ଚଣ୍ଡିଗଡ଼ MMS ମାମଲାର ମାଷ୍ଟରମାଇଣ୍ଡ କିଏ? ଶିମଲାରୁ ଗିରଫ ହେଲେ ଅଭିଯୁକ୍ତ ଛାତ୍ରୀଙ୍କ 'ପ୍ରେମିକ'
Advertisement
Article Detail0/zeeodisha/odisha1357326

ଚଣ୍ଡିଗଡ଼ MMS ମାମଲାର ମାଷ୍ଟରମାଇଣ୍ଡ କିଏ? ଶିମଲାରୁ ଗିରଫ ହେଲେ ଅଭିଯୁକ୍ତ ଛାତ୍ରୀଙ୍କ 'ପ୍ରେମିକ'

Chandigarh MMS case: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଏମଏମଏସ ମାମଲାରେ ଅଭିଯୁକ୍ତ ଛାତ୍ରୀଙ୍କ ପରେ ଶିମଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଛାତ୍ରୀ ମୋବାଇଲରେ ଫଟୋ ଏହି ବ୍ୟକ୍ତିଙ୍କୁ ଦେଖାଇଥିଲେ ।

ସୌ: ସୋସିଆଲ ମିଡିଆ

Chandigarh MMS Case: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର (Chandigarh University) ଭିଡିଓ ଲିକ୍ (Video Leak) ମାମଲାରେ ଶିମଲାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏହା ହେଉଛି ଦ୍ୱିତୀୟ ଗିରଫ । ଏହାପୂର୍ବରୁ ପଞ୍ଜାବ ପୋଲିସ (Punjab Police) ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଗିରଫ କରିଥିଲା । ଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ହଷ୍ଟେଲରେ ଅନ୍ୟ ଛାତ୍ରୀ ମାନେ ଗାଧୋଇବାର ଭିଡିଓ ବନାଇ ଶିମଲାରେ ରହୁଥିବା ତାଙ୍କ ପ୍ରେମିକଙ୍କ ନିକଟକୁ ପଠାଇଥିଲେ । ତେବେ ପୋଲିସ ଓ ବିଶ୍ୱବିଦ୍ୟାଳୟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସିଲର କହିଛନ୍ତି ଯେ ଅଭିଯୁକ୍ତ ଛାତ୍ରୀ କେବଳ ନିଜେ ଭିଡିଓ ବନାଇ ପ୍ରେମିକକୁ ପଠାଇଥିଲେ ।

ଅଭିଯୁକ୍ତ ଯୁବକଙ୍କୁ ଖୋଜିବା ପାଇଁ ପଞ୍ଜାବ ପୋଲିସ ଶିମଲାରେ ପହଞ୍ଚିଥିଲା । ଝିଅଟି ମୋବାଇଲରେ ଅଭିଯୁକ୍ତ ଯୁବକଙ୍କ ଫଟୋ ମଧ୍ୟ ଦେଖାଇଥିଲା । ପଞ୍ଜାବ ପୋଲିସ କହିଛି ଯେ ଶିମଲାରେ ରହୁଥିବା ଅଭିଯୁକ୍ତ ଯୁବକଙ୍କୁ ଛାତ୍ରୀ ଜଣକ ଭଲଭାବେ ଜାଣିଛନ୍ତି । ପୋଲିସ କହିଛି ଯେ ଛାତ୍ରୀଙ୍କ ମୋବାଇଲର ଫୋରେନସିକ୍ ପରୀକ୍ଷା ପରେ ବାକି ତଥ୍ୟ ବାହାରକୁ ଆସିବ ।

ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭଗବତ ମାନ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଣଜିତ୍ ରଂଜନ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରି ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ କ୍ୟାମ୍ପସ ପରିଦର୍ଶନ କରିବା ସହ ଏହାର ସମ୍ପୂର୍ଣ୍ଣ ତଥ୍ୟ ନେବା ଉଚିତ୍ । ସେ କହିଛନ୍ତି କେବଳ ଟ୍ୱିଟ୍ କରି ଏହାକୁ ଅଣଦେଖା କରିପାରିବେ ନାହିଁ । ସେ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଓ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ।

କଂଗ୍ରେସ ନେତା କହିଛନ୍ତି, ଏହା ଟ୍ୱିଟର-ଟ୍ୱିଟର ଖେଳିବାର ସମୟ ନୁହେଁ । ଏହା ମହିଳା ଛାତ୍ରମାନଙ୍କ ସହ ଜଡିତ ଏକ ବିଷୟ ଓ ଏକ ଗମ୍ଭୀର ବିଷୟ । ଗୋଟିଏ ପଟେ ଉଚ୍ଚ ସ୍ତରୀୟ ତଦନ୍ତର ଆଲୋଚନା ହେଉଛି ଓ ଅନ୍ୟ ପଟେ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସିଲର କହିଛନ୍ତି ଯେ କିଛି ହୋଇ ନାହିଁ । ଏଭଳି ହେଲେ କିପରି ଯାଞ୍ଚ କରାଯିବ? କହିରଖୁଛୁ ଯେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ବିରୋଧ ଲଗାତାର ପଦର୍ଶନ କରୁଛନ୍ତି । ଏଥି ସହିତ ମିଡିଆ ରିପୋର୍ଟ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଦୁଇ ଦିନ ପାଇଁ କ୍ଲାସ ବନ୍ଦ ରହିବ ।

ଏହା ବି ପଢ଼ନ୍ତୁ: ୭ ବର୍ଷ ବୟସରେ ଦାଦା କରିଥିଲେ ଦୁଷ୍କର୍ମ, ୨୮ ବର୍ଷ ପରେ FIR ଦେବାକୁ ଥାନାରେ ପହଞ୍ଚିଲେ ମହିଳା, ପୋଲିସ ବେହୋସ!

ଏହା ବି ପଢ଼ନ୍ତୁ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ବିରୋଧରେ ମମତା ଦିଦିଙ୍କ ହାଲ୍ଲାବୋଲ! ଆସନ୍ତାକାଲି ନେବେ ଏହି ବଡ ଆକ୍ସନ

ଏହା ବି ପଢନ୍ତୁ: କଣ୍ଡୋମ ବ୍ୟବହାର ପରେ ବି ଗର୍ଭବତୀ ହେଲେ ଅବିବାହିତା ମହିଳା, ପିଲା ଚାହାଁନ୍ତି ନାହିଁ କହି ପହଞ୍ଚିଲେ କୋର୍ଟ