Moong Dal khichdi in Monsoon ; ବର୍ଷାଦିନରେ ଖାଆନ୍ତୁ ମୁଗଡାଲିର ଖେଚୁଡ଼ି, ସ୍ବାସ୍ଥ୍ୟକୁ ମିଳିବ ଅନେକ ଲାଭ !
Advertisement
Article Detail0/zeeodisha/odisha1254121

Moong Dal khichdi in Monsoon ; ବର୍ଷାଦିନରେ ଖାଆନ୍ତୁ ମୁଗଡାଲିର ଖେଚୁଡ଼ି, ସ୍ବାସ୍ଥ୍ୟକୁ ମିଳିବ ଅନେକ ଲାଭ !

ବର୍ଷା ଆସିବା ମାତ୍ରେ ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଏହି ଦିନରେ ଅନେକ ଲୋକଙ୍କୁ ଚର୍ମ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କରିଥାଆନ୍ତି । ବର୍ଷାଦିନରେ ଖାଆନ୍ତୁ ମୁଗଡାଲିର ଖେଚୁଡ଼ି, ସ୍ବାସ୍ଥ୍ୟକୁ ମିଳିବ ଅନେକ ଲାଭ !

Moong Dal khichdi in Monsoon ; ବର୍ଷାଦିନରେ ଖାଆନ୍ତୁ ମୁଗଡାଲିର ଖେଚୁଡ଼ି, ସ୍ବାସ୍ଥ୍ୟକୁ ମିଳିବ ଅନେକ ଲାଭ !

ବର୍ଷାଦିନ ଆସିବା ମାତ୍ରେ ଲୋକେ ଗରମରୁ ଆଶ୍ବସ୍ତି ପାଇ ଥାଆନ୍ତି ଏବଂ ଉତ୍ତାପରୁ ମୁକ୍ତି ମିଳିଥାଏ । କିନ୍ତୁ ଅନ୍ୟପଟେ ବର୍ଷା ଆସିବା ମାତ୍ରେ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଏହି ଦିନରେ ଅନେକ ଲୋକଙ୍କୁ ଚର୍ମ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କରିଥାଆନ୍ତି । ଆପଣଙ୍କୁ କହି ରଖୁଛୁ କି ମୁଗ ଡାଲିର ଖେଚୁଡିରେ କପର୍ , ଫୋଲେଟ୍, ରାଇବୋଫ୍ଲୋଭିନ, ଭିଟାମିନ୍ ,ଭିଟାମିନ -ସି, ଫାଇବର, ପୋଟାସିୟମ, ଫସଫରସ, ମ୍ୟାଗ୍ନେସିୟମ୍ , ଆଇରନ, ଭିଟାମିନ ବି-6, ନିୟାସିନ, ଥିଏମାଇନ ମିଳିଥାଏ । ଫାଇବର ଆପଣଙ୍କ ଅନ୍ତନଳୀକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ବର୍ଷାଦିନରେ ମୁଗଡାଲି ଆପଣଙ୍କ ପାଇଁ ବେଶ ଲାଭଦାୟକ ଅଟେ । ଏମିତିରେ ଆପଣ ମୁଗଡାଲିର ଖେଚୁଡି ନିଜ ଡାଏଟରେ ସାମିଲ କରିପାରିବେ । ଚାଲନ୍ତୁ ଜାଣିବା ଘରେ କିପରି ତିଆରି କରିବେ ମୁଗଡାଲି ଖେଚୁଡି ! 
 
- ଭାରତୀୟ ଖାଦ୍ୟ ବିଷୟରେ କହିବାକୁ ଗଲେ ଖେଚୁଡି ହେଉଛି ପାରମ୍ପାରିକ ରେସିପି ମଧ୍ୟରୁ ଅନ୍ୟତମ । ଯାହା ମୁଗ ଡାଲି ଏବଂ ଚାଉଳ ମିଶ୍ରଣରେ ତିଆରି ହୋଇଥାଏ । ଖେଚୁଡି ଖାଇବା ଦେହ ପାଇଁ ଅତ୍ୟନ୍ତ ଫଳପ୍ରଦ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହାଲୁକା ହୋଇଥାଏ । ପ୍ରାୟତଃ ଆପଣ ଦେଖିଥିବେ ଅସୁସ୍ଥ ରୋଗୀ ମାନଙ୍କୁ ଖେଚୁଡୀ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଏହାକୁ ତିଆରି କରିବା ଖୁବ ସହଜ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳ ଏବଂ ମୁଗ ଡାଲି ହେଉ କିମ୍ବା ମସୁର ଡାଲିକୁ ନେଇ ଏହାକୁ ଭଲ ଭାବରେ ଧୋଇ ନେବେ । ଏହା ପରେ ଏହାକୁ ଅଧ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ । ଏହା ପରେ ଏକ ପ୍ୟାନରେ ଘିଅ ଗରମ କରନ୍ତୁ ସେଥିରେ ଜିରା,ହେଙ୍ଗୁ ପକାନ୍ତୁ ଯେବେ ଜିରା ଲାଲ ହୋଇଯିବ ସେଥିରେ ଚାଉଳ ଡାଲି ମିଶା ମିଶ୍ରଣକୁ ପକାଇ ହାଲୁକା ଭାବେ ଫ୍ରାଏ କରନ୍ତୁ । ହାଲୁକା ଆଞ୍ଚରେ ତାକୁ ଭାଜନ୍ତୁ ଏହା ପରେ ସ୍ହାଦ ଅନୁସାରେ ହଳଦୀ ,ଲୁଣ ପକାନ୍ତୁ । କିଛି ସମୟ ପରେ ଖେଚୁଡିକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ରାନ୍ଧନ୍ତୁ । ଏହା ପରେ ଗରମା ଗରମ ଖେଚୁଡୀକୁ ଖାଆନ୍ତୁ ।

Also Read ; ବର୍ଷାଋତୁରେ ଏପରି ନିଅନ୍ତୁ କେଶର ଯତ୍ନ,କିଛି ଦିନରେ ଚମକିବ ଆପଣଙ୍କ କେଶ !

 

ମୁଗ ଡାଲି ଖେଚୁଡି ଖାଇବାର ଉପକାରିତା
ଖେଚୁଡି ଖାଇବା ଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ ଏହା ସହ ଆପଣ ଓଜନ କମ କରିବା ସମୟରେ ଆପଣଙ୍କ ଶରୀରରେ ପ୍ରୋଟିନ୍ ସ୍ତରକୁ ଠିକ୍ ରଖିବାରେ ସହାୟକ ହୋଇଥାଏ । ଏହା ସହ ଖେଚୁଡୀ ଆପଣଙ୍କ ଶରୀରକୁ ଡିଟକ୍ସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଖେଚୁଡୀକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ  ଯାହା ଦ୍ବାରା ଆପଣ ସୁଗର ସ୍ତରକୁ କଣ୍ଟ୍ରୋଲ କରିଥାଏ । ଖେଚୁଡି ହଜମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯେଉଁ ମାନେ ପେଟଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନିଜ ଖାଦ୍ୟରେ ମୁଗଡାଲି ଖେଚୁଡୀକୁ ଅନ୍ତର୍ଭୁକ୍ତ କରିବା ଉଚିତ୍ ।