ଜାଣନ୍ତୁ କିପରି କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ ସାରା ଦୁନିଆକୁ କରିଦେଲା ବର୍ବାଦ
Advertisement

ଜାଣନ୍ତୁ କିପରି କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ ସାରା ଦୁନିଆକୁ କରିଦେଲା ବର୍ବାଦ

ଅଷ୍ଟ୍ରେଲିଆର ଗଣିତଜ୍ଞ ମ୍ୟାଟ ପାର୍କ (Matt Parker) ନିଜେ ସୃଷ୍ଟି କରିଥିବା ଏକ ସୂତ୍ର ଉପରେ ଆଧାର କରି ଏହି ଆକଳନ କରିଥିଲେ ।

ଜାଣନ୍ତୁ କିପରି କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ ସାରା ଦୁନିଆକୁ କରିଦେଲା ବର୍ବାଦ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ଏହି ସମୟରେ ଆଜି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ  (One spoon Coronavirus)ସମଗ୍ର ବିଶ୍ୱକୁ ସଂକ୍ରମିତ କରିଛି । ଏକ ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ସମୁଦାୟ କେରୋନା ଭୂତାଣୁର ମୋଟ ମାତ୍ରା ପ୍ରାୟ ୮ ମିଲିଲିଟର ଅର୍ଥାତ୍ ହାରାହାରି ଗୋଟିଏ ଚାମଚ ହେବ । ଏହି ଚାମଚର କ୍ଷମତା ପ୍ରାୟ ୬ ML ହୋଇଥାଏ । ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ଚାମଚ କୋରୋନା ଭୂତାଣୁ ଦୁନିଆରେ ୫ କୋଟିରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛନ୍ତି ।

ଅଷ୍ଟ୍ରେଲିଆର ଗଣିତଜ୍ଞ ମ୍ୟାଟ ପାର୍କ (Matt Parker) ନିଜେ ସୃଷ୍ଟି କରିଥିବା ଏକ ସୂତ୍ର ଉପରେ ଆଧାର କରି ଏହି ଆକଳନ କରିଥିଲେ । ସେ ପ୍ରଥମେ ଜାଣିବାକୁ ପାଇଲେ ଯେ କେତେ ଲୋକ କୋରୋନା ଭୂତାଣୁ ସଂକ୍ରମିତ ହେଉଛନ୍ତି । ଏହା ପରେ ସେ ସାରା ବିଶ୍ୱରେ ପ୍ରତିଦିନ ଅତି କମରେ ୩ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାର ଆକଳନ କରିଥିଲେ ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ଟକ୍କର ଦେଇ ପାରିବ ତ ବିଜେପି?

ଏହି ସୂତ୍ରକୁ ଆଧାର କରି ମ୍ୟାଟ ପାର୍କର ଦୁନିଆରେ କୋଭିଡ-19 ସଂକ୍ରମିତ ଲୋକଙ୍କ ଶରୀରରେ କୋରୋନା ଭୂତାଣୁ ପରିମାଣ ଗଣନା କରିଛନ୍ତି । କୋରୋନା ଭୂତାଣୁ ଆକାର ଏତେ ଛୋଟ ଯେ ଆପଣ ଏହାକୁ ନିଜ ଆଖିରେ ଦେଖିପାରିବେ ନାହିଁ । ମାନବ କୋଷର ଆକାର ପ୍ରାୟ ୧୦୦ ମାଇକ୍ରୋମିଟର ହୋଇଥାଏ । ଏଗୁଡ଼ିକ ଆମ ମୁଣ୍ଡରେ ମିଳୁଥିବା କେଶର ମୋଟେଇ ସହିତ ସମାନ । ମାନବ କୋଷଗୁଡ଼ିକର ଆକାର କୋଭିଡ-19 ଭୂତାଣୁର ଆକାରର ପ୍ରାୟ ୧୦ ଲକ୍ଷ ଗୁଣ ଅଧିକ ହୋଇଥାଏ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO

ମ୍ୟାଟ ପାର୍କରଙ୍କ ଅନୁଯାୟୀ, କୋରୋନା ଭୂତାଣୁ ପ୍ରକୃତରେ ଏକ ପ୍ରକାର କମ୍ପ୍ୟୁଟର କୋଡ୍ ହୋଇଥାଏ, ଯାହା ମାନବ କୋଷର ସିଷ୍ଟମରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହି ଭୂତାଣୁ ମଣିଷ ସହିତ ସମଗ୍ର ବିଶ୍ୱର ପ୍ରଣାଳୀକୁ ମଧ୍ୟ ସଂକ୍ରମିତ କରିଛି ।