'ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ଶକ୍ତି ସହିତ AAP ପଛରେ ପଡିଛନ୍ତି, କିନ୍ତୁ ଭଗବାନ ଆମ ସହ ଅଛନ୍ତି'
Advertisement
Article Detail0/zeeodisha/odisha1211481

'ପ୍ରଧାନମନ୍ତ୍ରୀ ପୂର୍ଣ୍ଣ ଶକ୍ତି ସହିତ AAP ପଛରେ ପଡିଛନ୍ତି, କିନ୍ତୁ ଭଗବାନ ଆମ ସହ ଅଛନ୍ତି'

Money Laundering Case: ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ କେଜ୍ରିୱାଲ ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ସାଙ୍କେତିକ ଫଟୋ

Arvind Kejriwal to PM Modi: ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ସହଯୋଗୀଙ୍କ ଘରୁ ୨.୮୨ କୋଟି ନଗଦ ଟଙ୍କା ଏବଂ ୧୩୩ ଟି ସୁନା ମୁଦ୍ରା ଜବତ କରାଯାଇଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଦିଲ୍ଲୀ ସିଏମ ଏବଂ AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।

ସେ ନିଜ ଟ୍ୱିଟରେ କହିଛନ୍ତି, "ଏହି ସମୟରେ ପ୍ରଧାନମନ୍ତ୍ରୀ ନିଜର ସମସ୍ତ ଶକ୍ତି ସହିତ ଆମ୍ ଆଦମୀ ପାର୍ଟି ପଛରେ ପଡିଛନ୍ତି । ବିଶେଷ କରି ଦିଲ୍ଲୀ ଏବଂ ପଞ୍ଜାବ ସରକାର ପଛରେ । ମିଛ ପରେ ମିଛ,  ମିଛ ପରେ ମିଛ । ଆପଣଙ୍କ ପାଖରେ ସମସ୍ତ ଏଜେନ୍ସିର ଶକ୍ତି ଅଛି, କିନ୍ତୁ ଭଗବାନ ଆମ ସହିତ ଅଛନ୍ତି ।"

ଏହା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ଟାର୍ଗେଟ କରି AAP ନେତା ସଞ୍ଜୟ ସିଂ ମଧ୍ୟ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି, "ସତ୍ୟେନ୍ଦ୍ର ଜୈନଙ୍କ ଘରୁ କୌଣସି ଜିନିଷ ମିଳିନଥିଲା । ଜବରଦସ୍ତ ସତ୍ୟେନ୍ଦ୍ର ଜୈନଙ୍କୁ ଫସାଇବା ପାଇଁ ତାଙ୍କ କୌଣସି ବି ବ୍ୟକ୍ତିଙ୍କୁ ତାଙ୍କ ନିକଟବର୍ତ୍ତୀ କହିଦେଉଛନ୍ତି । ସିଂ ଆହୁରି ମଧ୍ୟ ଲେଖିଛନ୍ତି ଯେ ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କ ଘରୁ କିଛି ମିଳିନଥିଲା, ସେତେବେଳେ ବିଜେପି କ୍ରୋଧିତ ହୋଇଥିଲା । କିଛି ବି ଅଭିଯୋଗ ଲଗାଇଦେଉଛି । ସତ୍ୟେନ୍ଦ୍ରଙ୍କ ଘରୁ ଦୁଇ ଲକ୍ଷ ୭୯ ହଜାରେ ଟଙ୍କା ମିଳିଛି । ବାକି ସବୁ ମିଥ୍ୟା ଅଟେ ।"

ଏଥି ସହିତ, AAP ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ରାତି ୭ ଟାରେ ପ୍ରବେଶ କରିଥିବା ଇଡିର ଲୋକମାନେ ରାତି ୨ ଟାରେ ଚାଲିଯାଇଛନ୍ତି । ଇଡିର କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲା । ଏହାକୁ ହଇରାଣ କୁହାଯାଇପାରେ । କେନ୍ଦ୍ର ସରକାରଙ୍କ ଇସାରାରେ ଇଡି କାର୍ଯ୍ୟ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଇଡି ଏହିପରି ଆଚରଣ କରୁଛି । କହିରଖୁଛୁ ଯେ ଅର୍ଥ ହେରଫେର ମାମଲାରେ AAP ନେତା ତଥା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମେ' ୩୦ ରେ ଗିରଫ କରାଯାଇଥିଲା । ଏହା ପରେ, ୩୧ ମେ'ରେ, ଟ୍ରାଏଲ କୋର୍ଟ ସତ୍ୟନ୍ଦ୍ର ଜୈନଙ୍କୁ ୯ ଜୁନ୍ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ ।

ଏହା ବି ପଢ଼ନ୍ତୁ: ନୁପୁରଙ୍କୁ ମିଳିଲା ନେଦରଲ୍ୟାଣ୍ଡର ସାଂସଦଙ୍କ ସମର୍ଥନ, କହିଲେ - କିଛି ଭୁଲ୍ କହିନାହଁନ୍ତି