାଲନା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସୱେ ଅନ୍ତର୍ଗତ କାଦୱଞ୍ଚି ଗ୍ରାମ ନିକଟ ମୁମ୍ବାଇ-ନାଗପୁର ଏକ୍ସପ୍ରେସୱେରେ ଦୁଇଟି କାର ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ନିକଟ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ଚାରିଆଡେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ଲୋକ ଯାଇ ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। 

 

29 June 2024 12:35 PM (IST)

Ladakh Tragedy: ଲଦାଖରୁ ଆସିଲା ଦୁଃଖଦ ଖବର। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଘଟିଗଲା ବଡ଼ ଅଘଟଣ। ଏହି ଅଘଟଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ ଜୁନିୟର କମିଶନଡ୍ ଅଫିସର ( Junior Commissioned Officer) ରହିଛନ୍ତି। ତେବେ, ଏନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। 

29 June 2024 12:17 PM (IST)

IAS Anu Garg: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗଙ୍କୁ କେନ୍ଦ୍ର ସରକାରଙ୍କ ସଚିବ ପଦବୀରେ ଅବସ୍ଥାପିତ କରାଯାଇଛି। ସୂଚନାନୁସାରେ, କ୍ୟାବିନେଟର ନିଯୁକ୍ତି କମିଟି ଅନୁ ଗର୍ଗ ଏବଂ ଆଉ ଜଣେ ଆଇଏଏସ ଚନ୍ଦ୍ର ଶେଖର କୁମାରଙ୍କ ସମେତ ୭ ଜଣ ଆଇଏଏସ୍ ଅଧିକାରୀଙ୍କ ସଚିବ କିମ୍ବା ସଚିବ-ସମାନ ସ୍ତରରେ କେନ୍ଦ୍ରରେ ପଦବୀ ପାଇଁ ଅନୁମୋଦନ କରିଛନ୍ତି। ବରିଷ୍ଠ ଆଇଏଏସ ଅଧିକାରୀ ଅନୁ ଗର୍ଗ ଓଡି଼ଶା କ୍ୟାଡରର ୧୯୯୧-ବ୍ୟାଚର IAS ଅଧିକାରୀ ହୋଇଥିବାବେଳେ ଚନ୍ଦ୍ର ଶେଖର କୁମାର ୧୯୯୨-ବ୍ୟାଚ୍ ର IAS ଅଧିକାରୀ ଅଟନ୍ତି । ଗର୍ଗ ବର୍ତ୍ତମାନ ଓଡି଼ଶାର ବିକାଶ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ, ଜଳ ସମ୍ପଦ ବିଭାଗରେ ଦାୟିତ୍ୱ ନିର୍ବାହ କରିଥିବା ବେଳେ  ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

 

29 June 2024 11:38 AM (IST)

Gold Silver Price: ପୁଣି ସୁନା ଦର ହେଲା ଆକାଶ ଛୁଆଁ। ଗତ ଦୁଇ ଦିନ ଧରି ସୁନା ଦରରେ କ୍ରମାଗତ ଭାବେ ହ୍ରାସ ପାଉଥିଲା ବେଳେ ଆଜି ପୁଣି ରେଟ୍ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ଟେନସନରେ ପକାଇଛି। ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର? 

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Gold Silver Price: ବଢିଲା ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା କେତେ ଅଛି ଦାମ୍?

29 June 2024 11:28 AM (IST)

Puri Sri Mandira: ଜ୍ୱରରେ ଶ୍ରୀଜୀଉ। ୧୦୮ କଳସ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ। ଜ୍ୱରରୁ ଉପଶମ ପାଇଁ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତନୀତି। ଗୁପ୍ତନୀତି ସହ ମହାପ୍ରଭୁଙ୍କ ପାଖରେ ଲାଗିହୁଏ ଫଳମୂଳ ସହିତ ବିଭିନ୍ନ ପ୍ରକାର ପଥି। ଯାହା ଶ୍ରୀକ୍ଷେତ୍ରର ଆଖ ପାଖରେ ଥିବା ମଠ ଓ ମନ୍ଦିରରୁ ଆସିଥାଏ। ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ କୁହାଯାଉଥିବା କାକଟପୁର ଦେଉଳିମଠରୁ ପାରମ୍ପରିକ ଶଗଡ଼ ଗାଡ଼ିରେ ଅଣସର ସେବା ପାଇଁ ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି।

