ନୂଆଦିଲ୍ଲୀ: ବିଦାୟୀ ୨୦୨୦ ବର୍ଷରେ ଦେଶ ସମେତ ସମଗ୍ର ବିଶ୍ୱରେ ମଣିଷ ସମାଜକୁ ଆତଙ୍କିତ କରି ରଖିଥିଲା ବିଶ୍ୱ ମହାମାରୀ କୋରୋନ। ଆଉ ଏବେ ନୂଆ ବର୍ଷ ୨୦୨୧ ଆରମ୍ଭରୁ କାୟ ବିସ୍ତାର କରିବା ଆରମ୍ଭ କଲାଣି କୁକୁଡା ସମେତ ଅନ୍ୟାନ୍ୟ ପକ୍ଷୀଙ୍କ ଲାଗି ଯମ କୁହାଯାଉଥିବା ବାର୍ଡ ଫ୍ଲୁ। ଏହାର ପ୍ରଭାବ କେରଳ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟର ଦେଖିବାକୁ ମିଳିଲାଣି।  


COMMERCIAL BREAK
SCROLL TO CONTINUE READING

ସଦ୍ୟ ହିମାଚଳ ପ୍ରଦେଶ ର କାଙ୍ଗ୍ରା ଜିଲ୍ଲା ଅଧିନସ୍ଥ ଫତେହପୁର, ଦେହରା, ଜୱାଲି, ଇନ୍ଦୋରା ପ୍ରଭୂତି ଅଞ୍ଚଳରେ କୁକୁଡା ଅଣ୍ଡା ମାଂସ କ୍ରୟ ବିକ୍ରୟ ରପ୍ତାନି କରିବା ଉପରେ କଟକଣା ଜାରି ହୋଇଛି। ଏପରିକି ଜିଲ୍ଲାରେ ଅବସ୍ଥିତ ପୋଙ୍ଗ ଡ୍ୟାମ ସମେତ ଯେଉଁ ଅଞ୍ଚଳରେ ବାର୍ଡ ଫ୍ଲୁ (Bird Flu) ପ୍ରଭାବ ଦେଖିବାକୁ ମିଳିଛି ସେଠାରୁ ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଲୋକଙ୍କ ଚଳ ପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ କାଙ୍ଗ୍ରା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।  


ପୋଙ୍ଗ ଡ୍ୟାମ ବ୍ୟାନଜନ୍ତୁ ଅଭୟାରଣ୍ୟ ପରିସରରୁ ୫ଟି ମୃତ ବାର ହେଡେଡ ଗୁଜ ବାର୍ଡ୍ସ (Bar Headed Goose Birds) ଠାରେ ଏଚ୫ଏନ୧ ଆଭିଏନ ଇନଫ୍ଲୁଏନଜା ଭାଇରସ (H5N1 Avian Influenza Virus) ଚିହ୍ନଟ ହୋଇଛି। ସମସ୍ତ ମୃତକ ପକ୍ଷୀ ସଂକ୍ରମିତ ହୋଇଥିବା ଜଣାପଡିଛି। ରାଜ୍ୟରେ ବାର୍ଡ ଫ୍ଲୁ ପ୍ରଭାବ ଦେଖାଯିବା ଘଟଣାରେ ପ୍ରତିକ୍ରିୟା ହିମାଚଳ ପ୍ରଦେଶ ପଶୁ ସମ୍ପଦ ବିଭାଗର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ.ବିକ୍ରମ ସିଂହ ବିଗତ କିଛି ଦିନ ମଧ୍ୟରେ ପ୍ରାୟ ୧୭୭୫ଟି ବିଦେଶାଗତ ପକ୍ଷୀ ବାର ହେଡେଡ ଗୁଜ ବାର୍ଡ୍ସଙ୍କ ମୃତ୍ୟୁ ଘଟିଛି। 


