Barack Obama: ୪ ବର୍ଷର ଶିଶୁକୁ ସାମ୍ନାରେ ଦେଖି କାହିଁକି ନିଜର ଭାଷଣ ବନ୍ଦ କରିଦେଲେ ଓବାମା
Advertisement

Barack Obama: ୪ ବର୍ଷର ଶିଶୁକୁ ସାମ୍ନାରେ ଦେଖି କାହିଁକି ନିଜର ଭାଷଣ ବନ୍ଦ କରିଦେଲେ ଓବାମା

Barack Obama Speech: ଓବାମା ଶିଶୁର ଆଟେନସନ୍ ଦେଖି ଭାଷଣକୁ ମଝିରୁ ବନ୍ଦ କରିବାକୁ ବାଧ୍ୟ ହେଲେ। ସେ ସେହି ଶିଶୁ ଉପରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଯେ, ସେ ଶିଶୁ ମାତ୍ର ୪ ବର୍ଷର। ମାତ୍ର ସେ ବୁଝିବାକୁ ଚେଷ୍ଟା କରୁଛି। ଆଉ ସେହି ସମୟର ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି। ତେବେ ଓବାମାଙ୍କ ଏହି ଭାଷଣ ଭିଡିଓକୁ ଲୋକ ବହୁତ ପସନ୍ଦ କରୁଛନ୍ତି।

Barack Obama: ୪ ବର୍ଷର ଶିଶୁକୁ ସାମ୍ନାରେ ଦେଖି କାହିଁକି ନିଜର ଭାଷଣ ବନ୍ଦ କରିଦେଲେ ଓବାମା

Barack Obama: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପ୍ରାୟତଃ ଜନସାଧାରଣ ତାଙ୍କୁ ବେଶ ପସନ୍ଦ କରନ୍ତି । କାରଣ ଓବାମା ନିଜକୁ ଜଣେ ପ୍ରତିପତ୍ତିଶାଳୀ ଭାବେ କେବେ ବିବେଚନା କରନ୍ତି ନାହିଁ। ସାଧାରଣ ଲୋକଙ୍କ ପରି ସେ ସମସ୍ତଙ୍କ ସହ ମିଶନ୍ତି ତାଙ୍କ ସମସ୍ୟା ଶୁଣନ୍ତୁ ଓ ସମାଧାନ କରନ୍ତି । ସେଥିପାଇଁ କେବଳ ଯେ, ନିଜ ଦେଶ ତାହା ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ଫ୍ୟାନ ଫଲୋଅର୍ସ ଅଧିକ ରହିଛନ୍ତି। ତେବେ ଏକଥା ବି ବହୁ ଲୋକଙ୍କୁ ଜଣା ଯେ, ଓବାମା ଶିଶୁମାନଙ୍କୁ ବେଶ ପସନ୍ଦ କରନ୍ତି ସେମାନଙ୍କୁ ଭଲ ପାଆନ୍ତି।

ଯେଉଁ ବି ସ୍ଥାନରେ ସେ ଶିଶୁଙ୍କୁ ଦେଖନ୍ତି ସେକେବେ ହେଲେ ବି ତାଙ୍କୁ ଆଦର ଓ ସ୍ନେହ କରିବାକୁ ଭୁଲନ୍ତି ନାହିଁ। ଠିକ୍ ଏମିତି ଏକ ଦୃଶ୍ୟ ଅଟଲାଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଓବାମା ୬ ଡିସେମ୍ବର ଅର୍ଥାତ୍ ଆସନ୍ତାକାଲି କୁ ହେବାର ଥିବା  ନିର୍ବାଚନ ପାଇଁ ଡେମୋକ୍ରାଟିକ ସିନେଟର ରାଫେଲ ୱାନାର୍କଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେଠାରେ ସେ ସଭାକୁ ସମ୍ବୋଧିତ କରୁଥିଲେ। ଏହାରି ମଧ୍ୟରେ ତାଙ୍କ ନଜର ସଭାରେ ବସିଥିବା ଏକ ୪ ବର୍ଷର ଶିଶୁ ଉପରେ ପଡ଼ିଥିଲା। ବାରାକ ଓବାମା ସେ ଶିଶୁକୁ ଦେଖି ନିଜର ଭାଷଣ ବନ୍ଦ କରିଦେଇଥିଲେ। ଏହାର ଏକ କ୍ୟୁଟ ଭିଡିଓ ଏବେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି।

Also Read: Cyclone Storm: ଅଶାନ୍ତ ହୋଇଉଠୁଛି ସମୁଦ୍ର, ମାଡିଆସୁଛି ବାତ୍ୟା ‘ମାଣ୍ଡୋସ’ !

