IAF Plane Crash: ପୁଣି ବିମାନ ଦୁର୍ଘଟଣା, ଦୁଇ ପାଇଲଟଙ୍କ ମୃତ୍ୟୁ
Advertisement

IAF Plane Crash: ପୁଣି ବିମାନ ଦୁର୍ଘଟଣା, ଦୁଇ ପାଇଲଟଙ୍କ ମୃତ୍ୟୁ

Plane Crash: ପୁଣି ବିମାନ ଦୁର୍ଘଟଣା (Plane Crash) । ସୋମବାର ତେଲେଙ୍ଗାନାରୁ (Telangana) ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡି଼ଛି ।

ସୌ(ସୋସିଆଲ ମିଡିଆ)

IAF Plane Crash: ପୁଣି ବିମାନ ଦୁର୍ଘଟଣା (Plane Crash) । ସୋମବାର ତେଲେଙ୍ଗାନାରୁ (Telangana) ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡି଼ଛି ।

ସୂଚନା ଅନୁଯାୟୀ, ତେଲେଙ୍ଗାନାର ଡିଣ୍ଡିଗୁଲ (Dundigal) ସ୍ଥିତ ବାୟୁସେନା ଏକାଡେମୀରେ (Aircraft Academy) ଟ୍ରେନିଂ ଚାଲିଥିବା ବେଳେ ବିମାନ ପିସି-୭ ଏମକେ-୨ ନାମକ ଏକ ବିମାନ କ୍ରାସ୍‌ ହୋଇଥିଲା । ଏଥିରେ ଦୁଇ ଜଣ ପାଇଲଟଙ୍କ ସମେତ ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍ ସାମିଲ ରହିଥିଲେ ।  ସକାଳ ୮ଟା ୫୫ ମିନିଟ୍ ରେ ବିମାନଟି କ୍ରାସ୍ (Plane Crash) ହୋଇଥିଲା । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏନେଇ ତଦନ୍ତ ଜାରି ରହିଥିବା ଭାରତୀୟ ବାୟୁସେନା ଅଧିକାରୀ (Indian air force officer) କହିଛନ୍ତି  ।

Also Read-Mizoram Election Results 2023: ମିଜୋରାମ ଭୋଟ୍ ଗଣତି ଜାରି,ଆଗରେ ଚାଲୁଛି ZPM

ଏହି ଦୁର୍ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ରାଜନାଥ ସିଂ ଲେଖିଛନ୍ତି, ‘ହାଇଦ୍ରାବାଦ ପାଖରେ ହୋଇଥିବା ବିମାନ ଦୁର୍ଘଟଣା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ’

ପ୍ରକାଶ ଥାଉ କି, ଗତ ଅକ୍ଟୋବର ମାସରେ କାନାଡ଼ା ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ବିମାନ ଦୁର୍ଘଟଣା (Flight  Crash) ହୋଇଥିଲେ। ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା (Piper PA-34 Seneca) ସ୍ଥାନୀୟ ବିମାନ ବନ୍ଦର ନିକଟରେ ଥିବା ବୁଦା ମଧ୍ୟକୁ ଖସିପଡିଥିଲା । ଫଳରେ ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଏମାନେ ମୁମ୍ବାଇର ବାସିନ୍ଦା ଥିଲେ ।