29 June 2024 11:20 AM (IST)

Odisha News: ଦକ୍ଷିଣ ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି।‌ କାଶୀନଗର ଅଞ୍ଚଳରେ ଶତକଡା ୯୦ ଭାଗ ଚାଷୀ ଉନ୍ନତ କିସମର ଧାନ ଚାଷ କରି ସମଗ୍ର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରିଥାନ୍ତି । କାଶୀନଗର ଅଞ୍ଚଳର ଧାନ ଜମିରୁ ଉତ୍ପାଦିତ ଧାନରୁ ଉତ୍ତମ କିସମର ସୁସ୍ୱାଦୁ ଚାଉଳ ବାହାରୁଥିବାରୁ କେବଳ ଦକ୍ଷିଣ ଓଡିଶା ନୁହେଁ। ସମଗ୍ର ଓଡିଶା ବାହାରେ ଏହି ଚାଉଳର ଯଥେଷ୍ଟ ଚାହିଦା ରହିଛି। ହେଲେ ଚଳିତ ବର୍ଷ ଆଶାନୁରୂପୀ ବର୍ଷା ନ ହେବା ଓ ଜଳର ଘୋର ଅଭାବ ଯୋଗୁଁ କାଶୀନଗର ଅଞ୍ଚଳରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି । ଏନେଇ ଚାଷୀକୂଳ ହତାଶ ହୋଇପଡିଥିବ ସମଗ୍ର ଅଞ୍ଚଳବାସୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। 

29 June 2024 11:08 AM (IST)

CM Mohan Charan Majhi: ଦିଲ୍ଲୀସ୍ଥିତ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସକାଳ ୯ଟାରେ ରାଜଘାଟରେ ପହଞ୍ଚି ମହାତ୍ମାଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ପରେ ପୂର୍ବାହ୍ନ ୧୧ଟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

 

29 June 2024 10:46 AM (IST)

Amarnath Yatra 2024: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଗୁମ୍ଫା ମଧ୍ୟରେ ବରଫ ଲିଙ୍ଗ ଦର୍ଶନ କରିବେ ଭକ୍ତ। ଗଣ୍ଡରଓ୍ବାଲ ଜିଲ୍ଲାରେ ଥିବା ବାଲତାଲ ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି । ଆଉ ବମ୍ ବମ୍ ଭୋଲେ ନାରାରେ ଫାଟି ପଡୁଛି ରାସ୍ତା। ପ୍ରଥମ ବ୍ୟାଚରେ ୪,୬୦୦ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି। ସେପଟେ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୨୫ ଲଙ୍ଗର ଖୋଲାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଶ୍ରାବଣ ପୂର୍ଣ୍ଣିମା ( ଅଗଷ୍ଟ ୧୯) ପର୍ଯ୍ୟନ୍ତ ଚାଲିବ ।

 

29 June 2024 10:40 AM (IST)

Special Train For Ratha Yatra: ରଥଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୬ରୁ ୧୯ ମଧ୍ୟରେ ପୁରୀକୁ ଓ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଚଳିତ ବର୍ଷ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ। ଏହାବ୍ୟତୀତ ସାନ୍ଧ୍ୟ ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି।

 

29 June 2024 09:37 AM (IST)

Medusa Banking: ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରନ୍ତି ଏବଂ ଆପଣଙ୍କ ଫୋନରେ ଡିଜିଟାଲ୍ ବ୍ୟାଙ୍କିଙ୍ଗର ସୁବିଧା ମଧ୍ୟ ଅଛି, ତେବେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର ।ମେଡୁସା ବ୍ୟାଙ୍କିଙ୍ଗ୍ ଟ୍ରୋଜନ୍ ପୁଣି ଫେରିଛି। ଏହି ବ୍ୟାଙ୍କିଂ ପ୍ରୋସିଜ୍ୟୁୟରକୁ ୨୦୨୦ ମସିହାରେ ଟ୍ରାକ କରାଯାଇଥିଲା ଏବଂ ଚାରି ବର୍ଷ ପରେ ଏହା ପୁଣି ଫେରି ଆସିଛି । ବର୍ତ୍ତମାନ ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ହୋଇପଡିଛି। ମେଡୁସାର (Medusa) ଏକ ଅପଗ୍ରେଡ୍ ସଂସ୍କରଣ ଆସିଛି ଯାହା ଅଧିକ ବିପଜ୍ଜନକ ଅଟେ । ନୂତନ ସଂସ୍କରଣ ବିଷୟରେ, ଏହା କୁହାଯାଉଛି ଯେ ଏହା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ଅଧିକରୁ ଅଧିକ ଉପଭୋକ୍ତାଙ୍କୁ ଟାର୍ଗେଟ କରୁଛି । 

