ପ୍ରକୃତିର କୋପ; ବଜ୍ରାଘାତରେ ୨୫୦ ମେଣ୍ଢା ମୃତ
Advertisement
Article Detail0/zeeodisha/odisha1196630

ପ୍ରକୃତିର କୋପ; ବଜ୍ରାଘାତରେ ୨୫୦ ମେଣ୍ଢା ମୃତ

ଅନନ୍ତନାଗ ଜିଲ୍ଲାର କୋକୋରନାଗ ତହସିଲ ଅଧିନସ୍ଥ ହୋକ୍ସର ଅଞ୍ଚଳର ଏକ ଚାରଣ ଭୂମିରେ ଏହି ଘଟଣା ଘଟିଛି। 

ପ୍ରକୃତିର କୋପ; ବଜ୍ରାଘାତରେ ୨୫୦ ମେଣ୍ଢା ମୃତ

Kashmir Sheep Death: ପ୍ରକୃତିର ପ୍ରକୋପକୁ ରୋକିବା ଅସମ୍ଭବ। କାଶ୍ମୀର ଘାଟିରେ ଦେଖିବାକୁ ମିଳିଛି ଏହାର ଉଦାହରଣ। ଏଠାରେ ଅବସ୍ଥିତ ଅନନ୍ତନାଗ ଜିଲ୍ଲାରେ ବଜ୍ରପାତ କାରଣରୁ ପ୍ରାୟ ୨୫୦ ମେଣ୍ଢା ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ରରୁ ଏହି ଖବର ମିଳିଛି।

ଅନନ୍ତନାଗ ଜିଲ୍ଲାର କୋକୋରନାଗ ତହସିଲ ଅଧିନସ୍ଥ ହୋକ୍ସର ଅଞ୍ଚଳର ଏକ ଚାରଣ ଭୂମିରେ ଏହି ଘଟଣା ଘଟିଛି। ଗ୍ରୀଷ୍ମ ଋତୁରେ ଉପତ୍ୟକାର ବିଭିନ୍ନ ନିମ୍ନ ସ୍ଥାନରୁ ମେଣ୍ଢାକୁ ଚରାଇ ନେବା ପାଇଁ ଉଚ୍ଚ ଭୂମିରେ ଅବସ୍ଥିତ ଚାରଣ ଭୂମିକୁ ସ୍ଥାନାନ୍ତରିତକରାଯାଇଥାଏ। ଏଭଳି ବିଶାଳ ଖୋାଲା ଚାରଣ ଭୂମିରେ ବରଫପାତ, କୁଆ ପଥର ବର୍ଷା, ବାଦଲ ଫଟା ବର୍ଷା ଭଳି ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇଥାଏ। ଯାହା ଏଠାକୁ ଚରିବାକୁ ଆସୁଥିବା ପଶୁଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ।

ଅନ୍ୟପଟେ ଜାମୁ ଅଞ୍ଚଳରେ ଅବସ୍ଥିତ ପର୍ବତରେ ମେ ମାସରେ ତୁଷାରପାତ ହୋଇଥିଲା। ଏହି କାରଣରୁ ପାଗ ବହୁତ ବଦଳିବା ସହ ଗ୍ରୀଷ୍ମ ଋତୁରେ ଲୋକେ ଥଣ୍ଡା ଅନୁଭବ କରୁଛନ୍ତି। ଏହା ସହିତ କାଶ୍ମୀର ଘାଟିରେ ପାଗ ସ୍ପଷ୍ଟ ହେବା ସତ୍ତ୍ୱେ ଥଣ୍ଡା ଜାରି ରହିଛି। ରାଜ୍ୟର ଅନେକ ଜିଲ୍ଲାରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୪-୯ ଡିଗ୍ରୀ ତଳେ ରହୁଛି।

Also Read: Kashmir Valley: ତୁଷାର ପାତରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ

ଜାମୁ ଅଞ୍ଚଳର କଠୁଆ, ଉଧମପୁର, ରାମବନ, ଡୋଡା, କିଶ୍ତୱାଡ଼, ରାଜୌରୀ, ପୁଞ୍ଚ୍ ଭଳି ଉଚ୍ଚ ପାର୍ବ୍ୟତ୍ୟାଞ୍ଚଳରେ ବରଫପାତ ହୋଇଛି। ଥଣ୍ଡା କବଳରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ଉପାୟ କରୁଥିବା ଜଣାପଡ଼ିଛି। ଦିନ ବେଳା ଏଠାକାର ସାମାନ୍ୟତମ ତାପମାତ୍ରା ୬.୯ ଡିଗ୍ରୀ ହ୍ରାସ ପାଇ ୩୧.୧ ଡିଗ୍ରୀ  ଏବଂ ସର୍ବାନିମ୍ନ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।