ଦେଶକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ପାଇଁ ତାଲିବାନ ଦମନ ଅଭିଯାନକୁ ଜୋରଦାର କରିଛି ଆଫଗାନ ସେନା।
Trending Photos
କାବୁଲ: ବିଗତ ୨୦ ବର୍ଷ ଧରି ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ସୈନିକଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଆମେରିକା ଘୋଷଣା କରିବା ପରେ ଆଫଗାନିସ୍ତାନରେ ଆଫଗାନ ସେନା ଏବଂ ତାଲିବାନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ। ବିଦେଶୀ ସୈନ୍ୟ ଦେଶରୁ ହଟାଯିବା ନେଇ ଘୋଷଣା କରାଯିବା ପରେ ଆଫଗାନିସ୍ତାନରେ କ୍ଷମତା ବିସ୍ତାରକୁ କରିବାକୁ ନେଇ ଦେଶର ସେନା ବାହିନୀ ଏବଂ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ଜାରି ରହିଛି ଗୃହଯୁଦ୍ଧ।
ଦେଶକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିବା ପାଇଁ ତାଲିବାନ ଦମନ ଅଭିଯାନକୁ (Anti Taliban War) ଜୋରଦାର କରିଛି ଆଫଗାନ ସେନା। ଏହାକୁ କାର୍ଯ୍ୟକାରୀ କରିବାକୁ କରିବାକୁ ଯାଇ ଦେଶର ବିଭିନ୍ନ ସ୍ଥାନରେ ବାୟୁ ମାର୍ଗରୁ ଆକ୍ରମଣ କରିଛି ଆଫଗାନ ସେନା (Afghan Army Airstrike)।
Also Read: India ପରେ Afghan Army ଆକ୍ରମଣରେ ଥରହର Pakistan Terrorist
ଏହି କ୍ରମରେ ବୁଧବାର ଦେଶର ବଲ୍ଖ ପ୍ରଦେଶରେ ହୋଇଥିବା ବିମାନ ଆକ୍ରମଣରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଚଳିତ ମାସ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୫୦ ଆତଙ୍କବାଦୀ ସେନା କାର୍ଯ୍ୟାନୁଷ୍ଠାରେ ପ୍ରାଣ ହରାଇଛନ୍ତି। ସେନା କାର୍ଯ୍ୟାନୁଷ୍ଠାନରେ ଗତ ମାସରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ସଂଖ୍ୟାକୁ ମିଶାଇଲେ ଏ ପର୍ଯ୍ୟନ୍ତ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇସାରିଛି।
ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧରେ ତାଲିବାନ ସମର୍ଥନରେ ରହିଛି ପାକିସ୍ତାନ। ଏପରିକି ଏହି ଆତଙ୍କୀ ସଙ୍ଗଠନ ସପକ୍ଷରେ ଯୁଦ୍ଧ ଲଢିବା ପାଇଁ ପ୍ରାୟ ୧୦-୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ସେଠାରେ ପହଞ୍ଚି ସାରିଛନ୍ତି। ବର୍ତ୍ତମାନ ସମୟରେ ସଂଘର୍ଷ ଜାରି ରହିଥିବାର ପ୍ରକୃତରେ କେତେ ସଂଖ୍ୟକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡି଼ନାହିଁ।
ଦେଶର କୁନ୍ଦୁଜ ପ୍ରଦେଶ ସମେତ ଶେବରଘାନ, ଜରାଞ୍ଜ, ତାଲୁକାନ ସହରକୁ ଦଖଲ କରିବାକୁ ନେଇ ଆଫଗାନ ସେନା ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ସଂଗ୍ରାମ ଚାଲିଛି। ଆଫଗାନ ମାଟିରେ ଆତଙ୍କବାଦ ବିରୋଧି ଯୁଦ୍ଧ ଲଢୁଥିବା ସୈନ୍ୟଙ୍କୁ ସ୍ୱଦେଶ ଫେରାଇ ନେବା ଲାଗି ଆମେରିକା ସରକାର ଘୋଷଣା କରିବା ପରେ ବିଗତ ୨୦ ବର୍ଷ ଧରି ନିଷ୍କ୍ରିୟ ଅବସ୍ଥାରେ ରହିଥିବା ତାଲିବାନ ଆତଙ୍କବାଦୀ ସଙ୍ଗଠନ ଏବେ ପୁଣି ଥରେ ସକ୍ରିୟ ହୋଇଉଠିବା ସହ ଉପସ୍ଥିତି ଜାହିର କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ କାଣ୍ଡ ଭିଆଇବାରେ ଲାଗିଛି।
Also Read: ଆକ୍ରମଣରୁ ବର୍ତ୍ତି ପାରିଲାନି Presidential Palace, Eid ପ୍ରାର୍ଥନା ବେଳେ Rocket ମାଡ
ଗତ ୨୦୦୧ ସେପ୍ଟମ୍ବର ୧୧ ତାରିଖରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଉପରେ ହୋଇଥିବା ଆକ୍ରମଣ ପରେ ଆତଙ୍କବାଦ ବିରୋଧି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା ଆମେରିକା ସେନା। ସେବେ ଠାରୁ ଚଳିତ ବର୍ଷକୁ ମିଶାଇ ବିଗତ ୨୦ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଆତଙ୍କବାଦ ବିରୋଧି ଯୁଦ୍ଧ ଜାରି ରଖିଥିଲା ଆମେରିକା।
Also Read: US ବିମାନ ଆକ୍ରମଣରେ ଥରହର Afghan; ମାଟିରେ ମିଶିଗଲା Taliban Terror Camp
ଚଳିତ ବର୍ଷ ଏହି ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଆଫାଗାନ ମାଟିରୁ ସେନ୍ୟ ବଳ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିସାରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ। ହେଲେ ତାଙ୍କର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆଫଗାନିସ୍ତାନର ସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ମିଳିତ ଜାତିସଂଘ ସୁରକ୍ଷା ପରିଷଦ।