ବଜେଟରେ ଅନେକ କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି କମାଇବା ନେଇ ଆଶଙ୍କା ରହିଥିବା ବେଳେ ନୂଆ ବଜେଟରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଘୋଷଣା ହେବା ନେଇ ମଧ୍ୟ ସମ୍ଭାବନା ଦେଖାଦେଇଛି ।
Trending Photos
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ ଆସିବା ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭାରତ ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବ୍ରୁଆରୀ ୨୦୨୧ରେ ସଂସଦରେ ବଜେଟ ଉପସ୍ଥାପନ କରିବେ । କୋରୋନା ମହାମାରୀ ସମୟରେ ଅନେକ ଆର୍ଥିକ ସଙ୍କଟ ଦେଇ ଗତି କରିଛି ତେବେ ଏହି କାଳ ମଧ୍ୟରେ ଅନେକ କ୍ଷେତ୍ରରେ ବଡ଼ କ୍ଷତି ଦେଖାଦେଇଛି । ତେବେ ଏହାକୁ ନଜରରେ ରଖି ବଜେଟରେ ଅନେକ କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି କମାଇବା ନେଇ ଆଶଙ୍କା ରହିଥିବା ବେଳେ ନୂଆ ବଜେଟରେ କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଘୋଷଣା ହେବା ନେଇ ମଧ୍ୟ ସମ୍ଭାବନା ଦେଖାଦେଇଛି ।
କୋରୋନା ମହାମାରୀ (Corona Pandemic) ଯୋଗୁଁ ଭାରତର ଆର୍ଥିକବସ୍ଥା ଉପରେ ଅନେକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଲୋକଙ୍କ ନିକଟରେ ଅର୍ଥାଭାବ ଯୋଗୁଁ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖିବାକୁ ମିଳିଥିଲା । ତେବେ ବଜାରରେ ଉତ୍ପାଦନ ଓ ମୂଲ୍ୟକୁ ନଜରରେ ରଖି ଏହାକୁ କିପରି ସମାନ୍ତରାଳ ଭାବେ ନିୟନ୍ତ୍ରଣକୁ ଆଣିହେବ ତାହାକୁ ନେଇ ବଜେଟ (Budget) ରେ କିଛି ବ୍ୟବସ୍ଥା କରାଯାଇପାରେ । ଯାହାକୁ ନେଇ ଆଶା କରାଯାଉଛି ଯେ, ବଜେଟ ୨୦୨୧-୨୨ ରେ ବଜାର ସ୍ଥିତି ଉପରେ ଅର୍ଥମନ୍ତ୍ରାଳୟ (Ministry of Finance)ଅଧିକ ଫୋକସ ରଖିପାରେ ।
Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ
ଆର୍ଥିକ ବର୍ଷ ୨୦୨୧-୨୨ ରେ ଆସବାବପତ୍ର ତିଆରିର କଞ୍ଚାମାଲ, ରାସାୟନିକ, ତମ୍ବା, ଟେଲିକମ୍ ଉପକରଣ ଏବଂ ରବର ଉତ୍ପାଦ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇପାରେ। ଏଥିସହ ଚମଡା ପୋଷାକ, କାର୍ପେଟ ଏବଂ ପଲିସ୍ ହୀରା ଉପରେ କଷ୍ଟମ୍ ଡ୍ୟୁଟି (Custom duty) ମଧ୍ୟ ହ୍ରାସ କରାଯାଇପାରେ। ଭାରତ ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସବାବପତ୍ର କଞ୍ଚାମାଲର ରପ୍ତାନୀର ମାତ୍ର ଏକ ପ୍ରତିଶତରେ ରପ୍ତାନି କରୁଛି। ଏହି କ୍ଷେତ୍ରରେ ଚୀନ୍ ଏବଂ ଭିଏତନାମ ଭଳି ଦେଶ ସହ ଭାରତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଆସନ୍ତା ବଜେଟରେ (Upcoming Budget) ଭାରତ ଅନ୍ୟାନ୍ୟ କ୍ଷେତ୍ରରେ ରପ୍ତାନି ବୃଦ୍ଧି କରିବାକୁ ଚେଷ୍ଟା କରିବା ନେଇ ଆଶା କରାଯାଉଛି ।
Also Read: ଟିକାକରଣ ପରେ ମଧ୍ୟ ଜାରି ରହିବ କୋରୋନା ଭୂତାଣୁର ବିସ୍ତାର: WHO
ସେହିପରି ବଜେଟରେ କଣ ମହଙ୍ଗା ହେବ ତାକୁ ନେଇ କୌଣସି ଆଶଙ୍କା ଲଗାଯାଇପାରିବ ନାହିଁ । ମାତ୍ର କିଛି ବିଶେଷଜ୍ଞଙ୍କ କହିବା କଥା, ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଧିକ ମହଙ୍ଗା (Costly) ହୋଇପାରେ । ବର୍ଷ ୨୦୨୧-୨୨ରେ ରେଫ୍ରିଜେରେଟର, ୱାସିଂ ମେସିନ୍ (WashingMachine), କ୍ଲଥ ଡ୍ରାୟାର ଭଳି ସାମଗ୍ରୀ ଅଧିକ ମହଙ୍ଗା ହେବା ନେଇ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ହେଲେ ଯଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ହୁଏ ତେବେ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେବେ ନିଶ୍ଚିତ।