ଖାଇବା ପଡିପାରେ ମହଙ୍ଗା; ବନ୍ଧାକୋବି ଖାଇଲେ ହୋଇପାରେ ଏହି ରୋଗ...
Advertisement
Article Detail0/zeeodisha/odisha823965

ଖାଇବା ପଡିପାରେ ମହଙ୍ଗା; ବନ୍ଧାକୋବି ଖାଇଲେ ହୋଇପାରେ ଏହି ରୋଗ...

ବିଭିନ୍ନ ସମୟରେ ବନ୍ଧାକୋବିରେ ଟେପୱର୍ମ ରହିଥିବାର ଦେଖିବାକୁ ମିଳିଥାଏ। ଏପରି କୋବିକୁ ଖାଇଲେ ଏଥିରେ ଥିବା ପୋକ ମଣିଷ ଶରୀରେ ଥିବା ଅନ୍ତନଳୀରେ ପହଞ୍ଚିଥାଏ।

ଖାଇବା ପଡିପାରେ ମହଙ୍ଗା; ବନ୍ଧାକୋବି ଖାଇଲେ ହୋଇପାରେ ଏହି ରୋଗ...

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ପନିପରିବା ମଧ୍ୟରୁ ବନ୍ଧାକୋବି ଅନ୍ୟତମ। ହେଲେ ଏହି ପରିବାକୁ ଖାଦ୍ୟରେ ବ୍ୟବହାର କରିବା ବିପଦମୁକ୍ତ ନୁହେଁ। କାରଣ ନିକଟରେ ଆସିଥିବା ଖବର ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଲୋକ ବନ୍ଧାକୋବି ଖାଇବା ଛାଡି ଦେଇଛନ୍ତି।
 
ଏହା ପଛର କାରଣ ହେଉଛି ବନ୍ଧାକୋବିରେ 'ଟେପୱର୍ମ' (Tapeworm) ନାମକ ପୋକ ରହିଥାଏ। ଏପରି ପୋକରା କୋବିକୁ ଖାଇବା ପରେ ଏହି ପୋକ ମସ୍ତିଷ୍କରେ ପହଞ୍ଚିବା ପରେ ଏହା ଶରୀରରେ ଅନେକ ରୋଗ ସୃଷ୍ଟି ହେବାର କାରଣ ବନିଥାଏ।        

ବିଭିନ୍ନ ସମୟରେ ବନ୍ଧାକୋବିରେ ଟେପୱର୍ମ ରହିଥିବାର ଦେଖିବାକୁ ମିଳିଥାଏ। ଏପରି କୋବିକୁ ଖାଇଲେ ଏଥିରେ ଥିବା ପୋକ ମଣିଷ ଶରୀରେ ଥିବା ଅନ୍ତନଳୀରେ ପହଞ୍ଚିଥାଏ। ପରେ ଏହା ରକ୍ତ ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗ ସହ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିଯାଏ। ଟେପ ୱର୍ମ ଏତେ ଛୋଟ ହୋଇଥାଏ ଏହା ଖାଲି ଆଖିକୁ ଦେଖା ଯାଇନଥାଏ।       

fallback

ଟେପୱର୍ମ ପଶୁଙ୍କ ମଳରେ ଉପସ୍ଥିତ ରହିଥାଏ। ପୁଣି ଏହା ବର୍ଷା ପାଣି କିମ୍ବା କୌଣସି ଅନ୍ୟ କାରଣରୁ ଭୂମି ତଳକୁ ଚାଲି ଯାଇଥାନ୍ତି। ଏହା ପରେ ଏହି ପୋକ କଞ୍ଚା କିମ୍ବା ଅଧା ସିଝା ପରିବା ମଧ୍ୟରେ ଏହା ମଣିଷ ଶରୀରର ପ୍ରବେଶ କରିଥାଏ। ଖାଦ୍ୟ ଖାଇବା ପ୍ରକ୍ରିୟା ମାଧ୍ୟମରେ ଏହା ଶରୀର ଅନ୍ତନଳୀରେ ପହଞ୍ଚିବା ପରେ ଟେପୱର୍ମ ରକ୍ତ ସଞ୍ଚାଳନ ମାଧ୍ୟମରେ ମସ୍ତିଷ୍କରେ ହାଜର ହୋଇଥାଏ। ଶେଷରେ ନିଜର ଲାର୍ଭା ମାଧ୍ୟମରେ ମଣିଷ ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ ଟେପୱର୍ମ।     

fallback

ଏହା ଦ୍ୱାରା ହେଉଥିବା ସଂକ୍ରମଣକୁ ଟୈନିଏସିସ (Taeniasis) କୁହାଯାଏ। ଟେପୱର୍ମ ଶରୀରରେ ପ୍ରବେଶ କରିବା ପରେ ଅଣ୍ଡା ଦେଇଥାଏ ଏବଂ ଏହି ଅଣ୍ଡା ଶରୀରର ଅନେକ ସ୍ଥାନରେ କ୍ଷତ ସୃଷ୍ଟି କରିଥାଏ। ଯେତେବେଳେ ଟ୍ୟାପୱର୍ମ ଯକୃତରେ ପହଞ୍ଚେ ସେତେବେଳେ ସିଷ୍ଟସ୍ ସୃଷ୍ଟି ହେବାକୁ ଲାଗେ ଏହା ପରେ ଏହା ସ୍ଥିର ହେବାକୁ ଲାଗେ।

fallback

ଟେପୱର୍ମ ଆମ ଖାଦ୍ୟକୁ ନିଜର ଆହାର ଭାବେ ବ୍ୟବହାର କରିଥାଏ। ମସ୍ତିଷ୍କରେ ପହଞ୍ଚିବା ପରେ ଏହା ଦ୍ୱାରା  ହେଉଥିବା ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଥକ୍କା, ମୁଣ୍ଡବିନ୍ଧା, ଭିଟାମିନ୍ ଅଭାବ। ଡାକ୍ତର କହିବା ଅନୁସାରେ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସତର୍କତା ଅବଲମ୍ବନ କରିବା ଶ୍ରେୟସ୍କର। ଅପରିପକ୍ୱ ଖାଦ୍ୟ ଏବଂ କଞ୍ଚା ପନିପରିବା ଖାଇବା ମାଧ୍ୟମରେ ଆମ ଶରୀର ଟେପୱର୍ମ ପହଞ୍ଚିଥାଏ। 

fallback

ଦେଶରେ ପ୍ରାୟ ୧୨ ଲକ୍ଷ ଲୋକ ଟେପୱର୍ମ ଅର୍ଥାତ ନ୍ୟୁରୋସିଷ୍ଟିକେରୋସିସ୍ (Neurocysticercosis) ରୋଗରେ ପୀଡିତ। ରାନ୍ଧିବା ପୂର୍ବରୁ ପନିପରିବାକୁ ଭଲ ଭାବରେ ସିଝାଇବା ଦ୍ୱାରା ଟେପୱର୍ମ ମାରିଯାଏ।  ଏହା ପରେ ଏହି ପରିବା ଖାଇବା ଦ୍ୱାରା ଆମର ଶରୀର ପ୍ରତି  କୌଣସି ବିପଦ ରହିନଥାଏ।