ଚାକିରି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ! Work Stress ଯୋଗୁଁ ବଢ଼ିଛି ୮୩% ହୃଦ ରୋଗ, ଗବେଷଣାରେ ଖୁଲାସା
Advertisement
Article Detail0/zeeodisha/odisha2388459

ଚାକିରି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ! Work Stress ଯୋଗୁଁ ବଢ଼ିଛି ୮୩% ହୃଦ ରୋଗ, ଗବେଷଣାରେ ଖୁଲାସା

Work Stress: କାର୍ଯ୍ୟ ଚାପ ହୃଦୟ ପାଇଁ ବିପଦପୂର୍ଣ୍ଣ! ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ କାର୍ଯ୍ୟ ଚାପ ହୃଦଘାତର ଆଶଙ୍କାକୁ ବଢ଼ାଇ ଦେଇଥାଏ। ଜର୍ନାଲ୍ ଅଫ୍ ଦ ଆମେରିକାନ ହାର୍ଟ ଆସୋସିଏସନରେ ଏହାକୁ ନେଇ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।

 

Work Stress Disease

Work Stress Disease: ଆପଣ ଜାଣିଛନ୍ତି କି ଆପଣଙ୍କ କାମ ଆପଣଙ୍କ ଜୀବନ ନେଇପାରେ? ହଁ ଆଜ୍ଞା, ଆପଣ ଠିକ୍ ପଢୁଛନ୍ତି। ଏକ ନୂତନ ଗବେଷଣା ଅନୁଯାୟୀ ଅତ୍ୟଧିକ କାର୍ଯ୍ୟର ଚାପ ହୃଦଘାତର ଆଶଙ୍କାକୁ ବହୁଗୁଣିତ କରିଥାଏ। ଆପଣ ଯଦି ଦିନରାତି କଠିନ ପରିଶ୍ରମ କରୁଥାନ୍ତି କିନ୍ତୁ ଏହା ବଦଳରେ ଆପଣ ଯେତିକି ପାଇବା ଉଚିତ୍ ତାହା ମିଳେ ନାହିଁ, ତେବେ ସାବଧାନ ରୁହନ୍ତୁ। ଆପଣ ହୃଦଘାତର ଶିକାର ହୋଇପାରନ୍ତି। ଏକ ଗବେଷଣାରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାଲା ହୋଇଛି। ଏହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜର୍ନାଲ୍ ଅଫ୍ ଦ ଆମେରିକାନ ହାର୍ଟ ଆସୋସିଏସନ (Journal of the American Heart Association)ଦ୍ୱାରା ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି। ଆଟ୍ରିଆଲ୍ ଫାଇବ୍ରିଲେସନ୍ (AF) ର ବିପଦ ଉପରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ଉଚ୍ଚ ଚାପ ଓ ସ୍ୱଳ୍ପ ବେତନ ପ୍ରାପ୍ତ ଚାକିରିରେ କାମ କରନ୍ତି ସେମାନଙ୍କ ପାଖରେ AF ହେବାର ୯୭% ଅଧିକ ବିପଦ ରହିଛି। ଏହି ଗବେଷଣା ଅନୁଯାୟୀ ଚାକିରିକୁ ନେଇ ଅଧିକ ଚାପ କେବଳ ଏହି ହୃଦଘାତର ବିପଦକୁ ୮୩% ବଢ଼ାଇପାରେ। ଏଥି ସହିତ ଯଦି କଠିନ ପରିଶ୍ରମ ପୁରସ୍କୃତ ହୁଏ ନାହିଁ, ଯେପରିକି ସ୍ୱଳ୍ପ ବେତନ କିମ୍ବା କୌଣସି ପ୍ରଶଂସା ମିଳେ ନାହିଁ ତଥାପି AF ର ୪୪% ଅଧିକ ବିପଦ ଅଛି।

ଆଟ୍ରିଆଲ୍ ଫାଇବ୍ରିଲେସନ୍ କ’ଣ?
AF (Atrial fibrillation) ଏକ ଗମ୍ଭୀର ଅବସ୍ଥା ଯେଉଁଥିରେ ହୃଦସ୍ପନ୍ଦନରେ ଅନିୟମିତତା ଦେଖାଯାଏ।ଯଦି ଏହି ରୋଗ ଠିକ୍ ସମୟରେ ଚିହ୍ନିଟ ନ ହୁଏ ତେବେ ଏହା ହୃଦଘାତ, ଷ୍ଟ୍ରୋକ୍ କିମ୍ବା ଅନ୍ୟାନ୍ୟ ହୃଦ୍‌ରୋଗରେ ଜଟିଳତା ସୃଷ୍ଟି କରିପାରେ । ଆମେ ଆପଣଙ୍କୁ କହିବୁ ଯେ ବ୍ରିଟେନରେ ୧.୫ ମିଲିୟନରୁ ଅଧିକ ଲୋକ AF ରେ ପୀଡିତ ଥିବାବେଳେ ଆମେରିକାରେ ୨୦୩୦ ସୁଦ୍ଧା ୧୨ ମିଲିୟନରୁ ଅଧିକ ଲୋକଙ୍କର AF ହେବାର ସମ୍ଭାବନା ରହିଛି।

ପୂର୍ବ ଗବେଷଣାରୁ ଏହା ଜଣାପଡିଥିଲା ଯେ ଚାକିରିର ଚାପ ଓ କଠିନ ପରିଶ୍ରମ ପାଇଁ ଉପଯୁକ୍ତ ପୁରସ୍କାର ନ ପାଇବା ହୃଦଘାତର ଆଶଙ୍କା ବଢ଼ାଇପାରେ। ଆପଣଙ୍କୁ କହିରଖୁଛୁ ଯେ ଏହା ହେଉଛି ପ୍ରଥମ ଗବେଷଣା ଯାହା ଚାକିରିର ଚାପ ଓ କମ୍ ପୁରସ୍କାରର ପ୍ରଭାବକୁ AF ସହିତ ଯୋଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଅଧିକ କାର୍ଯ୍ୟର ଚାପ ଏବଂ କମ୍ ପୁରସ୍କାର AF ର ବିପଦକୁ ବଢ଼ାଇଥାଏ।

କିପରି ରଖିବେ ନିଜର ଯତ୍ନ?
ଆପଣଙ୍କର ଯଦି କାମକୁ ନେଇ ଅତ୍ୟନ୍ତ ଚାପଗ୍ରସ୍ତ ଅଛନ୍ତି ତେବେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍। ସମୟ ସମୟରେ ବିରତି ନେବା, ଯୋଗ କରିବା କିମ୍ବା ବ୍ୟାୟାମ କରିବା ଓ ଆପଣଙ୍କ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହା ବ୍ୟତୀତ ଆପଣ ଯଦି ଅନୁଭବ କରୁଛନ୍ତି ଯେ ଆପଣଙ୍କର କାର୍ଯ୍ୟ ଚାପ ଅତ୍ୟଧିକ ଅଟେ କିମ୍ବା ଆପଣ ଉପଯୁକ୍ତ ବେତନ ପାଉନାହାଁନ୍ତି, ତେବେ ଆପଣ ଆପଣଙ୍କର ବସ୍ କିମ୍ବା କମ୍ପାନୀ ସହିତ କଥା ହେବା ଉଚିତ୍। ମନେରଖ ଆପଣଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

Also Read: Tulsi leaves: ପ୍ରତିଦିନ ଖାଲି ପେଟରେ ଚୋବାନ୍ତୁ ଏହି ପତ୍ର; ନିୟନ୍ତ୍ରଣରେ ରହିବ ଡାଇବେଟିସ୍-ବିପି!