T20 World Cup 2022: ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍
Advertisement

T20 World Cup 2022: ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

Shehbaz Sharif Tweet On India: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଭାରତର ପରାଜୟକୁ ନେଇ ଟ୍ୱିଟ୍ କରି ରବିବାର ଇଂଲଣ୍ଡ-ପାକିସ୍ତାନ ଫାଇନାଲ ମ୍ୟାଚ୍ ବିଷୟରେ ଆଲୋଚନା କରିଛନ୍ତି । କିନ୍ତୁ ଏଠାରେ ସେ ଟିମ୍ ଇଣ୍ଡିଆକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । 

T20 World Cup 2022: ପାକିସ୍ତାନ ପିଏମ ଶାହବାଜ ଭାରତର ପରାଜୟକୁ ନେଇ ଉଡ଼ାଇଲେ ମଜାକ, ଭାରତୀୟ ଫ୍ୟାନ୍ସ ଲଗାଇଲେ କ୍ଲାସ୍

Shehbaz Sharif Tweet On India: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଟିମ୍ ଇଣ୍ଡିଆ (Team India) ର ଅଭିଯାନ ଶେଷ ହୋଇଛି । ନଭେମ୍ବର ୧୦ରେ ଭାରତର ଇଂଲଣ୍ଡ ହାତରେ ୧୦ ୱିକେଟରେ ପରାଜୟ ପରେ ଟି-20 ବିଶ୍ୱକପ ଟ୍ରଫି ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି । ବର୍ତ୍ତମାନ ନଭେମ୍ବର ୧୩ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପର ଫାଇନାଲ ଖେଳାଯିବ । ସେପଟେ ଭାରତର ପରାଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan PM) ଶାହାବାଜ ସରିଫ (Shehbaz Sharif) ଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଭାରତର ପରାଜୟକୁ ନେଇ ଟ୍ୱିଟ୍ କରି ରବିବାର ଇଂଲଣ୍ଡ-ପାକିସ୍ତାନ ଫାଇନାଲ ମ୍ୟାଚ୍ ବିଷୟରେ ଆଲୋଚନା କରିଛନ୍ତି । କିନ୍ତୁ ଏଠାରେ ସେ ଟିମ୍ ଇଣ୍ଡିଆକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । ଯେଉଁଥି ପାଇଁ ଭାରତୀୟ ପ୍ରଶଂସକମାନେ ଅତ୍ୟନ୍ତ କ୍ରୋଧ ପ୍ରକାଶ କରିଛନ୍ତି ଓ ତାଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି ।

ବାସ୍ତବରେ ଶାହବାଜ ସରିଫ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, "ରବିବାର ଦିନ ୧୫୨/୦ ବନାମ ୧୭୦/୦ର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ ।" ଆପଣଙ୍କୁ କହିରଖୁଛୁ ଯେ,  ଗୁରୁବାର ଦିନ ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡ ଭାରତକୁ ୧୦  ୱିକେଟରେ ହରାଇଛି । ଏହି ମ୍ୟାଚରେ ଇଂଲଣ୍ଡର ସ୍କୋର ୧୭୦/୦ ଥିଲା । ଗତ ଟି-20 ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରିଥିଲା, ସେତେବେଳେ ପାକିସ୍ତାନର ସ୍କୋର ୧୫୨/୦ ଥିଲା । ଶାହାବାଜ ସରିଫ ଏହି କଥାକୁ ଉଲ୍ଲେଖ କରି ଭାରତକୁ କଟାକ୍ଷ କରିଛନ୍ତି ।

ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ଏପରି ଟ୍ୱିଟର ଭାରତୀୟ ୟୁଜର୍ସମାନେ ଉପଯୁକ୍ତ ଜବାବ ଦେଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଯେ, ଆପଣ କାହାକୁ ସମର୍ଥନ କରିବେ, କାରଣ ଆପଣଙ୍କର ଟଙ୍କା ତ କେବଳ ଇଂଲଣ୍ଡରେ ନିବେଶ ହୋଇଛି । କିଛି ଟ୍ୱିଟର ୟୁଜର୍ସ ଲେଖିଛନ୍ତି ଯେ, ଆପଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ନା ପାକିସ୍ତାନର ପ୍ରାଇମ୍ କମେଡିଆନ? ଭାରତୀୟ ୟୁଜର୍ସମାନେ ମଧ୍ୟ ୧୯୭୧ ଯୁଦ୍ଧ ବିଷୟରେ ଶାହାବାଜ ସରିଫଙ୍କୁ ମନେ ପକାଇ ଦେଇ କହିଛନ୍ତି ଯେ, ଆପଣଙ୍କର ରେକର୍ଡ ୯୩୦୦୦/୦ ଅଟେ । କେବଳ ଭାରତୀୟ ୟୁଜର୍ସ ନୁହଁନ୍ତି ପାକିସ୍ତାନୀ ୟୁଜର୍ସମାନେ ମଧ୍ୟ ଶାହାବାଜ ସରିଫଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ,  ବିଶ୍ୱକପ ବ୍ୟତୀତ ଦେଶ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ, ହୋଇଗଲା ଖୁଲାସା

ଅଧିକ ପଢ଼ନ୍ତୁ:-ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଥିଲେ ଏହି ଖେଳାଳି! ଲୋକମାନେ ରିଟାୟରମେଣ୍ଟର କଲେ ଦାବି

ଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ସହଜରେ ୧୬ ଓଭରରେ ବିନା ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପାଇଁ ଓପନର୍ ଆଲେକ୍ସ ହେଲ୍ସ ଓ ଜୋସ୍ ବଟଲର୍ ନିଜ ଦମରେ ଏହି ମ୍ୟାଚ୍ ଜିତିଛନ୍ତି । ହେଲ୍ସ ୮୬ ରନ୍ ସଂଗ୍ରହ କରିଥିବାବେଳେ ବଟଲରଙ୍କ ବ୍ୟାଟରୁ ୮୦ ରନ୍ ଆସିଥିଲା । ଏହା ସହ ଭାରତର ଆଉ ଏକ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।