Aircraft Crash: ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଟ୍ରେନିଂ ପାଇଲଟ ସହ ଟ୍ରେନର ଗୁରୁତର
Advertisement
Article Detail0/zeeodisha/odisha1925902

Aircraft Crash: ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ଟ୍ରେନିଂ ପାଇଲଟ ସହ ଟ୍ରେନର ଗୁରୁତର

Mumbai Aircraft Crash: ମହାରାଷ୍ଟ୍ରରେ (Maharashtra) ଦୁର୍ଘଟଣାଗ୍ରସ୍ତ ହେଲା ବିମାନ (Aircraft Crash) । ପୁଣେ (Pune) ଗୋଜୁବାଭି ଗ୍ରାମ (Gojubavi village) ନିକଟରେ ଟ୍ରେନିଂ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୌ(ସୋସିଆଲ ମିଡିଆ)

Mumbai Aircraft Crash: ମହାରାଷ୍ଟ୍ରରେ (Maharashtra) ଦୁର୍ଘଟଣାଗ୍ରସ୍ତ ହେଲା ବିମାନ (Aircraft Crash) । ପୁଣେ (Pune) ଗୋଜୁବାଭି ଗ୍ରାମ (Gojubavi village) ନିକଟରେ ଟ୍ରେନିଂ ସମୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନା ଅନୁଯାୟୀ, ପୁଣେ ଗୋଜୁବାଭି ଗ୍ରାମ (Gojubavi village) ନିକଟରେ ଏକ ପ୍ରଶିକ୍ଷଣ ବିମାନ କ୍ରାସ୍ ହୋଇଥିବା ଖବର ମିଳିଛି । ଏହି ବିମାନ ଘରୋଇ ପ୍ରଶିକ୍ଷଣ ସଂସ୍ଥା ରେଡ଼ବୋର୍ଡ଼ ଫ୍ଲାଇଟ୍ ଟ୍ରେନିଂ ଏକାଡ଼େମୀର (Redbird flight training academy ) ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଟ୍ରେନିଂ ପାଇଲଟ (Trainee Pilot )ଓ ଟ୍ରେନର (Aircraft Trainer) ଗୁରୁତର ଭାବେ ଆହତ ହୋଇଛନ୍ତି । ରବିବାର ସକାଳ ୮ଟାରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଆହତ ଟ୍ରେନିଂ ପାଇଲଟ ଓ ଟ୍ରେନରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିମାନ ଦୁର୍ଘଟଣା ପଛରେ ସ୍ପଷ୍ଟ କାରଣ ଜଣାପଡିନଥିବା ବେଳେ ବୈଷୟିକ ତ୍ରୁଟି ହେତୁ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପୂର୍ବରୁ ଗୁରୁବାର ଦିନ ମଧ୍ୟ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପାଇଲଟଙ୍କ ସହ-ପାଇଲଟ୍ ଆହତ ହୋଇଥିଲେ ।

ପ୍ରକାଶ ଥାଉ କି, ଅକ୍ଟୋବର ୭ ତାରିଖ ଦିନ କାନାଡ଼ା ଭାନକୋଭରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୂର୍ବ ଅଞ୍ଚଳ ଚିଲିୱାକରେ ଘଟିଥିଲା ଏକ ଛାତିଥରା ବିମାନ ଦୁର୍ଘଟଣା (Flight  Crash)। ଡବଲ ଇଞ୍ଜିନ ବିଶିଷ୍ଟ ହାଲୁକା ବିମାନ ପାଇପର୍ PA-34 ସେନେକା (Piper PA-34 Seneca) ସ୍ଥାନୀୟ ବିମାନ ବନ୍ଦର ନିକଟରେ ଥିବା ବୁଦା ମଧ୍ୟକୁ ଖସିପଡିଥିଲା । ଏହି ଭୟଙ୍କର ବିମାନ ଦୁର୍ଘଟଣାରେ ଦୁଇ ପାଇଟଲ ଅଭୟ ଗାଡ୍ରୋ ଓ ଯଶ ବିଜୟ ରାମୁଗଡ଼େଙ୍କ (Abhay Gadroo and Yash Vijay Ramugade) ମୃତ୍ୟୁ ହୋଇଥିଲା । ଉଭୟ ମୁମ୍ବାଇର (Mumbai) ବୋଲି ଜଣାପଡ଼ିଛି ।

Also Read-7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦଶହରାରେ ଡି଼ଏ ସହ ମିଳିବ ମୋଟା ଅଙ୍କର ଦରମା!