ହରିୟାଣା ପରେ ଏହି ରାଜ୍ୟରେ ଖୋଲାରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି
Advertisement
Article Detail0/zeeodisha/odisha1047110

ହରିୟାଣା ପରେ ଏହି ରାଜ୍ୟରେ ଖୋଲାରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି

ନିଜର ବୟାନକୁ ନେଇ ଚର୍ଚ୍ଚାର ପରିସରରେ ରହୁଥିବା ବିହାର ବିଧାୟକ କହିଛନ୍ତି ଯେ ରାଜ୍ୟରେ ମଧ୍ୟ ଖୋଲା ସ୍ଥାନରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ।

ହରିୟାଣା ପରେ ଏହି ରାଜ୍ୟରେ ଖୋଲାରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ଖୋଲା ସ୍ଥାନରେ ନମାଜ ପଢିବାକୁ ନେଇ ହରିୟାଣା ଭଳି ରାଜ୍ୟରେ ବିବାଦ ଜାରି ରହିଛି। ଅନ୍ୟପଟେ ରାଜ୍ୟର ଖୋଲା ସ୍ଥାନରେ ହେଉଥିବା ନମାଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ବିହାର ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚଲ ବିହାରରେ ମଧ୍ୟ ଖୋଲା ସ୍ଥାନରେ ପ୍ରାର୍ଥନା କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ରାଜ୍ୟରେ କୌଣସି ଖୋଲା ସ୍ଥାନରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ। 

ନିଜର ବୟାନକୁ ନେଇ ଚର୍ଚ୍ଚାର ପରିସରରେ ରହୁଥିବା ବିହାର ବିଜେପି ବିଧାୟକ ହରିଭୂଷଣ ଠାକୁର ବାଚଲ କହିଛନ୍ତି ଯେ ରାଜ୍ୟରେ ମଧ୍ୟ ଖୋଲା ସ୍ଥାନରେ ନମାଜ ପଢିବା ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ। ସେ ଏହାକୁ ଆରମ୍ଭ କରିବେ ବୋଲି କହିଛନ୍ତି। ହରିୟାଣା ସରକାର ଯେପରି ଖୋଲାସ୍ଥାନରେ ନମାଜ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟରେ ମଧ୍ୟ ଏହା କରାଯିବା ଉଚିତ। ରାସ୍ତା ଭଳି ଖୋଲା ସ୍ଥାନରେ ନମାଜ ଉପରେ ଏକ ନିଷେଧାଦେଶ ଜାରି ହେବା ଦରକାର। ଯଦି ଏହା ବିଶ୍ୱାସର ବିଷୟ ତାହଲେ ଘରେ କିମ୍ବା ମସଜିଦ ଠାରେ ନମାଜ ପଢା ଯାଇପାରିବ। ଶୁକ୍ରବାର ନମାଜ (Friday Namaz) ପଢିବା ପାଇଁ ରାସ୍ତାକୁ ବନ୍ଦ କରିବା କେଉଁ ପ୍ରକାର ପୂଜା ପଦ୍ଧତି? ମସଜିଦ କାହିଁକି ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ।

ଏପରି କରିବା ଦ୍ୱାରା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବ୍ୟାହତ ହେବ କି ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ବିଜେପି ବିଧାୟକ କହିଛନ୍ତି ଯଦି ଆପଣ ବର୍ତ୍ତମାନ ଏହା କରିବେ ନାହିଁ ତାହେଲେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ମଧ୍ୟ ବିଗିଡ଼ିବ। ଧର୍ମ ନାମରେ ଭାରତ ୭୫ ବର୍ଷ ପୂର୍ବେ ବିଭାଜିତ ହୋଇଥିଲା। ହେଲେ ଏହି ସମସ୍ୟା ଦେଶରେ ବର୍ତ୍ତମାନ ସମୟରେ ମଧ୍ୟ ରହିଛି।

Also Read: ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର

ଏକ ପ୍ରଶ୍ନର ଉତ୍ତରରେ ବିଜେପି ବିଧାୟକ କହିଛନ୍ତି ବର୍ତ୍ତମାନ ସେ କେବଳ ଏହା ଜାଣିବାକୁ ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପ୍ରସଙ୍ଗରେ କେଉଁ ପଦକ୍ଷେପ ନେଉଛନ୍ତି। ଯଦିଓ ଏହି କାର୍ଯ୍ୟ ବିଶ୍ୱ ବିଭିନ୍ନ ସ୍ଥାନରେ କରାଯାଉଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯାହା କରିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ। ରାଷ୍ଟ୍ରଗୀତ ବନ୍ଦ ମାତରମରେ ପ୍ରକୃତିର ଉପାସନା ରହିଛି ହେଲେ ଏକ  ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଏହାକୁ ଗାନ କରିବ ନାହିଁ। ଏହା କେଉଁ ପ୍ରକାର ମାନସିକତା? ଯଦି ଏହାକୁ ଠିକ୍ ସମୟରେ ବନ୍ଦ କରା ନଯାଏ ତାହେଲ ଦେଶ ବହୁତ କ୍ଷତି ସହିବ।

Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ

ଖୋଲାସ୍ଥାନରେ ନମାଜ ପଢିବା ଉପରେ ପ୍ରତିକ୍ରିୟା ରଖି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କୌଣସି ପରିସ୍ଥିତି ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ଅନୁମତି ଦିଆଯିବ ନାହିଁ। ଯଦି କେହି ନିଜ ଧାର୍ମିକ ସ୍ଥାନରେ ନମାଜ ପଢନ୍ତି କିମ୍ବା ପାଠ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ କରନ୍ତି ସେଥିଲେ ଆମର କୌଣସି ଅସୁବିଧା ନାହିଁ। ଧାର୍ମିକ କାର୍ଯ୍ୟ ପାଇଁ ଧର୍ମାନୁଷ୍ଠାନ ରହିଛି। କାହାର ଅଧିକାରରେ କେହି ହସ୍ତକ୍ଷେପ କରିବା ଠିକ ନୁହେଁ। ଖୋଲା ସ୍ଥାନରେ ନମାଜ ପଢିବାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

Also Read: ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'

ମୁସଲମାନ ସମ୍ପ୍ରଦାୟ (Muslim Community) ପାଖରେ ଅନେକ ଅନେକ ଜମି ରହିଛି ଯେଉଁଠାରେ ସେମାନଙ୍କୁ ଅନୁମତି ଦିଆଯାଉ। କିଛି ଜମି ମଧ୍ୟ ଅଛି, ଯାହା ସେମାନଙ୍କର କିମ୍ବା ୱାକଫ୍ ବୋର୍ଡ (Muslim Waqf Board) ଭଳି ସଂସ୍ଥାର ହେବ। ଏହି ସ୍ଥାନ ବିବାଦୀୟ ନୁହେଁ। ତାଙ୍କୁ ସେହି ସ୍ଥାନ ଯୋଗାଇ ଦିଆଯିବା ଆବଶ୍ୟକ ନଚେତ୍ ସେମାନେ ତାଙ୍କ ଘରେ ରହି ନମାଜ (Namaz) ପଢନ୍ତୁ। ଖୋଲା ସ୍ଥାନରେ ନମାଜ ଅର୍ପଣ କରି ପାରସ୍ପରିକ ବିବାଦ ଭଳି ଘଟଣା ଘଟିବାକୁ ଅନୁମତି ଦିଆଯିବ ନାହିଁଯ। କାହାକୁ କୌଣସି ପ୍ରକାରର ବାଧ୍ୟ ବାଧକତା କରିବାକୁ ଦିଆଯିବ ନାହିଁ।