• କାଲିଠୁ ଦିଲ୍ଲୀରେ ଖୋଲିବ ପାର୍କ ଓ ବାର
  • ରଥଯାତ୍ରା ନେଇ ଚୂଡାନ୍ତ ହୋଲା ନୀତି ନିର୍ଘଣ୍ଟ
  • ଜୁଲାଇ ୧୨ରେ ବିନା ଭକ୍ତରେ ହେବ ରଥଯାତ୍ରା
  • ସକାଳ ୮ଟା- ରଥ ପ୍ରତିଷ୍ଠା ସକାଳ ୮.୩୦- ପହଣ୍ଡି, ଅପରାହ୍‌ଣ ୨ଟା- ଛେରାପହଁରା ଓ ଅପରାହ୍‌ଣ ୩ଟା-ରଥଟଣା
  • ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ହେବ ସ୍ନାନପୂର୍ଣ୍ଣିମା ନୀତି
  • ରାତି ୧ଟା- ପହଣ୍ତି, ସକାଳ ୯- ଜଳଲାଗି ଦିନ ୧୧ଟା- ଗଜାନନ ବେଶ ଓ ସନ୍ଧ୍ୟା ୫ଟା- ବାହୁଡା ପହଣ୍ତି
  • ଯାଜପୁର: ବ୍ରାହ୍ମଣୀ ନଦୀର ଶଙ୍କରାକୂଳ ଘାଟରେ ବୁଡି ଦୁଇ ଯୁବକ ମୃତ
  • ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ଆରମ୍ଭ ହେବ ଟିକାକରଣ
  • ପ୍ରତ୍ୟେକ ଦିନ ୩ଲକ୍ଷ ଟିକାକରଣ କରିବା ପାଇଁ ଟାର୍ଗେଟ
  • ଅସହାୟ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା

ଭାରତ ବନ୍ଦ: ବିଜେପି-ବିଜେଡି-କଂଗ୍ରେସ ମୁହାଁମୁହିଁ

ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବ ଭାରତ ବନ୍ଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ। 

ଭାରତ ବନ୍ଦ: ବିଜେପି-ବିଜେଡି-କଂଗ୍ରେସ ମୁହାଁମୁହିଁ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ (Bharat Bandh) ଡାକରାକୁ ସଫଳ କରିବାକୁ ବିଭିନ୍ନ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏହି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି। ଏହି ଅବସରରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ରାଜନୈତିକ ଦଳର ସମର୍ଥନ ବଢିବାରେ ଲାଗିଛି। 

Also Read: ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ

କଂଗ୍ରେସ ବନ୍ଦକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଜଣାଇଛି। ଜିଲ୍ଲା ସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରାଯିବ ବୋଲି ପିସିସି ସଭାପତି କହିଛନ୍ତି। ଦଳର ସମସ୍ତ ନେତା ଏଥିରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ଠାରୁ ଜିଲା ସ୍ତର ପର୍ଯ୍ୟନ୍ତ ସମସ୍ତେ ବନ୍ଦରେ ସାମିଲ ହେବାକୁ ପିସିସି ପକ୍ଷରୁ କୁହାଯାଇଛି। ଯେଉଁ ୩ଟି ବିଲ ପାସ ହୋଇଛି ସେଥିରେ ଚାଷୀଙ୍କର ଅଭୂତ କ୍ଷତି ହୋଇଛି। ଚାଷୀ ଆମ ଦେଶର ମେରୁଦଣ୍ଡ ତାକୁ ଦୁର୍ବଳ କଲେ ଦେଶ ଅଗ୍ରଗତି କରିପାରିବ ନାହିଁ। ରାଜ୍ୟରେ ଶାସକ ବିଜେଡି (BJD), ମୁଖ୍ୟ ବିରୋଧି ବିଜେପି (BJP) ବ୍ୟତୀତ ଅନ୍ୟ ସମସ୍ତ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି ବୋଲି ପିସିସି ସଭାପତି କହିଛନ୍ତି। 

Also Read: ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି

ସେପଟେ ବିଜେଡି ବନ୍ଦକୁ ସମର୍ଥନ ଦେବା ପ୍ରସଙ୍ଗରେ ସ୍ପଷ୍ଟ କରି ନଥିଲେ ମଧ୍ୟ ଚାଷୀ ସମସ୍ୟା ପ୍ରତି ଦଳର ନୈତିକ ସମର୍ଥନ ରହିଥିବା କହିଛି। ଦଳ ତାର ଆଭିମୁଖ୍ୟ ସଂସଦରେ ସ୍ପଷ୍ଟ କରିଛି। ବିଜେଡି ସବୁବେଳେ ଚାଷୀଙ୍କ ସହ ରହିଛି ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ଅନ୍ୟପକ୍ଷେ କଂଗ୍ରେସ ନିଜର ସତ୍ତା ହରାଉଥିବାରୁ ନିଜର ଉପସ୍ଥିତି ଜାହିର କରିବା ପାଇଁ ବନ୍ଦକୁ ସମର୍ଥନ କରୁଥିବା ବିଜେପି କହିଛି। କୃଷକଙ୍କ ମଙ୍ଗଳ ପାଇଁ ମୋଦି ସରକାର ଏଭଳି ନୂଆ ଆଇନ ଆଣିଛନ୍ତି। ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ବିଗୁଣିତ ହେବା ସହ ଚାଷୀ ଲାଭବାନ ହେବ। 

ଏପରିକି ମୋଦି ସରକାର ହିଁ କୃଷି କୃଷକଙ୍କ ରୋଜଗାର ପାଇଁ ବ୍ୟାପକ ଯୋଜନା କରିଛନ୍ତି। ହେଲେ ଗଣତନ୍ତ୍ରରେ ପ୍ରତିବାଦରେ ଅଧିକାର ସମସ୍ତଙ୍କର ଅଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଭାରତ ବନ୍ଦ ଦେଲେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ କିମ୍ବା ମେଡିକାଲ ସହ ଅତ୍ୟାବଶ୍ୟକ ସେବାକୁ ବ୍ୟାଘାତ ହେବାକୁ ଦିଆଯିବନି ବୋଲି କୁହାଯାଇଛି।