ବିବାଦୀୟ ମନ୍ତବ୍ୟ ଦେଇ ୟୁପିରେ ବନ୍ଧା ହେଲେ ଦିଲ୍ଲୀ ଆପ ବିଧାୟକ ସୋମନାଥ ଭାରତୀ
Advertisement
Article Detail0/zeeodisha/odisha825998

ବିବାଦୀୟ ମନ୍ତବ୍ୟ ଦେଇ ୟୁପିରେ ବନ୍ଧା ହେଲେ ଦିଲ୍ଲୀ ଆପ ବିଧାୟକ ସୋମନାଥ ଭାରତୀ

ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ଆପ ବିଧାୟକଙ୍କୁ ବାନ୍ଦିଛି ୟୁପି ପୋଲିସ।  

ବିବାଦୀୟ ମନ୍ତବ୍ୟ ଦେଇ ୟୁପିରେ ବନ୍ଧା ହେଲେ ଦିଲ୍ଲୀ ଆପ ବିଧାୟକ ସୋମନାଥ ଭାରତୀ

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (UP Assembly Poll 2022) । ହେଲେ ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବିଜେପି ଏବଂ ଦିଲ୍ଲୀରେ ସରକାର ଗଠନ କରିଥିବା ଆପ ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଗଲାଣି। ଏପରିକି କଥା କାଳିମାଡ ପର୍ଯ୍ୟନ୍ତ ପହଞ୍ଚି ଗଲାଣି। 
 
ସୋମବାର ଆପ ବିଧାୟକ (AAP MLA) ସୋମନାଥ ଭାରତୀ (Somnath Bharti) ଉତ୍ତର ପ୍ରଦେଶ ରାଏବରେଲି ଗସ୍ତରେ ଥିବା ସମୟରେ ତାଙ୍କ ଉପରେ ଜଣେ ଯୁବକ କାଳିମାଡ କରି ଦେଇଥିଲେ। ଏ ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ୟୁପିରେ କ୍ଷମତାସୀନ ଯୋଗୀ ସରକାରଙ୍କୁ (Yogi Govt) ଟାର୍ଗେଟ କରିଛନ୍ତି। 

ଆପ ନେତାଙ୍କ ଉପରେ କାଳିମାଡ ହେବା କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବରେ ହୋଇଥିବା ବହୁଚର୍ଚ୍ଚିତ ହାସରଥ ଘଟଣା ସମୟରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବା ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ (Rajya Sabha MP Sanjay Singh) ଉପରକୁ କାଳିମାଡ ହୋଇଥିଲା।      

Also Read: କୋରୋନା ମୁକାବିଲା: ସମ୍ଭାଳି ପାରିଲେନି କେଜ୍ରିୱାଲ, ଆଗକୁ ମାଡି ଆସିଲେ ଶାହ

ସୋମବାର ଆପ ବିଧାୟକ ରାଏବରେଲି ଠାରେ ଥିବା ଜଳସେଚନ ବିଭାଗ ଗେଷ୍ଟ ହାଉସ ଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ବିଜେପି, ହିନ୍ଦୁ ଯୁବା ବାହିନୀ କର୍ମକର୍ତ୍ତା ତାଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଏହି ସମୟରେ କେହି ଜଣେ  ତାଙ୍କ ଉପରକୁ କାଳିମାଡ କରି ଦେଇଥିଲା।         
 
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ତାଙ୍କ ବିରୁଦ୍ଧରେ ଆମେଠିରେ ଦାଏର ହୋଇଥିବା ମାମଲା ଆଧାରରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସ ସହ ସୋମନାଥ ଭାରତୀଙ୍କ କଥା କଟାକଟି ହୋଇଥିଲା। ପୋଲିସକୁ ଜବାବ ଦେବାକୁ ଯାଇ ସେ କହିଥିଲେ ତୁମର ବର୍ଦ୍ଦି ଖୋଲି ଦେବି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିବା ପରେ ସେହି ଗେଷ୍ଟ ହାଉସ ମଧ୍ୟରେ ରଖିଥିଲା।  

 

ଏନେଇ ୟୁପି ପୋଲିସ ପକ୍ଷରୁ କୁହାଯାଇଛି ରାଜ୍ୟରେ ଥିବା ଡାକ୍ତରଖାନା ଉପରେ ସେ  ଦେଇଥିବା ବିବାଦୀୟ ବିବୃତ୍ତି ପାଇଁ ତାଙ୍କୁ ଗିରଫ କରାଯାଇଛି। ଆମେଠିର ଜଗଦୀଶପୁର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଧାରା ୫୦୫ ଏବଂ ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସୋମନାଥ ଭାରତୀ ଶନିବାର ଦିନ ଆମେଠି ଆସିଥିବା ସମୟରେ ଏକ ବିବୃତ୍ତି ଦେଇ କହିଥିଲେ ଆମେ ଉତ୍ତରପ୍ରଦେଶକୁ ଆସିଥିଲୁ। ଆମେ ଏଠାରେ ଥିବା ବିଦ୍ୟାଳୟ, ଡାକ୍ତରଖାନା ଦେଖୁଛୁ। ଏସବୁ ଏତେ ଖରାପ ଅବସ୍ଥାରେ ଅଛନ୍ତି ଯେଉଁଠି ଡାକ୍ତରଖାନାରେ କୁକୁର ଜନ୍ମ ହେଉଛନ୍ତି।