Bangladesh Violence: ବାଂଲାଦେଶ ହିଂସାରେ ୭୨ ମୃତ୍ୟୁ, ଭାରତୀୟଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର; ଜାରିହେଲା ହେଲ୍ପଲାଇନ ନମ୍ବର
Advertisement
Article Detail0/zeeodisha/odisha2368241

Bangladesh Violence: ବାଂଲାଦେଶ ହିଂସାରେ ୭୨ ମୃତ୍ୟୁ, ଭାରତୀୟଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର; ଜାରିହେଲା ହେଲ୍ପଲାଇନ ନମ୍ବର

Bangladesh Protest: ବାଂଲାଦେଶରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଓ ନିକଟରେ ହୋଇଥିବା ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ। ରବିବାର ଦିନ ଶାସକ ଆୱାମୀ ଲିଗର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି।

 

Bangladesh Protest

Bangladesh Protest: ବାଂଲାଦେଶର ରାଜଧାନୀ ଢାକାରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ କରୁଥିବା ଲୋକ ଓ ଶାସକ ଆୱାମୀ ଲିଗର ସମର୍ଥକଙ୍କ ମଧ୍ୟରେ ରବିବାର ଦିନ ହୋଇଥିବା ସଂଘର୍ଷରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ବାଂଲାଦେଶରେ ରହୁଥିବା ନାଗରିକମାନଙ୍କୁ ଯୋଗାଯୋଗରେ ରହିବାକୁ ଏବଂ ସତର୍କ ରହିବାକୁ ଭାରତ କହିଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଭାରତୀୟଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ହେଲ୍ପଲାଇନ ନମ୍ବର + 88-01313076402 ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ବିକ୍ଷୋଭକାରୀମାନେ ସରକାରଙ୍କ ଇସ୍ତଫା ଦାବିରେ ଏକ 'ଅସହଯୋଗ କାର୍ଯ୍ୟକ୍ରମ' ରେ ଭାଗ ନେବାକୁ ଆସିଥିଲେ। ଆୱାମୀ ଲିଗ୍, ଛାତ୍ର ଲିଗ୍ ଓ ଜୁବୋ ଲିଗର କର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ଓ ପରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା।

ଖବରକାଗଜ 'ଢାକା ଟ୍ରିବ୍ୟୁନ୍' ଏକ ରିପୋର୍ଟରେ କହିଛି ଯେ ମୁନ୍ସିଗଞ୍ଜରେ ବିକ୍ଷୋଭକାରୀ ଏବଂ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ତେବେ ଏହି ଖବରରେ ମୃତକଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।