ପ୍ରକୃତରେ ଓବାମା (Obama) ନିକଟରେ ଅଟଲାଣ୍ଟା ଜର୍ଜିୟା ରେ ଡେମୋକ୍ରାଟିକ ସିନେଟର ରାଫେଲ ୱାନାର୍କଙ୍କ ପାଇଁ ଜର୍ଜିୟା ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେ ଏଠାରେ ଥିବା ମଞ୍ଚରେ ଲୋକଙ୍କୁ ସମ୍ବୋଧିତ କରିବା ଆରମ୍ଭ କରିଦେଇଥିଲେ। ଏହି ସମୟେର ଓବାମାଙ୍କ ନଜର ତାଙ୍କ ସଭାରେ ବସିଥିବା ଜଣେ ୪ ବର୍ଷର ଶିଶୁ ଉପରେ ପଡିଥିଲା। ସେହି ଶିଶୁ ଜଣଙ୍କ ଓବାମାଙ୍କ ଭାଷଣକୁ ପୁରା ମନ ଧ୍ୟାନ ଦେଇ ଶୁଣୁଥିଲେ। ଓବାମା ଶିଶୁର ଆଟେନସନ୍ ଦେଖି ଭାଷଣକୁ ମଝିରୁ ବନ୍ଦ କରିବାକୁ ବାଧ୍ୟ ହେଲେ। ସେ ସେହି ଶିଶୁ ଉପରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଯେ, ସେ ଶିଶୁ ମାତ୍ର ୪ ବର୍ଷର। ମାତ୍ର ସେ ବୁଝିବାକୁ ଚେଷ୍ଟା କରୁଛି। ସେ କହିଲେ ଯେ, ଏହି ଶିଶୁ ଜଣଙ୍କ ସ୍କୁଲରେ ସିଧା A ପ୍ରାପ୍ତ କରିବ। ଏହାବାଦ୍ ସେ ପୁଣି ଥରେ ନିଜ ଭାଷଣ ଦେବା ଆରମ୍ଭ କରିଥିଲେ। 

Also Read: Hijab Row: ନିରୀହଙ୍କ ରକ୍ତର ହୋଲି ଖେଳି ଶାନ୍ତ ହେଲା ଇରାନ ସରକାର

ସେହିପରି ଓବାମା ଆଗକୁ କହିଛନ୍ତି ଯ, ଯେବେ ବାରମ୍ବାର ବାରମ୍ବାର ମିଛ ପ୍ରତିଶ୍ରୁତି ଦେବାକୁ ପଡେ ତେବେ ସେତେବେଳେ ଜଣାପଡେ ଯେ ଆପଣ କେମିତି ବ୍ୟକ୍ତିତ୍ୱ। ସେହିପରି ଆପଣ ଆମେରିକା ସିନେଟ ପାଇଁ ବଛା ଯାଉଥିବା କିପରି ନେତା ହୋଇଥିବେ। ଏଡମ ସ୍ମିଥ ଓବାମାଙ୍କ ଏହି ସମ୍ବୋଧିତ ସଭାର ଏକ ଛୋଟ ଭିଡିଓ ନିଜର ଟ୍ୱିଟର ହ୍ୟାଣ୍ଡେଲରେ (Twitter Handle) ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ, ଆମେ ଏଠାରେ ବସିଥିବା ଏହି ଚାରି ବର୍ଷର ଶିଶୁ ପାଇଁ ଏକ ଉଦାହରଣ ସ୍ଥାପନ କରିବା। ତାର ଭବିଷ୍ୟତ ତିଆରି ପାଇଁ ଏକ ସଂକଳ୍ପ ରଖିବା। ସେ କହିଛନ୍ତି ଯେ, ଏବେ ଏହା ଦେଖୁଛନ୍ତି ଯେ, ଆମେ ଥକ୍କା ଅନୁଭବ କରୁଛୁ । ତେବେ ମୁଁ ଏଠାରେ କହିବାକୁ ଯାଉଛି ଯେ, ଆମେ ଥକ୍କିବା ବାଲା ନୁହଁ। 

Also Read: Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି

ତାଙ୍କର ଏହି କେହି ପଦ କଥା ପରେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ତାଳି ମାରି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଓବାମାଙ୍କ ସମ୍ବୋଧନ ସଭାରେ ପାଖାପାଖି ୫ ହଜାର ଲୋକ ଉପସ୍ଥିତ ରହିଥିଲେ।