China Vaccine ନେଇ ବିପଦରେ Pakistan PM Imran Khan
Advertisement
Article Detail0/zeeodisha/odisha869718

China Vaccine ନେଇ ବିପଦରେ Pakistan PM Imran Khan

କୋରୋନା ମୁକାବିଲା କ୍ଷେତ୍ରରେ ପୁଣି ଥରେ ପ୍ରଭାବଶୂନ୍ୟ ସାବ୍ୟସ୍ତ ହୋଇଛି ଚୀନ। 

China Vaccine ନେଇ ବିପଦରେ Pakistan PM Imran Khan

କରାଚୀ: ଆର୍ଥିକ ଅସୁବିଧା ପରେ ଏବେ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଶୟ ପାଲଟିଛି। କୋରୋନା ମହାମାରୀର ମୁକବିଲା କ୍ଷେତ୍ରରେ ପାରମ୍ପରିକ ସହଯୋଗୀ ଚୀନ ଦ୍ୱାରା ଠକାମୀର ଶିକାର ହୋଇଛି ପାକିସ୍ତାନ!

ଶନିବାର ଆସିଥିବା ଏକ ମେଡିକାଲ ରିପୋର୍ଟ ଅନୁସାରେ କୋରୋନା ଆକ୍ରାନ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan Prime Minister) ଇମରାନ ଖାନ (Imran Khan)। କୋଭିଡ୧୯ କବଳରୁ ମୁକ୍ତି ପାଇବା ଲାଗି ସେ ଗତ ୧୮ ତାରିଖ ଗୁରୁବାର ଚୀନ ନିର୍ମିତ କୋରୋନା ଟିକା (China Made Corona Vaccine) ନେଇଥିଲେ। ହେଲେ ଏହା ପ୍ରଭାବଶୂନ୍ୟ ସାବ୍ୟସ୍ତ ହୋଇଛି। ଅର୍ଥାତ ଟିକା ନେବା ପରେ କୋରୋନା ଆକ୍ରାନ୍ତ ହୋଇଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ।   

Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!

ଏନେଇ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କୋରୋନା ସଂକ୍ରମିତ ହେବା ପରେ ନିଜ ସରକାରୀ ବାସଭବନରେ ନିଜକୁ ସଂଗରୋଧ (Home Quarantine) କରିଛନ୍ତି ପ୍ରଧାନମନ୍ତ୍ରୀ ଇମରାନ ଖାନ। ବିଗତ କିଛି ଦିନ ମଧ୍ୟରେ ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବାକୁ ଜଣାଇ ଦିଆଯାଇଛି। 

Allso Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

ବିଗତ ୨୪ ଘଣ୍ଟା ମଧ୍ୟରେ ୩୮୭୬ ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ସହ ୪୦ ଆକ୍ରାନ୍ତ ମୃତ୍ୟୁ ଘଟିଛି। ସେହିପରି ଦେଶରେ ଏ ପର୍ଯ୍ୟନ୍ତ ମୋଟ ୬ ଲକ୍ଷ ୨୩ ହଜାର ୧୩୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୭୯୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।  ଅନ୍ୟପଟେ ୫ ଲକ୍ଷ ୭୯ ହଜାର ୭୬୦ ଆକ୍ରାନ୍ତ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିବା ବେଳେ ୨୧୨୨ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥ ଗୁରୁତର ରହିଥିବା 

ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।   

Also Read: ମାଗଣା ଖୋରାକ, ବିନା ଟିକାରେ କୋରୋନା ସହ ଲଢିବ ପାକିସ୍ତାନ

ପାକିସ୍ତାନୀ ପ୍ରତିପକ୍ଷ କୋରୋନା ଆକ୍ରାନ୍ତ ହୋଇଥିବାର ଜାଣିବା ପରେ ତାଙ୍କର ଯଥାଶୀଘ୍ର ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।