ଭିଡିଓ କଲରେ Better.com ସିଇଓ ବିଶାଲ ଗର୍ଗ କହିଛନ୍ତି- "ଏହା କୌଣସି ଖବର ନୁହେଁ ଯାହାକୁ ଆପଣ ଶୁଣିବାକୁ ଚାହାଁନ୍ତି ... ଯଦି ଆପଣ ଏହି କଲରେ ଅଛନ୍ତି, ତେବେ ଆପଣ ଦୁର୍ଭାଗ୍ୟଶାଳୀ ଗୋଷ୍ଠୀର ଅଂଶ ଅଟନ୍ତି ଯାହାକୁ ତତ୍କାଳ ପ୍ରଭାବୀରୁ ବରଖାସ୍ତ କରାଯାଉଛି।"
Trending Photos
ନୂଆଦିଲ୍ଲୀ: Better.com ସିଇଓ ବିଶାଲ ଗର୍ଗ ବୁଧବାର ଏକ ନିଷ୍ଠୁର ପଦକ୍ଷେପ ନେଇଛନ୍ତି। ଜୁମ୍ କଲରେ ସେ ତାଙ୍କ କମ୍ପାନୀର ୯୦୦ ଜଣ କର୍ମଚାରୀଙ୍କୁ ଏକକାଳିନ ଚାକିରିରୁ ବିଦା କରିଛନ୍ତି। ଭାରତୀୟ-ଆମେରିକୀୟ ସିଇଓ କହିଛନ୍ତି ଯେ ବଜାର ଯୋଗ୍ୟତା, କାର୍ଯ୍ୟଦକ୍ଷତା ଏବଂ ଉତ୍ପାଦକତା ଭଳି ମାନଦଣ୍ଡ ଆଧାରରେ ଗଣଛଟେଇ କରାଯିଇଛି। ଯାହାରା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।
ସିଏନ୍ଏନ୍ ଅନୁଯାୟୀ, ଭିଡିଓ କଲରେ Better.com ସିଇଓ ବିଶାଲ ଗର୍ଗ କହିଛନ୍ତି- "ଏହା କୌଣସି ଖବର ନୁହେଁ ଯାହାକୁ ଆପଣ ଶୁଣିବାକୁ ଚାହାଁନ୍ତି ... ଯଦି ଆପଣ ଏହି କଲରେ ଅଛନ୍ତି, ତେବେ ଆପଣ ଦୁର୍ଭାଗ୍ୟଶାଳୀ ଗୋଷ୍ଠୀର ଅଂଶ ଅଟନ୍ତି ଯାହାକୁ ତତ୍କାଳ ପ୍ରଭାବୀରୁ ବରଖାସ୍ତ କରାଯାଉଛି।" ୪୩ ବର୍ଷିୟ ବିଶାଲ କମ୍ପାନୀର ୯ ପ୍ରତିଶତ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଛନ୍ତି। ବହିଷ୍କୃତ ହୋଇଥିବା ଲୋକଙ୍କ ମଧ୍ୟରେ କମ୍ପାନୀର ସମ୍ପୂର୍ଣ୍ଣ diversity, equity ଓ inclusion teamର ସଦସ୍ୟ ଥିଲେ।
Also Read: ଓଡ଼ିଶାରେ Omicron ଭାୟା ଭୁବନେଶ୍ୱର! ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବିଦେଶ ଫେରନ୍ତା
ଜଣେ ଶ୍ରମିକ ଏହି ଭିଡିଓ କଲକୁ ରେକଡିଂ କରି ସୋସିଆଲ୍ ମିଡିଆରେ ଲିକ୍ କରିଥିଲେ। ଛୁଟିଦିନ ପୂର୍ବରୁ କର୍ମଚାରୀଙ୍କୁ ସିଇଓ ଏଭଳି ବରଖାସ୍ତ କରିବାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡେଲି ମେଲ ଅନୁଯାୟୀ, ବିଶାଲ ଗର୍ଗ ତିନି ମିନିଟର କଲ୍ ସମୟରେ କହିଛନ୍ତି ଯେ, ୯୦୦ କର୍ମଚାରୀଙ୍କୁ ବରଖାସ୍ତ କରିବା ନିଷ୍ପତ୍ତି ଏକ ଆହ୍ୱାନପୂର୍ଣ୍ଣ ନିଷ୍ପତି ଥିଲା।
