Road Accident: କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ, ୩ ଆହତ
Advertisement
Article Detail0/zeeodisha/odisha2427748

Road Accident: କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ, ୩ ଆହତ

Road Accident:  ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଟ୍ରକ୍-କାର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Road Accident: କାର୍ ଉପରେ ଚଢିଗଲା ଟ୍ରକ୍, ଘଟଣାସ୍ଥଳରେ ୪ ମୃତ, ୩ ଆହତ

Road Accident:  ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଟ୍ରକ୍-କାର ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍। ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। 

ALSO READ: Budh Asta 2024: ବୁଧଙ୍କ ଅସ୍ତ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଚାକିରିରେ ପଦୋନ୍ନତି ସାଙ୍ଗକୁ...

ALSO READ: Puri News: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଅନ୍ତିମ ଦିବସ, ଆଜି କଂସ ବଦ୍ଧ ନୀତି

ସୂଚନା ଅନୁସାରେ, ଗତକାଲି ସାତ ଜଣ ସାଙ୍ଗ ଏକ କାରରେ ଉତ୍ତର ପ୍ରଦେଶରୁ ହରିଦ୍ବାର ଅଭିମୁଖେ ଯାତ୍ରା କରୁଥିଲେ।   ଗାଡିଟି ମୁଜାଫରନଗର ଜିଲ୍ଲାରେ ଥିବା  ଦିଲ୍ଲୀ-ଡେରାଡୁନ୍ ରାସ୍ତା  ଦେଇ ଯାତ୍ରା କରୁଥିବା ବେଳେ ହଠାତ୍ ଏକ ଟ୍ରକ୍ ଟି  ନିୟନ୍ତ୍ରଣ ହରାଇ କାର୍ ଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର୍ ମଧ୍ୟରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଦେଖି  ସ୍ଥାନୀୟ ଲୋକେ ପୋଲିସ୍ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ମେଡିକାଲ୍ ରେ ଭର୍ତ୍ତି କରିଥିଲେ। ଏବଂ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଇଥିଲେ।  ମୃତ ଓ ଆହତଙ୍କ ଘର ୟୁପିର ଅଲିଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।  ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।...