Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୮ ମୃତ, ୩୦ ରୁ ଅଧିକ...
Advertisement
Article Detail0/zeeodisha/odisha2329430

Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୮ ମୃତ, ୩୦ ରୁ ଅଧିକ...

Bus Accident:  ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ  ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  

Bus Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର, ଘଟଣାସ୍ଥଳରେ ୧୮ ମୃତ, ୩୦ ରୁ ଅଧିକ...

Bus Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ  ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି। 

ALSO READ: Road Accident: ବିବାହ ଭୋଜି ଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା, ଘଟଣାସ୍ଥଳରେ ୩ ମୃତ

ସୂଚନା ଅନୁସାରେ, ଆଜି ଭୋର ସମୟ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏକ ଯାତ୍ରୀବାହୀ ବସଟି ବିହାରର ସୀତାମଡିରୁ ଦିଲ୍ଲୀ ଅଭିମୁଖେ ପାଖାପାଖି ୬୦ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିଲା। ଏହି ସମୟରେ ଉତ୍ତର ପ୍ରଦେଶ ଉନ୍ନବର( ଲକ୍ଷ୍ମୌ- ଆଗ୍ରା ଏକ୍ସପ୍ରେସଓ୍ବେରେ ) ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କରକୁ ବସଟି ଓବର ଟେକ୍ କରିଥିଲା। ଏହି ସମୟରେ ବସ୍ -ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସଟି ରାସ୍ତା ମଝିରେ ଓଲଟି ଦୁଇଫାଳ ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସପି, ଜିଲ୍ଲାପାଳଙ୍କ ସହ ପୋଲିସ୍ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ତେବେ,ଏହି ଦୁର୍ଘଟଣା ପରେ ରାସ୍ତାରେ ଜାମ୍ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ଦେଖିବାକୁ ମିଳିଥିଲା।