Center filed affidavit: ଧର୍ମ ବଦଳାଇଲେ ମିଳିବ ନାହିଁ ଏହି ସବୁ ସୁବିଧା
Advertisement

Center filed affidavit: ଧର୍ମ ବଦଳାଇଲେ ମିଳିବ ନାହିଁ ଏହି ସବୁ ସୁବିଧା

Supreme Court on Dalit Christians and Dalit Muslims: ଜଷ୍ଟିସ ରଙ୍ଗନାଥ ମିଶ୍ର କମିଶନର ରିପୋର୍ଟକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ଧର୍ମ ବଦଳାଉଥିବା ଲୋକ ଅନେକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେ। ଜାତୀୟ ଧାର୍ମିକ ଏବଂ ଭାଷାଭିତ୍ତିକ ଅଳ୍ପସଂଖ୍ୟକ କମିଶନ (NCRLM) ର ରିପୋର୍ଟରେ ଦିଆଯାଇଥିବା ଦାବିକୁ ଉପସ୍ଥାପନ କରାଯାଇଛି। 

Center filed affidavit: ଧର୍ମ ବଦଳାଇଲେ ମିଳିବ ନାହିଁ ଏହି ସବୁ ସୁବିଧା

Supreme Court on Dalit Christians and Dalit Muslims, ନୂଆଦିଲ୍ଲୀ: ଧର୍ମ ବଦଳାଉଥିବା ଲୋକ ଅନେକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେ। ଗୁରୁବାର ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ଦଖାଲ କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ଅନୁସୁଚିତ ଜାତି ଭାବେ ଗଣନା କରାଯିବ ନାହିଁ। ସେପଟେ ବିଶେଷଜ୍ଞମାନେ କହିଛନ୍ତି ଯେ, ସରକାରଙ୍କ ଆଭିମୁଖ୍ୟ ମନୋନୀତ ଏବଂ ଦେଶର ଦଳିତ ଖ୍ରୀଷ୍ଟିଆନ ଏବଂ ଦଳିତ ମୁସଲମାନମାନଙ୍କର ଜୀବନ୍ତ ବାସ୍ତବତାକୁ ଲିଭାଇ ଦେଇଛି।

ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଟ୍ୟାଗ ହଟାଇବାକୁ ସରକାର 'ବିଦେଶୀ ଧର୍ମ'ର ମାର୍ଗ ଗ୍ରହଣ କରିଛନ୍ତି। ଅସ୍ପୃଷ୍ୟତା ଅନୁସାରେ ଅନୁସୂଚିତ ଜାତିର ମାନ୍ୟତା ମିଳିଥାଏ। କିନ୍ତୁ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଏହା ଦେଖାଯାଇନାହିଁ। ତେଣୁ ଏହି ଦୁଇଟି ଧର୍ମର ଦଳିତଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖାଯିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ଏହି ଦାବିକୁ ସମର୍ଥନ କରିବା ପାଇଁ, ଜାତୀୟ ଧାର୍ମିକ ଏବଂ ଭାଷାଭିତ୍ତିକ ଅଳ୍ପସଂଖ୍ୟକ କମିଶନ (NCRLM) ର ରିପୋର୍ଟରେ ଦିଆଯାଇଥିବା ଦାବିକୁ ଉପସ୍ଥାପନ କରାଯାଇଛି। NCRLMର ରିପୋର୍ଟରେ କୁହାଯାଇଛି ଯେ, "ଉଭୟ ଖ୍ରୀଷ୍ଟିୟାନ ଏବଂ ଇସଲାମ ଐତିହାସିକ ବିଦେଶୀ ଧର୍ମ ଅଟେ ଏବଂ ଏହାଦ୍ୱାରା ହିନ୍ଦୁ ଧର୍ମରେ ଜାତି ପ୍ରଣାଳୀକୁ ସ୍ୱୀକୃତି ଦିଆଯାଏ ନାହିଁ।"