Also Read: ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ


ଗତ ସୋମବାର ରାଜ୍ୟରେ ୧୭୦ଟି ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳବାର ରାଜସ୍ଥାନ ସରକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ରାଜ୍ୟ ପଶୁ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ପର୍ଯ୍ୟନ୍ତ ୪୨୫ ପକ୍ଷୀଙ୍କ ମୃତ୍ୟୁ ହୋଇ ସାରିଲାଣି। ସମସ୍ତ ମୃତକ ପକ୍ଷୀଙ୍କ ନମୁନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ (National Institute of High-Security Animal Diseases) ସଂସ୍ଥାକୁ  ପଠାଯାଇଛି। ବ୍ଲାର୍ଡ ଫ୍ଲୁ ହୋଇଥିବା ନେଇ ଏହି ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। 


ଅନ୍ୟ ଜିଲ୍ଲାରେ କେତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ। ପ୍ରାଣ ହରାଇଥିବା ୪୨୫ ପକ୍ଷୀଙ୍କ ମଧ୍ୟରେ ଅଧିକାଂଶ କାଉ ଥିବା ଜଣାପଡିଛି। ରାଜସ୍ଥାନର ଝାଲୱର ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ମଧ୍ୟ ପ୍ରଦେଶ ଇନ୍ଦୋର (Indore) ଠାରେ ବାର୍ଡ ଫ୍ଲୁ ପ୍ରଭାବ ଦେଖିବାକୁ ମିଳିଛି।  


ସେହିପରି ଦାକ୍ଷିଣାତ୍ୟ ରାଜ୍ୟ କେରଳର କୋଟ୍ଟାୟମ, ଆଲାପ୍ପୁଝା ଜିଲ୍ଲାରେ ବ୍ଲାର୍ଡ ଫ୍ଲୁ ବ୍ୟାପିଥିବାର ଖବର ମିଳିଛି। ପ୍ରଭାବିତ ଅଞ୍ଚଳର ଗୋଟିଏ କିମି ବ୍ୟାସାର୍ଦ୍ଧ ମଧ୍ୟରେ ବତକ, କୁକୁଡା ସମେତ ଅନ୍ୟାନ୍ୟ ଗୃହପାଳିତ ପକ୍ଷୀଙ୍କୁ ମାରିବା ଲାଗି ନିର୍ଦ୍ଦେଶ ମିଳିଛି। 


Also Read: କୋରୋନା ଓ ବାର୍ଡ ଫ୍ଲୁ ପରେ ଏବେ ଓଡ଼ିଶାକୁ 'ସ୍ୱାଇନ୍ ଫ୍ଲୁ' ଡର


 


ଏନେଇ କୋଟ୍ଟାୟମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ସ୍ଥାନୀୟ ନୀନଦୁରସ୍ଥିତ ଫାର୍ମରେ ବାର୍ଡ ଫ୍ଲୁ କାରଣରୁ ୧୫୦୦ ବତକଙ୍କ ମୃତ୍ୟୁ ଘଟିଛି। ସେହିପରି ଆଲାପୁଝା କୁଟାନାଡ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏନେଇ ପ୍ରତିକ୍ରିୟା ରଖି କେରଳ ପଶୁ ସମ୍ପଦ ମନ୍ତ୍ରୀ କେ.ରାଜୁ କହିଛନ୍ତି ଥିରୁଅନନ୍ତପୁରମ ଠାରେ କହିଛନ୍ତି ଯେଉଁ କୃଷକ ସେମାନଙ୍କ ଘରେ ପାଳିଥିବା ପକ୍ଷୀଙ୍କୁ ହତ୍ୟା କରିବେ ସେମାନଙ୍କୁ ସରକାର କ୍ଷତିପୂରଣ ଦେବେ। ଅନ୍ୟପଟେ କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି ଏଚ୫ଏନ୮ ଭାଇରସ (H5N8 Virus) ବାବଦରେ ଯାଞ୍ଚ କରିବା ପାଇଁ ପ୍ରାୟ ୪୦ ହଜାର ପକ୍ଷୀଙ୍କୁ ହତ୍ୟା କରିବାକୁ ହେବ।    