 

29 June 2024 09:27 AM (IST)

Asaduddin Owaisi: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ଘର ବାହାରେ ନାରାବାଜି ଓ କଳା କାଳି ଫିଙ୍ଗିବା ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ। ଏହି ଘଟଣାରେ ଏତଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଷ୍ରିଟ୍ ଥାନାରେ ଆଇପିସିର ଧାରା ୧୪୩, ୫୦୬, ୧୫୩ଏ ଏବଂ ୧୪୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗୁରୁବାର ଦିନ କିଛି ଲୋକ ଓୱେସିଙ୍କ ବାସଭବନରେ ହଙ୍ଗାମା କରିଥିଲେ। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି। 

 

29 June 2024 09:23 AM (IST)

 

Odisha News Live Updates:  ପାଖେଇ ଆସୁଛି ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇପଡିଛି ରଥଖଳା। ଆଜି ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଛି।

29 June 2024 09:11 AM (IST)

Neet Row: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଥିଲେ ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଦୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। 

 

29 June 2024 08:57 AM (IST)

Odisha Cricket League: ଓଡ଼ିଶା କ୍ରିକେଟ୍ ସଂଘ ଆୟୋଜନ କରିବ ଓଡ଼ିଶା କ୍ରିକେଟ ଲିଗ୍ । ଚଳିତ ଜୁନ୍ ୩୦ ତାରିଖରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍ । ଟି-୨୦ ଫର୍ମାଟରେ ହେବ ମୁକାବିଲା ।

 

29 June 2024 08:50 AM (IST)

Odisha News Live Updates: ରାଜ୍ୟରେ ବୃଦ୍ଧି ପାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି । ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ଦିନ କେବଳ ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

29 June 2024 08:45 AM (IST)

Odisha Diphtheria Death:ରାଜ୍ୟରେ ଚିନ୍ତା ବଢ଼ାଇଛି ଡିପଥେରିଆ । ଗୋଟିଏ ପରେ ଗୋଟିଏ ଶିଶୁଙ୍କ ଜୀବନ ଡିପଥେରିଆ । ଡିପଥେରିଆ ଆକ୍ରାନ୍ତ ହୋଇ ଆଜି ଆଉ ଏକ ଶିଶୁର ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଶିଶୁଟିର ମୃତ୍ୟୁ ଘଟିଛି । ମୃତ ଶିଶୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହାସହ କୋରାପୁଟରେ ପୁଣି ଛନକା ପୂରାଇଛି ଆନ୍ଥ୍ରାକ୍ସ। ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମକେସିଜିରେ ଭର୍ତ୍ତି ହୋଇଥିଲେ ଶିଶୁ । ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲା ଶିଶୁଙ୍କୁ ଟୀକାକରଣ କରାଯାଉଛି । ଶିଶୁ ବିଭାଗରେ ଥିବା ରୋଗୀଙ୍କୁ ସଙ୍ଗରୋଧରେ ରଖିବାକୁ ବେଡ୍ ପ୍ରସ୍ତୁତ କରାଯାଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । 

 

29 June 2024 08:28 AM (IST)

Odisha News Live Updates: ପ୍ରବଳ ବର୍ଷାରେ ବେହାଲ ଦେଶର ରାଜଧାନୀ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି । ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା । ସବୁଠି ପାଣି ଆଉ ପାଣି । ଫଳରେ ଜୀନ ଜୀବନ ପ୍ରଭାବିତ ହୋଇଛି।

29 June 2024 08:12 AM (IST)

Odisha Murder Case: ସାନ ସଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ସଢୁ । ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରୁ । ଡେଲାଙ୍ଗ ବଜାରରେ ସାଇକେଲ ରିପ୍ୟାରିଂ ଦୋକାନ କରିଥିବା ନରେନ୍ଦ୍ର ମଲ୍ଲିକଙ୍କୁ ତାଙ୍କ ବଡ଼ ସଢୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। 

29 June 2024 08:11 AM (IST)

UGC NET 2024: ପୂର୍ବରୁ ବାତିଲ୍ ହୋଇଥିବା ୨ଟି ନେଟ୍ ପରୀକ୍ଷା  ଲାଗି ଶୁକ୍ରବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ  ତାରିଖ ଘୋଷଣା କରାଯାଇଛି।  ଜୁଲାଇ ୨୫ରୁ ୨୭ ମଧ୍ୟରେ  ଜଏଣ୍ଟ ସିଏସଆଇଆର ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ  ୟୁଜିସି ନେଟ୍ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖରେ ଆୟୋଜିତ ହେବ। 

