Ind Vs Aus : ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଛି ଅଷ୍ଟ୍ରେଲିଆ !
Advertisement

Ind Vs Aus : ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଛି ଅଷ୍ଟ୍ରେଲିଆ !

ଯେଉଁପ୍ରକାରେ ଟିମ ଇଣ୍ଡିଆ ଫର୍ମକୁ ଫେରିବା ସହ ମେଲବର୍ଣ୍ଣରେ କଙ୍ଗାରୁ ଦଳକୁ ଧୂଳି ଚଟାଇଥିଲା, ତାହା ଅଷ୍ଟ୍ରେଲିଆର ହୋସ ଉଡାଇ ଦେଇଛି। କେବଳ କ୍ରିକେଟ ଟିମ କି ବୋର୍ଡ ନୁହେଁ ସେଠାକାର ମିଡିଆକୁ ବି ଲଙ୍କା ଲାଗିଲାଣି। ଯେଉଁଥିପାଇଁ ସେମାନେ ହୀନ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି।

Ind Vs Aus : ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଛି ଅଷ୍ଟ୍ରେଲିଆ !

ନୂଆଦିଲ୍ଲୀ: ଓଡିଆରେ ଏକ ଲୋକବାଣୀ ଅଛି "ରସି ଜଳିଗଲା, କିନ୍ତୁ ବଳ ଗଲାନି"। ଏହି ରୁଢିଟି ଅଷ୍ଟ୍ରେଲିଆ ମିଡିଆ ଓ କ୍ରିକେଟ ବୋର୍ଡ କ୍ଷେତ୍ରରେ ଠିକ ପ୍ରମାଣିତ ହୋଇଛି। ଯେଉଁପ୍ରକାରେ ଟିମ ଇଣ୍ଡିଆ ଫର୍ମକୁ ଫେରିବା ସହ ମେଲବର୍ଣ୍ଣରେ କଙ୍ଗାରୁ ଦଳକୁ ଧୂଳି ଚଟାଇଥିଲା, ତାହା ଅଷ୍ଟ୍ରେଲିଆର ହୋସ ଉଡାଇ ଦେଇଛି। କେବଳ କ୍ରିକେଟ ଟିମ କି ବୋର୍ଡ ନୁହେଁ ସେଠାକାର ମିଡିଆକୁ ବି ଲଙ୍କା ଲାଗିଲାଣି। ଯେଉଁଥିପାଇଁ ସେମାନେ ହୀନ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି।

ଅଷ୍ଟ୍ରେଲିଆ ଗସ୍ତ (Austalia Tour) ର ପ୍ରଥମ ସିରିଜ ବେଳଠୁ ହିଁ ଟିମ ଇଣ୍ଡିଆ (Team India) କୁ ବିଭିନ୍ନ ଆଳରେ ହଇରାଣ କରାଯାଉଛି। ଗୋଟିଏ ପିଚରେ ପ୍ରାକ୍ଟିସ କରି ଅନ୍ୟ ପିଚରେ ଖେଳାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ଏବେ ହୀନ କୂଟନୀତିର ସମସ୍ତ ସୀମା ଲଙ୍ଘିଛି ଅଷ୍ଟ୍ରେଲିଆ (Austalia) ମିଡିଆ ଓ କ୍ରିକେଟ ବୋର୍ଡ। ଯାହାର ସଦ୍ୟ ପ୍ରମାଣ ଟିମ ଇଣ୍ଡିଆର ୫ ଜଣ ଖେଳାଳିଙ୍କ କ୍ୱାରେଣ୍ଟାଇନ (Quarantine) ରୁ ମିଳିଛି।