Also Read: ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

କେନ୍ଦ୍ର ସରକାର ୭୦ ପୃଷ୍ଠାର ସତ୍ୟପାଠରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଦଳିତଙ୍କୁ କାହିଁକି ଅନୁସୂଚିତ ଜାତି ତାଲିକାରୁ ବାଦ ଦିଆଯିବ ସେ ସମ୍ପର୍କରେ ବିଶେଷ ଭାବେ ବର୍ଣ୍ଣନା କରିଛନ୍ତି। ଭେଦଭାବ ପାଇଁ ସମ୍ପ୍ରତି କେବଳ ହିନ୍ଦୁ, ଶିଖ ଏବଂ ବୌଦ୍ଧ ଧର୍ମର ଦଳିତଙ୍କୁ ଅନୁସୂଚିତ ଜାତି ଶ୍ରେଣୀଭୁକ୍ତ କରାଯାଇପାରିବ। ସରକାର ତାଙ୍କ ସତ୍ୟପାଠରେ କହିଛନ୍ତି, "ଏହା ଉପସ୍ଥାପିତ ହୋଇଛି ଯେ, ଭାରତୀୟ ନାଗରିକ ଏବଂ ବିଦେଶୀମାନଙ୍କ ମଧ୍ୟରେ ବର୍ଗୀକରଣର ଏକ ମାମଲା, ଏଥିରେ କୌଣସି ସନ୍ଦେହ ନାହିଁ। ଏହା ଭଲ ଭାବରେ ସ୍ଥାପିତ ହୋଇଛି ଯେ ଧାରା ୧୪ ଶ୍ରେଣୀକୁ ବାରଣ କରେ କିନ୍ତୁ ବର୍ଗୀକରଣକୁ ବାରଣ କରେ ନାହିଁ, ଯଦିଓ ବର୍ତ୍ତମାନର ମାମଲା କୌଣସି ବିଦେଶୀ ନାଗରିକ ସହ ଜଡିତ ନାହିଁ।

ଅକ୍ଟୋବରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ମାଧ୍ୟମରେ ଦାଖଲ ହୋଇଥିବା ସତ୍ୟପାଠରେ ସରକାର ହିନ୍ଦୁ ଧର୍ମ, ଶିଖ ଧର୍ମ, ବୌଦ୍ଧ ଧର୍ମ ଏବଂ ଅନୁସୂଚିତ ଜାତି ମଧ୍ୟରେ ଅନ୍ୟ ଧର୍ମ ପାଳନ କରୁଥିବା ଅନୁସୂଚିତ ଜାତି ମଧ୍ୟରେ ବୋଧଗମ୍ୟ ଅନ୍ତରକୁ ଯଥାର୍ଥ ବୋଲି କହିଛନ୍ତି। ଖ୍ରୀଷ୍ଟିଆନ ଏବଂ ଇସଲାମ ଭାରତୀୟ ଧର୍ମ ନୁହେଁ ଏବଂ ଭାରତରେ ଖ୍ରୀଷ୍ଟିଆନ ଏବଂ ମୁସଲମାନ ଜନସଂଖ୍ୟା ସୃଷ୍ଟିରେ ବିଦେଶୀ ଅବଦାନ ଥିଲା। ଅନୁସୂଚିତ ଜାତି ବୌଦ୍ଧ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତି ୧୯୫୬ ମସିହାରେ ଡକ୍ଟର ଆମ୍ବେଦକରଙ୍କ ଆହ୍ୱାନରେ ସ୍ୱେଚ୍ଛାକୃତ ଭାବରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଏହିପରି ଧର୍ମପରିବର୍ତ୍ତନର ମୂଳ ଜାତି/ସମ୍ପ୍ରଦାୟ ସ୍ପଷ୍ଟ ଭାବରେ ନିର୍ଣ୍ଣୟ କରାଯାଇପାରେ। ଖ୍ରୀଷ୍ଟିଆନ ଏବଂ ମୁସଲମାନମାନଙ୍କ ବିଷୟରେ ଏହା କୁହାଯାଇପାରିବ ଯେ, ଯେଉଁଥିରେ ଶତାବ୍ଦୀ ଧରି ଧର୍ମ ପରିବର୍ତ୍ତନ ପ୍ରକ୍ରିୟା ହୋଇଆସୁଛି। ତେଣୁ ଏଠାରେ ଭେଦଭାବ ବ୍ୟତୀତ ଅନ୍ୟ କାରଣ ହେତୁ ସେମାନେ ଧର୍ମ ପରିବର୍ତ୍ତନ କରିଥାଇ ପାରନ୍ତି।

