ପୁଣି ବଢିଲା ପେଟ୍ରୋଲ ଡିଜେଲ ଦାମ; ସମସ୍ତ ମେଟ୍ରୋ ସହରରେ ଶତକ ପାର, ଆପଣ ସହରରେ କେତେ ହେଲା?
Advertisement
Article Detail0/zeeodisha/odisha1137209

ପୁଣି ବଢିଲା ପେଟ୍ରୋଲ ଡିଜେଲ ଦାମ; ସମସ୍ତ ମେଟ୍ରୋ ସହରରେ ଶତକ ପାର, ଆପଣ ସହରରେ କେତେ ହେଲା?

୫ ରାଜ୍ୟର ନିର୍ବାଚନ ସରିଲା ପରେ ଗତ ମାର୍ଚ୍ଚ ୨୨ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol Disel Price) କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଅବଧିରେ କେବଳ ଗୋଟିଏ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଲା। ମଙ୍ଗଳବାର ଦିଲ୍ଲୀ (Delhi) ରେ ପେଟ୍ରୋଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୭୦ ପଇସା ବୃଦ୍ଧି ପାଇଛି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏହା ସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଗତ ଆଠ ଦିନ ମଧ୍ୟରେ ଏହା ସପ୍ତମ ଥର ତୈଳ ଦର ବୃଦ୍ଧି ହୋଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ମଙ୍ଗଳବାର ପେଟ୍ରୋଲର ମୂଲ୍ୟ ୮୦ ପଇସା ଏବଂ ଡିଜେଲର ଲିଟର ପିଛା ୭୦ ପଇସା ବୃଦ୍ଧି କରାଯାଇଛି। ଫଳରେ ସମସ୍ତ ମେଟ୍ରୋ ସହରରେ ପେଟ୍ରୋଲ ତିନି ଅଙ୍କ ପାର କରିଛି।

୫ ରାଜ୍ୟର ନିର୍ବାଚନ ସରିଲା ପରେ ଗତ ମାର୍ଚ୍ଚ ୨୨ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol Disel Price) କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଅବଧିରେ କେବଳ ଗୋଟିଏ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଲା। ମଙ୍ଗଳବାର ଦିଲ୍ଲୀ (Delhi) ରେ ପେଟ୍ରୋଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୭୦ ପଇସା ବୃଦ୍ଧି ପାଇଛି। ଏହା ସହିତ ପେଟ୍ରୋଲ ପୁଣି ଥରେ ଜାତୀୟ ରାଜଧାନୀରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଦିଲ୍ଲୀର ପେଟ୍ରୋଲ ଲିଟର ପିଛା ୧୦୦.୨୧ ଟଙ୍କା ହୋଇଛି। ଏଥିସହିତ ଡିଜେଲ ଲିଟର ପିଛା ୯୧.୪୭ ଟଙ୍କାରେ ପହଞ୍ଚିଛି।

Also Read: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ, LIC ଅଫିସରେ ଧର୍ମଘଟ

 

ମୁମ୍ବାଇ (Mumbai) ରେ ପେଟ୍ରୋଲର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ୭୫ ପଇସା ବୃଦ୍ଧି କରାଯାଇଛି। ଦେଶର ଆର୍ଥୀକ ରାଜଧାନୀରେ ଏବେ ୧୧୫.୦୪ ଟଙ୍କାରେ ଗୋଟିଏ ଲିଟର ପେଟ୍ରୋଲ ମିଳୁଥିବା ବେଳେ ଡିଜେଲ ମଧ୍ୟ ୧୦୦ ନିକଟତର ହୋଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ୧୦୫.୯୫ ଟଙ୍କା (୭୬ ପଇସା ବୃଦ୍ଧି) ଏବଂ ଡିଜେଲର ମୂଲ୍ୟ ୯୬ ଟଙ୍କା (୬୭ ପଇସା ବୃଦ୍ଧି) ହୋଇଛି। ଏହା ବ୍ୟତୀତ କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୯.୬୮ ଟଙ୍କା (୮୩ ପଇସା ବୃଦ୍ଧି) ଏବଂ ଡିଜେଲର ମୂଲ୍ୟ ୯୪.୬୨ ଟଙ୍କା (୭୦ ପଇସା ବୃଦ୍ଧି) କରାଯାଇଛି।

ଯଦି ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହି କାର୍ଯ୍ୟକୁ ଅତି ସହଜରେ କରିପାରିବେ। ଏଥିପାଇଁ ଆପଣଙ୍କୁ ଘରୁ ବାହାରକୁ ଯିବାର ମଧ୍ୟ ଆବଶ୍ୟକତା ନାହିଁ। ଏଥିପାଇଁ ଆପଣଙ୍କ ସହରର ଡିଲର କୋଡ୍ ଜାଣିବା ଉଚିତ, ଯାହାକୁ ଆପଣ ଇଣ୍ଡିଆନ୍ ଅଏଲ୍ ୱେବସାଇଟରୁ ପାଇପାରିବେ। ଏହା ପରେ ଆପଣ RSP ସ୍ପେସ୍ ଏବଂ ତାପରେ ଆପଣଙ୍କ ସହରର ଡିଲର କୋଡ୍ ଟାଇପ୍ କରି ୯୨୨୪୯୯୨୨୪୯ନମ୍ବରକୁ SMS କରନ୍ତୁ।