Also Read: ସିନିୟର ପୁରୁଷ ଟି୨୦ କ୍ରିକେଟ: ରେଲଓ୍ୱେକୁ ହରାଇ କଟକଏ ଚାମ୍ପିଅନ

ଏକ ରେସ୍ତୋରାଁର ଭିଡିଓ ଭାଇରାଲ ପରେ ଟିମ ଇଣ୍ଡିଆର ୫ ଟପ୍ ଖେଳାଳିଙ୍କୁ କାଠଗଡାକୁ ଟଣାଯାଇଛି। ଭାରତୀୟ ଖେଳାଳିମାନେ ବେପରୁଆ ଓ ବାୟୋ ବବଲ୍ ସିକ୍ୟୁରିଟିର କୌଣସି ଦାୟୀତ୍ୱ ନାହିଁ। ସେମାନେ କୋରୋନା ପ୍ରଟୋକଲ ଉଲ୍ଲଙ୍ଘନ କରିଛନ୍ତି ବୋଲି ଅଷ୍ଟ୍ରେଲିଆ ଗଣମାଧ୍ୟମ ଅଭିଯୋଗ କରିଛି। ଆଉ ସେଥିପାଇଁ ରୋହିତ ଶର୍ମା (Rohit Sharma), ଋଷଭ ପନ୍ତ, ଶୁଭମନ ଗିଲ, ନବଦୀପ ସୈନୀ ଓ ପୃଥ୍ୱୀ ଶ'ଙ୍କୁ ଆଇସୋଲେନରେ ରଖାଯାଇଛି।

ଖେଳାଙ୍କ ଭାଇରାଲ ଭିଡିଓକୁ ନେଇ ଅଷ୍ଟ୍ରେଲିଆ ମିଡିଆ ଓ ପୂର୍ବତନ କ୍ରିକେଟର ମିଶି ଏକ ବଡ ଷଡଯନ୍ତ୍ର ରଚିଛନ୍ତି। ଭାରତୀୟ ଖେଳାଳିଙ୍କୁ ମାନସିକ ଚାପ ପକାଇବାକୁ ଲଗାତାର ପ୍ରୟାସ କରୁଛନ୍ତି। ଆସନ୍ତା ଟେଷ୍ଟରେ ସେମାନେ ନିଜ ଟିମର ସ୍ଥିତିକୁ ଜାଣିସାରିଲେଣି। ସେଥିପାଇଁ କ୍ୱାରେଣ୍ଟାଇନ ନିୟମ ଆଳରେ ବ୍ରିସବେନରେ ନଖେଳିବାକୁ ବ୍ରାଜ ହାଡିନ (Brad Haddin) ଭଳି ଖେଳାଳି ଅପିଲ କରୁଛନ୍ତି। କିନ୍ତୁ ସେପଟେ BCCI ନିଜ ଖେଳାଳିଙ୍କ ସପକ୍ଷରେ ଠିଆ ହୋଇଛି।

Also Read: IPL-2022ରେ ୧୦ ଟିମ୍, ଅଲମ୍ପିକରେ ସାମିଲ ହେବ କ୍ରିକେଟ!

୨୦୦୭ ପୂର୍ବରୁ ଭାରତୀୟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ହିଁ ସେଠାକାର ମିଡିଆ ମାଇଣ୍ଡ ଗେମ୍ ଆରମ୍ଭ କରିଦେଉଥିଲା। କିନ୍ତୁ ଯେତେବେଳେ ଘରେ ପଶି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜର ବେଷ୍ଟ ଅଫ ଥ୍ରୀ ଫାଇନ୍ସର ପ୍ରଥମ ଦୁଇଟି ମ୍ୟାଚ ଜିତିଲା, ସେତେବେଳୁ ମିଡିଆର କାରନାମା କମିଗଲା। ଆଉ IPLରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଭାଗିଦାରୀ ସ୍ଲେଜିଙ୍ଗକୁ ପ୍ରାୟ ଶେଷ କରିଦେଲା। କିନ୍ତୁ ଏବେ ପୁଣିଥରେ ଅଷ୍ଟ୍ରେଲିଆ ମିଡିଆ ଓ ପୂର୍ବତନ କ୍ରିକେଟର ତାଙ୍କ ଧୃତ ରାଜନୀତି ଆରମ୍ଭ କରିଛନ୍ତି।