Also Read: 'ମହିଳା ଶସକ୍ତିକରଣ ନାମରେ ବିଜେଡି ନିଜ ଦଳର ସଶକ୍ତିକରଣ କରିବା ଦୁର୍ଭାଗ୍ୟଜନକ'

ଜଷ୍ଟିସ ରଙ୍ଗନାଥ ମିଶ୍ର କମିଶନର ରିପୋର୍ଟକୁ କେନ୍ଦ୍ର ସରକାର ଖାରଜ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ, ମୁସଲମାନ ଓ ଖ୍ରୀଷ୍ଟିଆନ ଦଳିତମାନଙ୍କ ପ୍ରିତି ଅତୀତରେ କୌଣସି ପାତର ଅନ୍ତର କରାଯାଇନାହିଁ। ତେଣୁ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖାଯିବା ଉଚିତ ନୁହଁ। ଅନୁସୂଚିତ ଜାତି ଚିହ୍ନଟୀକରଣ ସାମାଜିକ କଳଙ୍କ ଉପରେ ଆଧାରିତ। ବିଶେଷ କରି ହିନ୍ଦୁଙ୍କ ମଧ୍ୟରେ ଛୁଆ ଅଛୁଆଁ ଭେଦଭାବ ରହିଛି। କିନ୍ତୁ ଏହା ଅନ୍ୟ ଦୁଇ ବିଦେଶୀ ଧର୍ମରେ ଦେଖିବାକୁ ମିଳେନାହିଁ। ଆଉ ସେଥିପାଇଁ ଅନେକ ଦଳିତ ହିନ୍ଦୁ ଧର୍ମପରିବର୍ତ୍ତନ କରୁଛନ୍ତି। ତେଣୁ ମୁସଲମାନ ଓ ଖ୍ରୀଷ୍ଟିଆନ ଦଳିତଙ୍କୁ ହିନ୍ଦୁ ଦଳିତଙ୍କ ସହ ସମାନ କରି ସେମାନଙ୍କୁ ସରକାରୀ ଅନୁସୂଚିତ ଜାତିର ସୁବିଧା ଦିଆଯାଇ ପାରିବ ନାହିଁ ବୋଲି ସାମାଜିକ ନ୍ୟାୟ ମନ୍ତ୍ରାଳୟ ସୁପ୍ରିମକୋର୍ଟରେ କହିଛି।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସତ୍ୟପାଠର ଦାବିକୁ କିଛି ବିଶେଷଜ୍ଞ ବିରୋଧ କରିଛନ୍ତି। ସେମାନଙ୍କ କହିବା ହେଲା, ଭାରତରେ ଖ୍ରୀଷ୍ଟିଆନ ଏବଂ ଇସଲାମ ଯଥାକ୍ରମେ ୨୦୦୦ ଏବଂ ୬୦୦ ବର୍ଷ ପୁରୁଣା। କିନ୍ତୁ ଜାତି ବ୍ୟବସ୍ଥା ୩୦୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି । କୌଣସି ଅନୁସୂଚିତ ଜାତି ଏହି କଳଙ୍କିତ ବ୍ୟବସ୍ତାର ବାସ୍ତବତାରୁ ମୁକ୍ତ ନୁହଁନ୍ତି। ଭାରତରେ ଖ୍ରୀଷ୍ଟିଆନ ହେଉ କିମ୍ବା ଇସଲାମ କିମ୍ବା ଶିଖ କିମ୍ବା ବୌଦ୍ଧ ସବୁ ଧର୍ମରେ ଭାଦଭାବ ରହିଛି। ଧର୍ମ ପରିବର୍ତ୍ତନ କଲେ ଭାରତରେ କେବଳ ଦେବତା ବଦଳନ୍ତି କିନ୍ତୁ ଜାତି ନୁହଁ। ଏବେ ବି ଦେଶର ଅନେକ ସ୍ଥାନରେ ଅଣହିନ୍ଦୁ ଧର୍ମରେ ଅସ୍ପୃଶ୍ୟତା ରହିଛି। ଏହାକୁ ହଟାଇବା ପାଇଁ କୌଣସି ଆଭିମୁଖ୍ୟ ଗ୍ରହଣ କରାଯାଇ ନାହିଁ।