Bombay High Court: ପୂଜା ଭସାଣୀ ପାଇଁ ବ୍ୟାନ୍ ହୋଇଛି, ଇଦରେ ବାଜିବ କି DJ ?
Advertisement
Article Detail0/zeeodisha/odisha2436352

Bombay High Court: ପୂଜା ଭସାଣୀ ପାଇଁ ବ୍ୟାନ୍ ହୋଇଛି, ଇଦରେ ବାଜିବ କି DJ ?

Bombay High Court: ବମ୍ବେ ହାଇକୋର୍ଟରେ ଡିଜେ ଏବଂ ଲେଜର ଲାଇଟ୍ ବ୍ୟବହାର ସହ ଜଡିତ ଏକ ଶୁଣାଣି ହୋଇଛି । ଏହି ସମୟରେ କୋର୍ଟରେ ଅନେକ ଯୁକ୍ତି ରଖିଥିଲେ ଓକିଲ । ଆସନ୍ତୁ ସେ ବିଷୟରେ ଜାଣିବା

Bombay High Court: ପୂଜା ଭସାଣୀ ପାଇଁ ବ୍ୟାନ୍ ହୋଇଛି, ଇଦରେ ବାଜିବ କି DJ ?

Bombay High Court: ଭାରତୀୟ ପର୍ବ ସମୟରେ ଡିଜେ ବଜାଇବା ଏବଂ ଉଚ୍ଚ ଶବ୍ଦକୁ ନେଇ ଅନେକ ସମୟରେ ତର୍କ ବିତର୍କ ଚାଲିଥାଏ। କିଛି ଲୋକ ଏହାକୁ ପର୍ବ ପର୍ବାଣୀ ସହିତ ଜଡିତ କରୁଥିବାବେଳେ ଅନ୍ୟ କିଛି ଲୋକ ଏହାକୁ ଶବ୍ଦ ପ୍ରଦୂଷଣ ବୋଲି କହି ନିଷିଦ୍ଧ କରିବାକୁ କହିଛନ୍ତି। ନିକଟରେ ଇଦ୍ ଶୋଭାଯାତ୍ରାରେ ଡିଜେ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ବୁଧବାର ଦିନ ଏହି ମାମଲା ଶୁଣାଣି କରି କୋର୍ଟ ଡିଜେ ବାବଦରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ଗଣେଶ ଚତୁର୍ଥୀ ପାଇଁ ଡିଜେ କ୍ଷତିକାରକ, ତେବେ ଅନ୍ୟ ପର୍ବ ପାଇଁ ମଧ୍ୟ ଏହା ସମାନ ଭାବେ କ୍ଷତିକାରକ।

 

ପୁଣେର ଚାରିଜଣ ବ୍ୟବସାୟୀ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଅନେକ ଯୁକ୍ତି ବାଢିଥିଲେ ଡିଜେ ବାଜିବାକୁ ନେଇ । ବ୍ୟବସାୟୀଙ୍କ କହିବାନୁଯାୟୀ, ମୁସଲିମ ସମ୍ପ୍ରଦାୟର ଉତ୍ସବ ପାଇଁ ଡିଜେ ମ୍ୟୁଜିକ୍ ଏବଂ ଲେଜର ଲାଇଟ୍ ବ୍ୟବହାର କରିବା ମଧ୍ୟ ଅନୁଚିତ । ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଧାର୍ମିକ ପର୍ବ ସମୟରେ ଶବ୍ଦ ପ୍ରଦୂଷଣ ନିୟମ ପାଳନ କରାଯିବା ଉଚିତ ବୋଲି ଆବେଦନକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଧର୍ମ କିମ୍ବା ସମ୍ପ୍ରଦାୟ 'ସାମ୍ବିଧାନିକ ଅଧିକାର' ଦର୍ଶାଇ ଡିଜେ ମ୍ୟୁଜିକ୍ ଏବଂ ସ୍ପିକର ବ୍ୟବହାର କରିପାରିବେ ନାହିଁ। ଏହି ଆବେଦନକୁ ପ୍ରଧାନ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ ଅମିତ ବୋରକରଙ୍କ ଡିଭିଜନ ବେଞ୍ଚ ଶୁଣାଣି କରିଛନ୍ତି। ହାଇ ଡେସିବଲ୍ ସାଉଣ୍ଡ ସିଷ୍ଟମ ଏବଂ ବିପଜ୍ଜନକ ଲେଜର ଲାଇଟ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read- Jabalpur Accident: ଅଟୋ ଉପରେ ଓଲଟି ପଡିଲା ଟ୍ରକ୍, ୭ ମୃତ, ୧୦ ଗୁରୁତର

Also Read- ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ, ୨୫ ଭିତରେ ସରିବ ସର୍ଭେ