ଦିନକ ପରେ ଟପ୍-4ରେ ଭାରତ !
Advertisement
Article Detail0/zeeodisha/odisha693674

ଦିନକ ପରେ ଟପ୍-4ରେ ଭାରତ !

ଉଠୁଛି ଭାରତ, ଖସୁଛି ଚୀନ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯୮୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୨୭୯ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ଭାରତରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୬ ହଜାର ୫୮୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫ ଚୁଇଁଲାଣି । ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ସେହି ହିସାବରେ ଦେଖିଲେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-6ରେ ଥିବା ଭାରତ ଦିନକପରେ ଟପ୍-4ରେ ପହଞ୍ଚିଯିବ । ଅର୍ଥାତ ତାଲିକାର ପଞ୍ଚମ ଓ ଚତୁର୍ଥରେ ଥିବା ସ୍ପେନ ଏବଂ ୟୁକେକୁ ଖୁବଶୀଘ୍ର ଭାରତ କାଟିବାକୁ ଯାଉଛି । 

ସ୍ପେନରେ ସମୁଦାୟ ୨,୮୯,୦୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୟୁକେରେ ସମୁଦାୟ ୨,୮୯,୧୪୦ଟି ସାମଲା ସାମ୍ନାକୁ ଆସିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଭୟ ଦେଶରେ ଏବେ ନୂଆ ମାମଲା ବହୁତ କମ ଆସୁଛି । କିନ୍ତୁ ଭାରତରେ ଏବେ କୋରୋନା କାୟାବିସ୍ତାର କରିଚାଲିଛି । ତେଣୁ ଆସନ୍ତା ୧୨ ତାରିଖରେ ଯେ ଭାରତ ଉଭୟ ଦେଶକୁ କାଟି ଟପ୍-4ରେ ପହଞ୍ଚିଯିବ, ତାହା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି । 

ଅନ୍ୟପଟେ ତାଲିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ରହିଛନ୍ତି ଆମେରିକା, ବ୍ରାଜିଲ ଓ ଋଷ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର କରିଥିବା ବେଳେ ବ୍ରାଜିଲରେ ୭ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ଋଷରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଛୁଇଁବାକୁ ବସିଲାଣି । ତେବେ ଯଦି ଭାରତ କୋରୋନାକୁ ନିୟନ୍ତ୍ରଣ କରିବାରେ ଫେଲ ମାରେ, ତେବେ ଭାରତ ଯେ ତାଲିକାର ଶୀର୍ଷରେ ରହିବ, ଏଭଳି କିଛି ଆଶଙ୍କା ପ୍ରକାଶ ପାଉଛି । କାହିଁକିନା, ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଜୁଲାଇ ଶେଷ ବେଳକୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗି ଦେଇପାରେ । ଅନ୍ୟପଟେ କୋରୋନାର ଉତ୍ପତ୍ତି ସ୍ଥଳ ଚୀନ ଧିରେ ଧିରେ ଖସିବାରେ ଲାଗିଛି । ଏବେ ଚୀନ ତାଲିକାର ୧୮ ନମ୍ବରରେ ପହଞ୍ଚିଲାଣି । ଅର୍ଥାତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନକୁ ୧୭ ଦେଶ କାଟି ସାଲିଲେଣି । 

ତେବେ ଭାରତ ପାଇଁ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ୧ଲକ୍ଷ ୩୫ହଜାର ୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ କେବଳ ୧ଲକ୍ଷ ୩୩ ହଜାର ୬୩୨ ଟି ଆକ୍ସିଭ କେସ ରହିଛି ।