ପଡୋଶୀ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଖବର ପାଇବା ପରେ ସତର୍କ ହୋଇଉଠିଛନ୍ତି ତାମିଲନାଡୁ ସରକାର। ଏହାକୁ ନଜରରେ ରଖି କେରଳରୁ କୁକୁଡା ଧରି ଆସୁଥିବା ଗାଡିକୁ ରାଜ୍ୟର ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ ତାମିଲନାଡୁ ସରକାରଙ୍କ ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ମଙ୍ଗଳବାର ଦିନ ୧୨ଟାରୁ କେରଳରୁ ରାଜ୍ୟର କୋଏମ୍ବାଟୁର ଜିଲ୍ଲାରେ ପ୍ରବେଶ କରିଥିବା ଗାଡିକୁ ଯାଞ୍ଚ କରାଯାଉଛି। କୁକୁଡ଼ା ଏବଂ ଆନୁଷଙ୍ଗିକ ସାମଗ୍ରୀ ପରିବହନ କରୁଥିବା ଯାନକୁ ତାମିଲନାଡୁରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦେବା ପୂର୍ବରୁ ଅନ୍ୟାନ୍ୟ ବାଣିଜ୍ୟିକ ଯାନକୁ ବିଶୋଧିତ କରାଯିବ। 


Also Read: ନୂଆବର୍ଷ ଆରମ୍ଭରୁ ଅଶୁଭ ସଙ୍କେତ: ଜାଣନ୍ତୁ କ`ଣ କହୁଛି ଶକୁନ ଶାସ୍ତ୍ର?



ତିରୁପୁର ଜିଲ୍ଲାରେ ପଶୁପାଳନ ବିଭାଗ ମଙ୍ଗଳବାର ଦିନ ଉଦୁମାଲପେଟ ନିକଟସ୍ଥ ଚିନ୍ନର ଠାରେ ଚେକ୍ ପୋଷ୍ଟ ଦେଇ ପ୍ରବେଶ କରୁଥିବା ଗାଡିକୁ ଯାଞ୍ଚ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଦିନରାତି ଯାଞ୍ଚ ସମୟରେ ପ୍ରତ୍ୟେକ ସିଫ୍ଟ ପାଇଁ ୪ ଜଣ ବିଭାଗୀୟ କର୍ମଚାରୀ ନିୟୋଜିତ ହେବ। ଏନେଇ ଅଧିକାରୀଙ୍କ କହିବା ଅନୁସାରେ କେରଳରୁ ତିରୁପୁର ଜିଲ୍ଲାରେ କୁକୁଡା ବୋଝେଇ ଗାଡି ପ୍ରବେଶ କରିନାହିଁ। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ କୁକୁଡା ପରିବହନ କରୁଥିବା ଯାନକୁ ଅନୁମତି ଦିଆଯିବ ନାହିଁ।


ଜିଲ୍ଲାପାଳ ଜୋ ଇନୋସେଣ୍ଟ ଡିଭିଆ କହିଛନ୍ତି କେରଳରୁ କୁକୁଡାଙ୍କୁ ନେଇ ଆସୁଥିବ ଗାଡିକୁ ପ୍ରବେଶ ଅନୁମତି ମିଳିନାହିଁ। ଫଳସ୍ୱରୂପ କେରଳରୁ କୁକୁଡ଼ା ପରିବହନ କରୁଥିବା ସମସ୍ତ ଯାନକୁ ଗୁଦାଲୁର ଏବଂ ପାଣ୍ଡାଲୁର ତାଲୁକରେ କେରଳ-ତାମିଲନାଡୁ ମଧ୍ୟରେ ଥିବା ଆନ୍ତଃରାଜ୍ୟ ସୀମାରେ  ଚେକ ପୋଷ୍ଟ ଠାରେ ଅଟକାଇ ଦିଆଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପଶୁପାଳନ ବିଭାଗର ଟିମ୍ ସେଠାରେ ରହି କେରଳରୁ ଆସୁଥିବା ଯାନକୁ ଯାଞ୍ଚ କରୁଛନ୍ତି।


ବାର୍ଡ ଫ୍ଲୁ କବଳରୁ ବର୍ତ୍ତି ନାହିଁ ଓଡିଶା। ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାରେ ନଳବଣ ସମେତ ଚିଲିକା କୂଳବର୍ତ୍ତୀ ଅଞ୍ଚଳରୁ ନମୁନା ସଂଗ୍ରହ ଆରମ୍ଭ ହୋଇଯାଇଛି। ପୂର୍ବରୁ ୪୦୦ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ସିଡିଭିଓ।