Road Accident: ବ୍ରେକ୍ ଫେଲ୍ ହୋଇ ଟ୍ରକରେ ପିଟି ହେଲା କାର୍, ଘଟଣାସ୍ଥଳରେ ୬ମୃତ
Advertisement
Article Detail0/zeeodisha/odisha2220157

Road Accident: ବ୍ରେକ୍ ଫେଲ୍ ହୋଇ ଟ୍ରକରେ ପିଟି ହେଲା କାର୍, ଘଟଣାସ୍ଥଳରେ ୬ମୃତ

Road Accident: ବାଟରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ଜୀବନ । ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। 

ସୌଜନ୍ୟ-ସୋସିଆଲ୍ ମିଡିଆ

Road Accident: ବାଟରେ ଛକି ବସିଥିଲା ଯମ। ଚାହୁଁଚାହୁଁ ଚାଲିଗଲା ୬ ଜୀବନ ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ତେଲେଙ୍ଗାନାର  ସୁରୟପେଟ୍  ରେ ଏହି ଛାତିଥର ଦୁର୍ଘଟଣା ଘଟିଛି।

ALSO READ: Road Accident: ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୪ ମୃତ,ଏକାଧିକ ଆହତ

ସୂଚନା ଅନୁସାରେ, ଆଜି ଏକ କାରରେ ୧୦ ଜଣ ଲୋକେ ହାଇଦ୍ରାବାଦରୁ ବିଜୟଓ୍ବାଡା ଅଭିମୁଖେ କୌଣସି ଏକ କାମରେ ଯାତ୍ରା କରୁଥିଲେ। କିନ୍ତୁ କାର୍ ଟିର ବ୍ରେକ୍ ଫେଲ୍  ହୋଇଯାଇଥିଲା। ସୁରୟପେଟ୍ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୬୫ ନିକଟ ଦୁର୍ଗାପୁରମ୍ ରେ ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍। ଫଳରେ ଗାଡିରେ ଥିବା ୧୦ ଜଣଙ୍କ ମଧ୍ୟରୁ  ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏବଂ ୨ ଜଣ ଗୁରୁତର ହୋଇପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। 

ପୋଲିସ୍ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହିତ ମୃତଦେହ ଗୁଡିକୁ ପୋଷ୍ଟମଟମ୍ ପାଇଁ ପଠାଇଛି। ସୌଭାଗ୍ୟବସତଃ ଏହି ଛାତିଥରା ଦୁର୍ଘଟଣାରୁ ଅନ୍ୟ ୨ ଜଣ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି। ମୃତକମାନେ ହେଲେ ଜେଲା ଶ୍ରୀକାନ୍ତ, ମଣିକର୍ଣ୍ଣ, ଚନ୍ଦର ରାଓ, କ୍ରିଷ୍ଣା ରାଓ, ସ୍ବର୍ଣ୍ଣ ଏବଂ ଲାର୍ଜି। ଏମାନେ ସମସ୍ତ ତେଲେଙ୍ଗାନା ଖମାମ୍ ଜିଲ୍ଲାର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।