ଆସାମ ମୁଖ୍ୟମନ୍ତ୍ରୀ ଓ ୨୦୦ ଯବାନଙ୍କ ନାଁରେ FIR
Advertisement
Article Detail0/zeeodisha/odisha954089

ଆସାମ ମୁଖ୍ୟମନ୍ତ୍ରୀ ଓ ୨୦୦ ଯବାନଙ୍କ ନାଁରେ FIR

ମିଜୋରାମ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (HQ) ଜନ୍ ଏନଙ୍କ ଅନୁଯାୟୀ, ଆସାମ ଓ ମିଜୋରାମରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) , ୪ ଜଣ ବରିଷ୍ଠ ରାଜ୍ୟ ପୋଲିସ ଅଧିକାରୀ ଓ ଅନେକ ଯବାନଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ତଥା ଅପରାଧିକ ଷଡଯନ୍ତ୍ର ଭଳି ଧାରାରେ ମାମଲା ରୁଜୁ ହୋଇଛି।

ଫାଇଲ ଫଟୋ

ଆଇଜୋଲ: କୋଲାସିବ ଜିଲ୍ଲାର ଭାୟେରେଙ୍ଗେ ସହରର ସୀମାନ୍ତରେ ହୋଇଥିବା ହିଂସା ସଂପର୍କରେ ମିଜୋରାମ ପୋଲିସର ବ୍ୟାପକ କାର୍ଯ୍ୟାନୁଷ୍ଠାନ।  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ୪ ଜଣ ବରିଷ୍ଠ ରାଜ୍ୟ ପୋଲିସ ଅଧିକାରୀ ଏବଂ ଅନ୍ୟ ଅଧିକାରୀଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି। ୨୦୦ରୁ ଊର୍ଦ୍ଧ୍ୱ ଯବାନଙ୍କ ନାମରେ ବି FIR ହୋଇଥିବା ସୂଚନା।

ମିଜୋରାମ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (HQ) ଜନ୍ ଏନଙ୍କ ଅନୁଯାୟୀ, ଆସାମ ଓ ମିଜୋରାମରେ ହୋଇଥିବା ହିଂସା ମାମଲରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) , ୪ ଜଣ ବରିଷ୍ଠ ରାଜ୍ୟ ପୋଲିସ ଅଧିକାରୀ ଓ ଅନେକ ଯବାନଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ତଥା ଅପରାଧିକ ଷଡଯନ୍ତ୍ର ଭଳି ଧାରାରେ ମାମଲା ରୁଜୁ ହୋଇଛି। ହିଂସାକାଣ୍ଡ ପରେ ମିଜୋରାମ ପୋଲିସ ସୋମବାର ବିଳମ୍ବିତ ରାତିରେ ଭେରେଙ୍ଗତେ ଥାନାରେ FIR ପଞ୍ଜିକରଣ କରିଥିଲା। ଏହି ସମୟରେ ଆସାମ ପୋଲିସର ୨୦୦ ଅଜ୍ଞାତ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Also Read: Indian Politics: ପିତା-ପୁତ୍ର ମୁଖ୍ୟମନ୍ତ୍ରୀ ତାଲିକାରେ ଯୋଡିହେଲେ ଏହି ଦୁଇ ନେତା

ଅନ୍ୟପଟେ ଆସାମ (Assam) ପ୍ରଶାସନ ଦ୍ୱାରା ମିଜୋରାମ (Mizoram) ର କିଛି ଅଧିକାରୀଙ୍କ ବିରୋଧରେ ନୋଟିସ ଜାରି କରାଯାଇଥିଲା। ଆସାମ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଜୁଲାଇ ୨୮ରେ ଏହି ଅଧିକାରୀମାନଙ୍କୁ ଡକାଯାଇଥିଲା। ଏହାପୂର୍ବରୁ କଚ୍ଛାର ଜିଲ୍ଲାର ଲୈଲାପୁରରେ ଆସାମ ଏବଂ ମିଜୋରାମ ପୋଲିସ ବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ଯେଉଁଥିରେ ଆସାମ ପୋଲିସ (Assam Police) ର ୫ କର୍ମଚାରୀ ଏବଂ ଜଣେ ବାସିନ୍ଦାଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

କଚ୍ଛାର ଡେପୁଟି ପୋଲିସ୍ ଅଧୀକ୍ଷକ କଲ୍ୟାଣ କୁମାର ଦାସଙ୍କ ଦ୍ୱାରା ଜାରି କରାଯାଇଥିବା ପୃଥକ ସମନଗୁଡିକରେ କୁହାଯାଇଛି ଯେ, ଆପଣ ଏକ ଗୁରୁତର ଅପରାଧ କରିଛନ୍ତି ବୋଲି ଏକ ସଠିକ୍ ତଥା ବିଶ୍ୱସନୀୟ ସୂଚନା ଗ୍ରହଣ କରାଯାଇଛି। ଯେତେବେଳେ ଯୋଗାଯୋଗ କରାଯାଇଥିଲା, କଚ୍ଛାର ପୋଲିସ ଅଧୀକ୍ଷକ ରମଣଦୀପ କୌର ସମନ ବିଷୟରେ ନିଶ୍ଚିତ କରିଥିଲେ କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରିଦେଇଥିଲେ।