Agneepath Scheme: 'ଅଗ୍ନିବୀର'ଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କଲେ ଏହି ବଡ଼ ଘୋଷଣା
Advertisement
Article Detail0/zeeodisha/odisha1223514

Agneepath Scheme: 'ଅଗ୍ନିବୀର'ଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହା କଲେ ଏହି ବଡ଼ ଘୋଷଣା

Agneepath Scheme: ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଅଗ୍ନିପଥ ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନେ ଦେଶର ସେବା ତଥା ନିରାପତ୍ତାରେ ଆହୁରି ଅନେକ ସହଯୋଗ କରିପାରିବେ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଉପରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାର କାର୍ଯ୍ୟ ଆରମ୍ଭ ହୋଇଛି ।

ସାଙ୍କେତିକ ଫଟୋ

Agneepath Scheme: 'ଅଗ୍ନିପଥ ଯୋଜନା'କୁ ନେଇ ଯୁବକମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ଏହି ଯୋଜନାକୁ ବିରୋଧ କରିବା ପାଇଁ ଦେଶର ଅନେକ ସହରରେ ବିରୋଧ ଚାଲିଛି । ଏଭଳି ପରିସ୍ଥିତିରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା (Amit shah) ସ୍ପଷ୍ଟ କରିଛନ୍ତି ଯେ ଅଗ୍ନିପଥ ଯୋଜନା (Agneepath Scheme) ଅଧୀନରେ ଚାରି ବର୍ଷ ସେନାବାହିନୀରେ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କ ପାଇଁ ରାସ୍ତା ବନ୍ଦ ହେବ ନାହିଁ । ଅମିତ ଶାହା କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ ଅଗ୍ନିପଥ ଯୋଜନା ଅଧୀନରେ ଚାରି ବର୍ଷ ପୂରଣ କରିଥିବା ଅଗ୍ନିବୀର କର୍ମଚାରୀଙ୍କୁ କେନ୍ଦ୍ରୀୟ ବାହିନୀ ଓ ଆସାମ ରାଇଫଲରେ ନିଯୁକ୍ତି ଦିଆଯିବ ।

ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ କରି କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଅଗ୍ନିପଥ ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନେ ଦେଶର ସେବା ତଥା ନିରାପତ୍ତା କ୍ଷେତ୍ରରେ ମଧ୍ୟ ସହଯୋଗ କରିପାରିବେ । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଉପରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାର କାର୍ଯ୍ୟ ଆରମ୍ଭ ହୋଇଛି ।

ଅଗ୍ନିବୀରଙ୍କ ପାଖରେ ରହିବ ଅନେକ ସୁଯୋଗ
ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେନାରେ ୪ ବର୍ଷ ସେବା କରିବା ପରେ ସେଣ୍ଟ୍ରାଲ୍ ଫୋର୍ସ ଓ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ନିଯୁକ୍ତିର ଦ୍ୱାର ଖୋଲିବ । ଆହୁରି ମଧ୍ୟ, ଏହି ନିଷ୍ପତ୍ତି CRPF, BSF, CISF, ITBP, SSB ଓ ଆସାମ ରାଇଫଲ୍ସ ପରି କେନ୍ଦ୍ରୀୟ ବାହିନୀରେ ପ୍ରାୟ ୭୩,୦୦୦ ବିଦ୍ୟମାନ ପଦବୀ ପୂରଣ କରିବାରେ ସାହାଯ୍ୟ କରିବ । ଏଥିସହିତ କେନ୍ଦ୍ରୀୟ ବାହିନୀ ଓ ଆସାମ ରାଇଫଲ ତାଲିମ ପ୍ରାପ୍ତ ଯୁବକମାନଙ୍କ ସେବା ପାଇବାକୁ ସକ୍ଷମ ହେବେ, ଯେଉଁମାନେ ପୂର୍ବରୁ ତାଲିମ ପ୍ରାପ୍ତ ହୋଇଥିବେ ।

ଆସାମ ରାଇଫଲ୍ସରେ ଖାଲି ଅଛି ୭୩ ହଜାରରୁ ଅଧିକ ପଦବୀ
ମାର୍ଚ୍ଚ ୧୬ ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ କେନ୍ଦ୍ରୀୟ ବାହିନୀ ଓ ଆସାମ ରାଇଫଲରେ ମୋଟ ୭୩,୨୧୯ ଟି ପଦବୀ ଖାଲି ଅଛି, ଯେପରିକି ଗେଜେଟେଡ୍ ଅଧିକାରୀଙ୍କ ପାଇଁ ୧୯୬୯, ଅଧସ୍ତନ ଅଧିକାରୀଙ୍କ ପାଇଁ ୨୩,୧୨୯ ଓ ୪୮,୧୨୧ ଅନ୍ୟାନ୍ୟ ପଦବୀ ରହିଛି । ଲିଖିତ ଉତ୍ତରରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୭ ରୁ ୨୦୨୧ ମଧ୍ୟରେ କେନ୍ଦ୍ରୀୟ ବାହିନୀରେ ପ୍ରାୟ ଏକ ଲକ୍ଷ କର୍ମଚାରୀ ନିଯୁକ୍ତ ହୋଇଥିଲେ ।

ଏହା ବି ପଢ଼ନ୍ତୁ: Indian Railway Recruitment: ରେଳବାଇର ବଡ ଘୋଷଣା; ଏକ ବର୍ଷ ମଧ୍ୟରେ ନିଯୁକ୍ତି ଦେବ ୧.୫ ଲକ୍ଷ କର୍ମଚାରୀ

ଏହା ବି ପଢ଼ନ୍ତୁ: Prophet Row: ଅଦୃଶ୍ୟ ହୋଇ ଯାଇଛନ୍ତି ନୁପୁର? ଦିଲ୍ଲୀରେ ୪ ଦିନ ଧରି ଖୋଜି ଚାଲିଛି ମୁମ୍ବାଇ ପୋଲିସ