ମର୍ମନ୍ତୁଦ ଦୁର୍ଘଟଣା; ନଦୀରେ ବସ୍ ଖସି ପଡ଼ିବାରୁ ୨୮ ମୃତ, ୧୪ ଆହତ
Advertisement

ମର୍ମନ୍ତୁଦ ଦୁର୍ଘଟଣା; ନଦୀରେ ବସ୍ ଖସି ପଡ଼ିବାରୁ ୨୮ ମୃତ, ୧୪ ଆହତ

ବସରେ ଥିବା ଅଧିକାଂଶ ଯାତ୍ରୀ ଦୁର୍ଗା ପୂଜା ଅବସରରେ ବିଭିନ୍ନ ସ୍ଥାନରୁ ନିଜ ଘରକୁ ଫେରୁଥିଲେ ବୋଲି ପୋଲିସ ସନ୍ଦେହ କରୁଛି । 

ପ୍ରତୀକାତ୍ମକ ଫଟୋ

କାଠମାଣ୍ଡୁ: Nepal Bus Accident: ନେପାଳର ମୁଗୁ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ ନଦୀରେ ଖସି ପଡ଼ିବାରୁ ଅତି କମରେ ୨୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି ଯେ ନେପାଳଗଞ୍ଜରୁ ମୁଗୁ ଜିଲ୍ଲାର ମୁଖ୍ୟାଳୟ ଗାମଗଧୀ ଅଭିମୁଖେ ଆସୁଥିବା ବସ୍ ପିନା ଝାୟାରୀ ନଦୀରେ ଖସି ପଡିଛି । ଏହି ଦୁର୍ଘଟଣା ଛାୟନାଥ ରାରା ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ ଘଟିଛି ।

ବସରେ ଥିବା ଅଧିକାଂଶ ଯାତ୍ରୀ ଦୁର୍ଗା ପୂଜା ଅବସରରେ ବିଭିନ୍ନ ସ୍ଥାନରୁ ନିଜ ଘରକୁ ଫେରୁଥିଲେ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ କହିଛି ଯେ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳର ଆର୍ମି ହେଲିକପ୍ଟର ସୁରଖେତରୁ ପଠାଯାଇଛି । ମୁଗୁ କାଠମାଣ୍ଡୁଠାରୁ ୬୫୦ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ ରାରା ହ୍ରଦ ପାଇଁ ପ୍ରସିଦ୍ଧ ।

ଏହି ସମୟରେ ମୁଗୁ ମୁଖ୍ୟ ଜିଲ୍ଲା ଅଧିକାରୀ ରୋମ ବାହାଦୂରଙ୍କ ଅନୁଯାୟୀ ସୁରଖେତରୁ ମୁଗୁ ଜିଲ୍ଲା ମୁଖ୍ୟାଳୟ ଗାମଗଢ଼ୀ ଅଭିମୁଖେ ଯାଉଥିବା ଏକ ବସ୍ ଛାୟନାଥ ରାରା ପୌରପାଳିକାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଯେଉଁଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି ।

ସେ କହିଛନ୍ତି, "ଦୁର୍ଘଟଣାରେ ଆହତ ହୋଇଥିବା ଅତି କମରେ ୧୪ ଜଣଙ୍କୁ ଚିକିତ୍ସା ପାଇଁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ ଓ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ।" ବସରେ ମୋଟ ୪୨ ଜଣ ଲୋକ ଥିଲେ ।

ଅଧିକ ପଢ଼ନ୍ତୁ:-ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ତାଲିବାନ ହାତରେ ଆସିବନି କାଣିଚାଏ, ଆଫଗାନବାସୀଙ୍କ ଉପରେ 'ଆକାଶ'ରୁ ବର୍ଷିବ ଟଙ୍କା!

ଅଧିକ ପଢ଼ନ୍ତୁ:-ବୟଫ୍ରେଣ୍ଡଙ୍କ ବାପାଙ୍କୁ ବିବାହ କଲେ ଗର୍ଲଫ୍ରେଣ୍ଡ, ନିଜେ କହିଲେ ଏପରି କରିବାର କାରଣ

ଅଧିକ ପଢ଼ନ୍ତୁ:-ଚୀନକୁ ଚତୁର୍ଦ୍ଦିଗରେ ଘେରିବା ପାଇଁ ଭାରତ ଓ ଆମେରିକାର ମାଷ୍ଟର ପ୍ଲାନ୍