ସନାତନ ଧର୍ମ ଗ୍ରହଣ କଲେ ୨ ହଜାର ଲୋକ
Advertisement
Article Detail0/zeeodisha/odisha2409023

ସନାତନ ଧର୍ମ ଗ୍ରହଣ କଲେ ୨ ହଜାର ଲୋକ

ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତଙ୍କୁ ସନାତନ ଧର୍ମରେ ସାମିଲ କରାଯାଇଛି । ସନାତନ ଧର୍ମ ଗ୍ରହଣ କରିବା ପରେ ଉକ୍ତ ଲୋକମାନେ ବହୁତ ଖୁସି ଥିବା କହିଛନ୍ତି ।

ସନାତନ ଧର୍ମ ଗ୍ରହଣ କଲେ ୨ ହଜାର ଲୋକ

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ଦ୍ୱାରା ଏକ ଘର ବାହୁଡା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ହଜାର ଲୋକ ସନାତନ ଧର୍ମ ଗ୍ରହଣ କରିଥିଲେ। ପୂର୍ବରୁ କୌଣସି କାରଣରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ପୁଣିଥରେ ସନାତନ ଧର୍ମ ଗ୍ରହଣ କରିଛନ୍ତି । ଭିଏଚପି ସମସ୍ତ ଲୋକଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଧର୍ମରେ ସାମିଲ କରିଛି । ଖ୍ରୀଷ୍ଟିଆନ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ଉକ୍ତ ଲୋକମାନେ ବହୁତ ଖୁସି ଥିବା ଜଣାପଡିଛି ।

ନେପାଳର ବିଶ୍ୱ ହିନ୍ଦୁ ପରିଷଦରେ ଜାତୀୟ ସଂଗଠନ ମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ସମେତ ବହୁ ସାମାଜିକ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେଉଁମାନେ ପୂର୍ବରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ସେମାନେ ନିଜ ଇଚ୍ଛାରେ ପୁଣିଥରେ ସନାତନ ଧର୍ମକୁ ଫେରିଥିଲେ । ବୈଦିକ ମନ୍ତ୍ର ସହିତ ରୀତିନୀତି ମାଧ୍ୟମରେ ସନାତନ ଧର୍ମରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସନାତନ ଧର୍ମକୁ ଫେରିବା ପରେ ଉଭୟ ମହିଳା ଏବଂ ପୁରୁଷମାନେ ବହୁତ ଖୁସି ପ୍ରକାଶ କରିଛନ୍ତି । ଘରକୁ ଫେରିବା ସମୟରେ ସମସ୍ତଙ୍କୁ ପ୍ରଭୁ ହନୁମାନଙ୍କ ଚାଲିସା ଦିଆଯାଇଥିଲା ।

ସୂଚନା ମୁତାବକ, କିଛି ପ୍ରଲୋଭନ ଏବଂ ଅଜ୍ଞତା କାରଣରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ଉକ୍ତ ବ୍ୟକ୍ତିମାନେ । ନେପାଳର ସୁନସାରି, ମୋରାଙ୍ଗ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ହଜାର ହଜାର ଲୋକ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଏକତ୍ରିତ ହୋଇଥିଲେ ।

ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଏହାପୂର୍ବରୁ ମଧ୍ୟପ୍ରଦେଶର ଇନ୍ଦୋରରେ ମୁସଲମାନ ସମ୍ପ୍ରଦାୟର ୮ ଜଣ ବ୍ୟକ୍ତି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ସେମାନେ ସେଠାରେ ଥିବା ଏକ ଗଣେଶ ମନ୍ଦିରରେ ପହଞ୍ଚି ରୀତିନୀତି ଅନୁଯାୟୀ ସନାତନ ଧର୍ମରେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ, ସମସ୍ତ ନିୟମ ଅନୁଯାୟୀ ସେହି ଲୋକମାନଙ୍କୁ ହିନ୍ଦୁ ଧର୍ମରେ ସାମିଲ କରାଯାଇଛି ।

Also Read- ଅବପାତ ପ୍ରଭାବରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC

Also Read- ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ବଦଳିବା ଆବଶ୍ୟକ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