 

29 June 2024 07:58 AM (IST)

Neet Row: ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସଂସଦର ଉଭୟ ଗୃହରେ ଶୁକ୍ରବାର ହଙ୍ଗାମା କରିଥିଲେ ବିରୋଧୀ। ନିଟ୍ ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀମାନେ ହୋ ହାଲ୍ଲା କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆସନ୍ତା ସୋମବାର ତଥା ଜୁଲାଇ ୧ ତାରିଖ ଯାଏ ମୁଲତବୀ ରଖିଛନ୍ତି। ସେପଟେ ରାଜ୍ୟ ସଭାରେ ବି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଅନୁରୂପ ଦାବି କରିଥିଲେ। ନିଟ୍ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଦୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। 

 

29 June 2024 07:52 AM (IST)

CM Mohan Charan Majhi: ଆଜି ଦିଲ୍ଲୀ ସ୍ଥିତ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜଣାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ରାଜଘାଟ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ସକାଳ ୯ଟାରେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ଦିନ ୧୧ଟାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 

29 June 2024 07:40 AM (IST)

T20 World Cup 2024 Final: ଟି-୨୦ ବିଶ୍ବକପ୍ ଚୂଡାନ୍ତ ପର୍ଯ୍ୟାନ୍ତରେ ପହଞ୍ଚିଛି।  ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନବମ ସଂସ୍କରଣର ଫାଇନାଲ ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ବକପ୍ ଇତିହାସରେ ଭାରତ ତୃତୀୟ ଥର ଲାଗି ଫାଇନାଲ୍ ଟିକେଟ୍ ହାସଲ କରିଛି।  ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା  ପ୍ରଥମ ଥର ଲାଗି  ଟାଇଟେଲ୍ ରେସରେ ସାମିଲ୍ ହୋଇଛି। 

29 June 2024 07:40 AM (IST)

T20 World Cup 2024 Final: ଟି-୨୦ ବିଶ୍ବକପ୍ ଚୂଡାନ୍ତ ପର୍ଯ୍ୟାନ୍ତରେ ପହଞ୍ଚିଛି।  ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନବମ ସଂସ୍କରଣର ଫାଇନାଲ ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ବକପ୍ ଇତିହାସରେ ଭାରତ ତୃତୀୟ ଥର ଲାଗି ଫାଇନାଲ୍ ଟିକେଟ୍ ହାସଲ କରିଛି।  ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା  ପ୍ରଥମ ଥର ଲାଗି  ଟାଇଟେଲ୍ ରେସରେ ସାମିଲ୍ ହୋଇଛି। ୨୦୦୭ରେ ବିଶ୍ବକପ୍ ର ପ୍ରଥମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ଫାଇନାଲରେ ପାକିସ୍ତାନକୁ ହରାଇଥିଲା। ୭ ବର୍ଷ ପରେ ଭାରତ ଫାଇନାଲରେ ପ୍ରବେଶ କରିଥିଲା । ଆଉ ୬ ଓ୍ବିକେଟ୍ ରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇ ରନର୍ସଅପ୍ ରେ ସନ୍ତୁଷ୍ଟ ହୋଇଥିଲା। ଆଉ ଏବେ ୧୦ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ବକପ୍ ଫାଇନାଲ୍ ଟିକେଟ୍ ହାସଲ୍ କରିଛି। 

 

29 June 2024 07:25 AM (IST)

Odisha Weather Update: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଥିୂବା ଘୂର୍ଣ୍ଣିବଳୟ ସହ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପ୍ରଭାବରେ ୩୦ ତାରିଖ  ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।  ପହିଲାରୁ ରାଜ୍ୟରେ ବର୍ଷାର ବିସ୍ତୁତି କମିବ ଏବଂ ପୁଣି  ୭ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୁତ ପରିମାଣ ବଢିବ। ଏବଂ କାଳବୈଶାଖି ପ୍ରଭାବ କମିବା ସହ ଭାରି ବର୍ଷା ସମ୍ଭାବନା ଥିବା ନିର୍ଦ୍ଦେଶକ କହିଛନ୍ତି। 

29 June 2024 07:18 AM (IST)

Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର? ଦେଖନ୍ତୁ ଫଟୋ ଗ୍ୟାଲେରୀ...

Add Zee News as a Preferred Source

About the Author