Prophet Row: ଅଦୃଶ୍ୟ ହୋଇ ଯାଇଛନ୍ତି ନୁପୁର? ଦିଲ୍ଲୀରେ ୪ ଦିନ ଧରି ଖୋଜି ଚାଲିଛି ମୁମ୍ବାଇ ପୋଲିସ
Advertisement

Prophet Row: ଅଦୃଶ୍ୟ ହୋଇ ଯାଇଛନ୍ତି ନୁପୁର? ଦିଲ୍ଲୀରେ ୪ ଦିନ ଧରି ଖୋଜି ଚାଲିଛି ମୁମ୍ବାଇ ପୋଲିସ

Prophet Row: ଟିଭି ବିତର୍କ ସମୟରେ ସେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କ ବୟାନର ପ୍ରଭାବ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳିଥିଲା ​​।କତାର, ପାକିସ୍ଥାନ, ଇରାନ, ଇରାକ ସମେତ ପ୍ରାୟ ୧୪ ଟି ଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ନୁପୁର ଶର୍ମା (ଫାଇଲ ଫଟୋ)

Nupur Sharma Controversy: ପେଗାମ୍ବର ମହମ୍ମଦଙ୍କ (Muhammad) ଉପରେ ଟିଭି ବିତର୍କ ସମୟରେ ଟିପ୍ପଣୀ ଦେବା ପରେ ବିବାଦରେ ପଡ଼ିଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କୁ (Nupur Sharma) ମୁମ୍ବାଇ ପୋଲିସ (Mumbai Police) ଖୋଜୁଛି । ଖବର ମୁତାବକ ଗତ ଚାରି ଦିନ ଧରି ଦିଲ୍ଲୀରେ ତାଙ୍କର ସନ୍ଧାନ କରୁଛି, କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନାହିଁ । ରଜା ଏକାଡେମୀର ଅଭିଯୋଗରେ ମୁମ୍ବାଇ ପୋଲିସ ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ତାଙ୍କୁ ପଚରାଉଚରା ପାଇଁ ମଧ୍ୟ ସମନ କରାଯାଇଥିଲା ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର ଗୃହ ବିଭାଗ କହିଛି ଯେ ବିଜେପିରୁ ନିଲମ୍ବିତ ହୋଇଥିବା ଶର୍ମାଙ୍କ ପତ୍ତା ମିଳୁନାହିଁ । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ବିଭାଗ କହିଛି । ମୁମ୍ବାଇ ପୋଲିସର ପାୟଧୁନି ପୋଲିସ ଷ୍ଟେସନରେ ପୂର୍ବତନ ବିଜେପି ମୁଖପାତ୍ରଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି । ଏହା ବ୍ୟତୀତ ଶର୍ମାଙ୍କ ବିରୋଧରେ ଥାନେ ପୋଲିସ ନିକଟରେ ଏକ ଅଭିଯୋଗ ମଧ୍ୟ ପଞ୍ଜିକୃତ ହୋଇଛି ।

ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ ଶର୍ମାଙ୍କୁ ପ୍ରଥମେ ଇମେଲ ମାଧ୍ୟମରେ ସମନ ପଠାଇଥିଲା । ଏଥିସହିତ ବର୍ତ୍ତମାନ ପୋଲିସ ନିଜେ ତାଙ୍କୁ ସମନ ଦେବାକୁ ଆସିଛି । ଦିଲ୍ଲୀ ପୋଲିସର ସହଯୋଗ ନଥିବା ଖବର ଉପରେ ମହାରାଷ୍ଟ୍ର ସରକାରରେ ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ କହିଛନ୍ତି ଯେ ଏହା ସତ । ମହାରାଷ୍ଟ୍ର ପୋଲିସର ଉଦ୍ୟମ ଚାଲିଛି ଓ ଦିଲ୍ଲୀ ପୋଲିସ ମଧ୍ୟ ସାହାଯ୍ୟ କରିବା ଉଚିତ୍ ।

କ'ଣ ରହିଛି ପୂରା ମାମଲା
ମେ' ମାସରେ ଏକ ଟିଭି ବିତର୍କ ସମୟରେ ସେ ପେଗାମ୍ବର ମହମ୍ମଦ ଉପରେ ବିବାଦୀୟ ଟିପ୍ପଣୀ କରିଥିଲେ । ତାଙ୍କ ବୟାନର ପ୍ରଭାବ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳିଥିଲା ​​। ଏହାକୁ ନେଇ କତାର, ପାକିସ୍ଥାନ, ଇରାନ, ଇରାକ ସମେତ ଅତି କମରେ ୧୪ ଟି ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଦଳ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଶର୍ମାଙ୍କୁ ନିଲମ୍ବିତ କରିଥିଲା ।

ଏହା ବି ପଢ଼ନ୍ତୁ: Agneepath scheme: 'ଅଗ୍ନିପଥ'କୁ ନେଇ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ; ଏହି ତାରିଖରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା

 

ଏହା ବି ପଢ଼ନ୍ତୁ: IND vs SA: ଟି-୨୦ ଦଳରେ କନଫର୍ମ ନୁହେଁ ପନ୍ତଙ୍କ ସ୍ଥାନ, ଏହି ୨ ଖେଳାଳି ନେବେ ଜାଗା!