ସପ୍ତମ ପର୍ଯ୍ୟାୟରେ ୧୧,୩୭୬ ମତଦାନ କେନ୍ଦ୍ରରେ ହୋଇଥିଲା ଭୋଟଗ୍ରହଣ।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଶେଷ ହୋଇଛି ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ। ନିର୍ବାଚନ ଆୟୋଗ ରିପୋର୍ଟ ଅନୁସାରେ ଏହି ପର୍ଯ୍ୟାୟରେ ୭୫.୦୬ ପ୍ରତିଶତ ମତଦାନ ହୋଇଥିବା ମତଦାନ ହୋଇଥିବା ଜଣାପଡିଛି। ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭୋଟଗ୍ରହଣ।
ଏପ୍ରିଲ ୨୬ ତାରିଖ ସୋମବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଅନୁଷ୍ଠିତ ହୋଇଥିଲା ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ପର୍ଯ୍ୟାୟରେ ୩୪ ଆସନ ପାଇଁ ହୋଇଥିଲା ମତଦାନ। ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ହୋଇଥିବା ହିଂସାକାଣ୍ଡକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ପୂର୍ବପେକ୍ଷା ଅଧିକ ସୁଦୃଢ କରାଯାଇଛି। ସୁରକ୍ଷା ଲାଗି ୭୯୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଛି।
Also Read: WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନରେ ଚାଲିଛି ଭୋଟଗ୍ରହଣ
ସପ୍ତମ ପର୍ଯ୍ୟାୟରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୮୨ ଲକ୍ଷ ମତଦାତା। ଏହି ପର୍ଯ୍ୟାୟରେ ମୁର୍ଶିଦାବାଦ-ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ୯-୯, ମାଲଦା-ଦକ୍ଷିଣ ଦିନାଜପୁର ଜିଲ୍ଲାର ୬-୬, କୋଲକାତାର ୪, ଏପରି ମୋଟ ୩୪ ବିଧାନସଭା ଆସନରେ ହୋଇଥିଲା ଭୋଟଗ୍ରହଣ।
ଦକ୍ଷିଣ ଦିନାଜପୁରରେ ୮୦.୨୧, ମାଲଦାରେ ୭୮.୭୬, ମୁର୍ଶିଦାବାଦରେ ୮୦.୩୦, ପଶ୍ଚିମ ବର୍ଦ୍ଧମାନରେ ୭୦.୩୪, କୋଲକାତାରେ ୫୯.୯୧ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ମୋଟ ୧୧,୩୭୬ ମତଦାନ କେନ୍ଦ୍ରରେ ହୋଇଥିଲା ଭୋଟଗ୍ରହଣ।
Also Read: WB Assembly Election 2021: ଷଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୭୯.୦୯% ମତଦାନ
ଆସନ୍ତା ମେ ୧୬ ତାରିଖରେ ପଶ୍ଚିମବଙ୍ଗର ମୁ୍ର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ଜଙ୍ଗୀପୁର ଏବଂ ଶମଶେରଗଞ୍ଜ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏହି ୨ ସିଟ ଲାଗି ୨୬ ଅପ୍ରେଲ ସପ୍ତମ ପର୍ଯାୟରେ ହୋଇଥାନ୍ତ ମତଦାନ। ଏଥର ଶମଶେରଗଞ୍ଜ ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକ ଏବଂ ଜଙ୍ଗୀପୁର ସିଟରୁ କଂଗ୍ରେସ-ବାମପନ୍ଥୀଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ମେଣ୍ଟର ପ୍ରାର୍ଥୀ ପ୍ରଦୀପ ନନ୍ଦୀଙ୍କ କୋରୋନା କାରଣରୁ ମୃତ୍ୟୁ ହେବାରୁ ଏହି ଆସନ ଦ୍ୱୟ ଲାଗି ଅନ୍ୟ ଏକ ଦିନ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି।
Also Read: WB Assembly Election 2021: ୪୩ ଆସନରେ ଚାଲିଛି ଭୋଟଗ୍ରହଣ
ମୋଟ ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ଚଳିତ ଥର ୮ଟି ପର୍ଯ୍ୟାୟରେ ହେଉଛି ଭୋଟଗ୍ରହଣ। ଚଳିତ ବର୍ଷ ୨୭ ମାର୍ଚ୍ଚ ପ୍ରଥମ ଏବଂ ୧ ଅପ୍ରେଲ ଦ୍ୱିତୀୟ ପର୍ଯ୍ୟାୟରେ ୩୦, ୬ ଏପ୍ରିଲ ତୃତୀୟ ପର୍ଯ୍ୟାୟରେ ୩୧, ୧୦ ଅପ୍ରେଲ ଚତୁର୍ଥ ପର୍ଯ୍ୟାୟରେ ୪୪, ୧୭ ଅପ୍ରେଲ ପଞ୍ଚମ ପର୍ଯ୍ୟାୟରେ ୪୫, ୨୨ ଅପ୍ରେଲ ଷଷ୍ଠ ପର୍ଯାୟରେ ୪୩, ୨୬ ଅପ୍ରେଲ ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ହୋଇସାରିଛି ଭୋଟଗ୍ରହଣ।
ଅନ୍ୟପଟେ ୨୯ ଏପ୍ରିଲ ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନ ଲାଗି ହେବାକୁ ଯାଉଛି ମତଦାନ।
Also Read: Corona Alert: ନିର୍ବାଚନୀ ରାଲି ସମୟ ହ୍ରାସ କଲେ EC, ନୂଆ Guidelines ଜାରି
ପ୍ରଥମ ପର୍ଯ୍ୟାୟରେ ୮୪.୬୩, ଦ୍ୱିତୀୟ ପର୍ଯ୍ୟାୟରେ ୮୦.୪୩, ତୃତୀୟ ପର୍ଯ୍ୟାୟରେ ୭୭.୬୮, ଚତୁର୍ଥ ପର୍ଯ୍ୟାୟରେ ୭୫.୯୩, ପଞ୍ଚମ ପର୍ଯ୍ୟାୟରେ ୮୨.୪୯, ଷଷ୍ଠ ପର୍ଯ୍ୟାୟରେ ୭୯.୦୯, ସପ୍ତମ ପର୍ଯ୍ୟାୟରେ ୭୫.୦୬ ପ୍ରତିଶତ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।