Vishal Garg: “I wish I didn’t have to lay off 900 of you over a zoom call but I’m gonna lay y’all off right before the holidays lmfaooo”pic.twitter.com/6bxPGTemEG
— litquidity (@litcapital) December 5, 2021
ବିଶାଲ କହିଛନ୍ତି, "ମୋ କ୍ୟାରିୟରରେ ଏହା ଦ୍ୱିତୀୟ ଥର ମୁଁ ଏହା କରୁଛି ଏବଂ ମୁଁ ଏହା କରିବାକୁ ଚାହେଁ ନାହିଁ। ଶେଷ ଥର ମୁଁ ଏହା କରିଥିଲି, ମୁଁ କାନ୍ଦିଲି। ଏଥର ମୁଁ ଅଧିକ ଶକ୍ତିଶାଳୀ ହେବାକୁ ଆଶା କରୁଛି।" ବଜାର, ଦକ୍ଷତା ଏବଂ ପ୍ରଦର୍ଶନ ଏବଂ ଉତ୍ପାଦକତା ପାଇଁ ଆମେ ବିଭିନ୍ନ କାରଣରୁ କମ୍ପାନୀର ପ୍ରାୟ ୧୫% କର୍ମଚାରୀଙ୍କୁ ଛଟେଇ କରୁଛୁ ବୋଲି ସେ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂଖ୍ୟାକୁ ସଂଶୋଧନ କରି ପ୍ରାୟ ୯ ପ୍ରିତିଶତକ ବୋଲି Better.com ସିଇଓ ବିଶାଲ କହିଛନ୍ତି।
Also Read: 'ନିଜ ସୁରକ୍ଷା ନିଜେ କରନ୍ତୁ'; କୋମାରେ କମିଶନରେଟ୍ ପୋଲିସ
ଖବର ଅନୁଯାୟୀ, ବିଶାଲ ଗର୍ଗ ତାଙ୍କ କର୍ମଚାରୀଙ୍କୁ ଅଳସୁଆ ଏବଂ ଅଣ-ଉତ୍ପାଦକ ବୋଲି କହିଥଲେ। ସେ କହିଥିଲେ, "ଆପଣମାନେ ଜାଣନ୍ତି ଯେ ବିଦା ହୋଇଥିବା ଅତିକମରେ ୨୫୦ ଲୋକ ଦିନକୁ ହାରାହାରି ୨ ଘଣ୍ଟା କାମ କରୁଥିବାବେଳେ ବେତନ ବ୍ୟବସ୍ଥାରେ ଦିନକୁ ୮+ ଘଣ୍ଟା କାମ କରୁଥିଲେ?" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଆପଣଙ୍କଠାରୁ ଚୋରି କରୁଥିଲେ ଏବଂ ଆମର ଗ୍ରାହକଙ୍କଠାରୁ ଚୋରି କରୁଥିଲେ ଯେଉଁମାନେ ଆମର ବିଲ୍ ପୈଠ କରନ୍ତି।
ବିଶାଲ ଗର୍ଗ ବିବାଦର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ, ସେ କର୍ମଚାରୀଙ୍କୁ ପଠାଇଥିବା ଏକ ଇମେଲ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା। ସେ କର୍ମଚାରୀଙ୍କୁ ଅଯୋଗ୍ୟ ବୋଲି କହିଥିଲେ। କର୍ମଚାରୀଙ୍କୁ ଅନେକ ଥର ଚେତାବନୀ ଦେଲା ପରେ ସେ ଶେଷରେ ୩୦୦ ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଛନ୍ତି।