ଚେତନ ଶର୍ମା ବୋର୍ଡର ଚୟନ କମିଟିର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଚେତନ ବର୍ତ୍ତମାନର ଅଧ୍ୟକ୍ଷ ସୁନୀଲ ଯୋଶୀଙ୍କ ସ୍ଥାନ ନେବେ।
Trending Photos
ନୂଆଦିଲ୍ଲୀ: ଗୁରୁବାର BCCI ଭର୍ଚୁଆଲ୍ ବୈଠକରେ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ନିଯୁକ୍ତି ଘୋଷଣା କରିଛି। ଚେତନ ଶର୍ମା ବୋର୍ଡର ଚୟନ କମିଟିର ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ଚେତନ ବର୍ତ୍ତମାନର ଅଧ୍ୟକ୍ଷ ସୁନୀଲ ଯୋଶୀଙ୍କ ସ୍ଥାନ ନେବେ।
ମଦନ ଲାଲ, ରୁଦ୍ର ପ୍ରତାପ ସିଂ ଏବଂ ସୁଲକ୍ଷନା ନାୟକଙ୍କ କ୍ରିକେଟ୍ ପରାମର୍ଶଦାତା କମିଟି (CAC) ଅଲ ଇଣ୍ଡିଆ ସିନିୟର ଚୟନ କମିଟିର ତିନିଜଣ ସଦସ୍ୟଙ୍କୁ ଚୟନ କରିଛନ୍ତି। ଚେତନ ଶର୍ମା (Chetan Sharm) ଙ୍କୁ କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆବେ କୁରୁଭିଲ୍ଲା (Abey Kuruvilla) ଓ ଦେବାଶିଷ ମହାନ୍ତି (Debashish Mohanty)ଙ୍କୁ ସଦ୍ୟସ୍ୟ କରାଯାଇଛି। ବରିଷ୍ଠ ଚୟନ କମିଟିର ତିନିଜଣ ସଦସ୍ୟଙ୍କୁ ବାଛିବା ପାଇଁ ଗୁରୁବାର CAC ଏକ ଅନଲାଇନ୍ ସାକ୍ଷାତକାର ନେଇଛି।
.Also Read: IPL-2022ରେ ୧୦ ଟିମ୍, ଅଲମ୍ପିକରେ ସାମିଲ ହେବ କ୍ରିକେଟ!
BCCI ଏକ ବିବୃତ୍ତିରେ କହିଛି ଯେ ଚେତନ, କୁରୁଭିଲା ଏବଂ ଦେବାଶିଷ ମାର୍ଚ୍ଚରେ ଚୟନକର୍ତ୍ତା ଭାବରେ ମନୋନୀତ ହୋଇଥିବା ସୁନୀଲ ଯୋଶୀ ଏବଂ ହରବିନ୍ଦର ସିଂଙ୍କ ସହ ଯୋଗଦେବେ। ସିନିୟର (ମୋଟ ଟେଷ୍ଟ ମ୍ୟାଚ୍ ସଂଖ୍ୟା) ଆଧାରରେ ପୁରୁଷ ସିନିୟର କ୍ରିକେଟ୍ ଚୟନ କମିଟିର ଅଧ୍ୟକ୍ଷଙ୍କ ପାଇଁ ଚେତନ ଶର୍ମାଙ୍କ ନାମ କମିଟି ସୁପାରିଶ କରିଛି। CAC ଗୋଟିଏ ବର୍ଷ ଅବଧି ପରେ ପ୍ରାର୍ଥୀ ସମୀକ୍ଷା କରିବେ ଏବଂ ଏହାକୁ BCCIକୁ ସୁପାରିଶ କରିବେ।
The Cricket Advisory Committee (CAC) comprising Mr Madan Lal, Mr Rudra Pratap Singh and Ms Sulakshana Naik met virtually to select three members of the All-India Senior Selection Committee (Men).
— BCCI (@BCCI) December 24, 2020